Odisha news

ଆଠଗଡ଼ ସୁପର ୩୦ କାର୍ଯ୍ୟକ୍ରମ : ସମଗ୍ର ରାଜ୍ୟରେ ପ୍ରଥମ ପ୍ରୋତ୍ସାହନ ମୂଳକ କାର୍ଯ୍ୟକ୍ରମ

0

ଆଠଗଡ଼ ତା ୪/୮/୨୨ ଆଠଗଡ଼ ବିଶ୍ୱନାଥ ବିଦ୍ୟାପିଠ ଠାରେ କଟକ ଜିଲ୍ଲାପାଳ ଶ୍ରୀଯୁକ୍ତ ଭବାନୀ ଶଙ୍କର ଚଇନି ଙ୍କ ଅଧ୍ୟକ୍ଷତାରେ  ସୁପର ୩୦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଆଠଗଡ଼ ବିଧାୟକ ତଥା ମନ୍ତ୍ରୀ ଶ୍ରୀଯୁକ୍ତ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ଯୋଗଦେଇଥିଲେ। ଏବଂ ପ୍ରଦିପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ କୁ ଆରମ୍ଭ କରିଥିଲେ। ଛାତ୍ରଛାତ୍ରୀ ମାନଙ୍କ ର ବୈଦିକ ମାନସିକ ଓ ବିକାଶ କ୍ଷେତ୍ରରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିବା ସଂଗେସଂଗେ ଛାତ୍ରଛାତ୍ରୀ ମାନଙ୍କର ପ୍ରତିଭାକୁ ପରିପ୍ରକାଶ କରିବାରେ ଗୁଣାତ୍ମକମାନ ବୃଦ୍ଧି ଓ ଭିତ୍ତି ଭୂମି ବିକାଶ କରିବା ସୁପର ୩୦ ମୂଳ ଲକ୍ଷ୍ୟ ବୋଲି ଜିଲ୍ଲାପାଳ ଶ୍ରୀଯୁକ୍ତ ଭବାନୀ ଶଙ୍କର ଚଇନି କହିଥିଲେ। ଉକ୍ତ କାର୍ଯ୍ୟକ୍ରମ ରେ ମନ୍ତ୍ରୀ ଉଦଭୋଦନ ଦେଇ ଏହି ସୁପର ୩୦ କାର୍ଯ୍ୟକ୍ରମ ରେ ଛାତ୍ରଛାତ୍ରୀ ମାନଙ୍କୁ ସାମିଲ କରି ସେମାନଙ୍କର ଶିକ୍ଷା କୁ ଅଗ୍ରଗତି କରିବାରେ ଏହା ସହାୟକ ହେବ ବୋଲି ମନ୍ତ୍ରୀ କହିଛନ୍ତି।ଏଥି ସହିତ ମନ୍ତ୍ରୀ ଜିଲ୍ଲାପାଳଙ୍କୁ ପାଗଳ ବୋଲି ଆଖ୍ୟା ଦେବା ସହ ଶିକ୍ଷା କ୍ଷେତ୍ରରେ ଜଣେ ଯଦି ପାଗଳ ପାୟ ନହେଲେ ଏମିତି ଅସମ୍ଭବ କାର୍ଯ୍ୟ କୁ ସମ୍ଭବ ରେ ପରିଣତ କରିବା ଜଣଙ୍କ ପାଇଁ ଅସମ୍ଭବ ତେବେ ଏମିତି କାର୍ଯ୍ୟ କରିବାକୁ ନିଷ୍ପା, ଏକାଗ୍ରତା କୁ ବ୍ରତ ଭାବେ ଗ୍ରହଣ ନକଲେ ଏମିତି କାର୍ଯ୍ୟ କରିବା ଜଣଙ୍କ ପାଖରେ ସମ୍ଭବ ପର ନୁହେଁ ବୋଲି ମନ୍ତ୍ରୀ କହିଛନ୍ତି।ଏଥି ସହିତ ତାଙ୍କ ରାଜନୈତିକ ଭିତରେ ଏଭଳି ଜଣେ ଦକ୍ଷ ଜିଲାପାଳଙ୍କୁ ଦେଖିନଥିବା ମନ୍ତ୍ରୀ ଶ୍ରୀଯୁକ୍ତ ରଣେନ୍ଦ୍ର ସ୍ବାଇଁ ମତବ୍ୟକ୍ତ କରିଥିଲେ। ଆଠଗଡ଼ ସରକାରୀ ବାଳିକା ବିଦ୍ୟାଳୟ ଓ ବିଶ୍ବନାଥ ବିଦ୍ୟାପିଠ ୩୦ ଜଣ ମେଧାବୀ ଛାତ୍ର ଛାତ୍ରୀମାନେ ପ୍ରଥମ ପର୍ଯ୍ୟାୟ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଯେଉଁ ଛାତ୍ରଛାତ୍ରୀମାନେ ନବମ ଶ୍ରେଣୀରେ ୬୯ ଶତକଡା ରୁ ଉର୍ଦ୍ଧ ନମ୍ବର ରଖିଥିବେ ସେମାନେ ଏହି ସୁପର ୩୦ ଯୋଗଦେଇ ପାରିବେ। ଭବିଷ୍ୟତରେ ଯେଉଁ ଛାତ୍ରଛାତ୍ରୀମାନେ ଧାର୍ଯ୍ୟ କରାଯାଇଥିବା ନିର୍ଦ୍ଧାରିତ ପରିଧି କୁ ସ୍ପର୍ଶ କରିବେ ପରବର୍ତ୍ତୀ ସମୟରେ ଏହି ତାଲିକାରେ ସ୍ଥାନ ପାଇପାରିବେ।ଯାହା ଫଳରେ ଏକ ପ୍ରତିଯୋଗିତା ମୂଳକ ମନୋଭାବ ସୃଷ୍ଟି କରିବ। ଉକ୍ତ କାର୍ଯ୍ୟକ୍ରମ ରେ ବିଭିନ୍ନ  ସଂସ୍ଥାର ମୁଖ୍ୟ ମାନେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିବା ସହ ପାଠ୍ୟପୁସ୍ତକ ବିନା ମୁଲ୍ୟରେ ଯୋଗାଇ ଦେବା ସହ ଛାତ୍ରଛାତ୍ରୀ ଏବଂ ଶିକ୍ଷକ, ଶିକ୍ଷୟିତ୍ରୀ ମାନଙ୍କୁ ବିନା ମୁଲ୍ୟରେ ହଲିସ୍କ ଯୋଗାଇଦେବାକୁ କହିଥିଲେ। ଏଥିସହିତ ମେଡିକାଲ, ଇଞ୍ଜିନିୟରିଂ ପଢ଼ିବାପାଇଁ ଯେଉଁ ଛାତ୍ରଛାତ୍ରୀମାନେ ଆର୍ଥିକ ଅଭାବ ଦେଖାଯାଏ ସେମାନଙ୍କୁ ବିନା ମୁଲ୍ୟରେ ପାଠ୍ୟପୁସ୍ତକ ପ୍ରଦାନ କରାଯିବ ବୋଲି ଅଭିଭାଷଣ ରେ କହିଥିଲେ। ଏବଂ ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀମତୀ ବିଜୟଲକ୍ଷ୍ମୀ ସାମଲ ତାଙ୍କ ଅଭିଭାଷଣରେ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଠେକୁଆ ଏବଂ କ ଇଛ ଉଦାହରଣ ଦେଇ ଛାତ୍ରଛାତ୍ରୀ ମାନଙ୍କ ମନମୁଗ୍ଧକର କରିଥିଲେ। ଏବଂ ଶେଷରେ ମନ୍ତ୍ରୀ ଏବଂ ଜିଲ୍ଲାପାଳ ସମସ୍ତ ୩୦ ଜଣ ଛାତ୍ରଛାତ୍ରୀ ମାନଙ୍କ ପାଇଁ ବହି ବସ୍ତାନି ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମ ଶେଷରେ ଜିଲ୍ଲାପାଳ ଛାତ୍ରଛାତ୍ରୀ ମାନଙ୍କୁ ପାଠପଢାଇଥିଲେ।

Leave A Reply