Odisha news

ଚାଣକ୍ୟ ନୀତି: ଏହି ୭ଟି କଥାକୁ ନିହାତି ଯଦି ଜୀବନ ରେ ମନେ ରଖିବେ ତେବେ ସମାଜରେ କୌଣସି ସ୍ଥାନରେ ହାରିବେ ନାହିଁ

0
ଚାଣକ୍ୟ ଙ୍କ ନୀତି ଜୀବନ ର ସମସ୍ତ ପରିସ୍ଥିତି ରେ ଆମକୁ ଆଗକୁ ଯିବାକୁ ସାହାଯ୍ୟ କରିଥାଏ । ଏହା ଆମକୁ ଜୀବନ ରେ ଠିକ୍ ବାଟ ଦେଖାଇବା ସହ ଜୀବନ ର ସତ୍ୟତା କୁ ଦେଖାଇ ଥାଏ ।
ଚାଣକ୍ୟ ଙ୍କ ନୀତି ଅନୁସାରେ ଏହିସବୁ କଥାକୁ ନିହାତି ଧ୍ୟାନ ରଖିବା ଉଚିତ୍ ଯାହା କି ଆମକୁ ଜୀବନ ରେ ହାରିବାକୁ ଦେଇ ନଥାଏ ।
* ଚାଣକ୍ୟ ନୀତି ଅନୁସାରେ ଯେଉଁ ଧନ ପ୍ରାପ୍ତ କରିବା ପାଇଁ ମନ ଓ ନିଜର ମସ୍ତକ ନୁଆଁଇବା
ପାଇଁ ପଡିଥାଏ, ସେଭଳି ଧନ ର ଆଶା ଛାଡ଼ିଦେବା ଆବଶ୍ୟକ ।
* ଯିଏ ବିଶ୍ବାସୀ ବ୍ୟକ୍ତି ନୁହେଁ ତା ଉପରେ କଦାପି ବିଶ୍ୱାସ କରିବା ଉଚିତ୍ ନୁହେଁ । କାରଣ ବିଶ୍ୱାସ ରୁ ଉତ୍ପନ ହେଉଥିବା ଭୟ ମୂଳ ବିଶ୍ୱାସ କୁ ନଷ୍ଟ କରି ଦେଇଥାଏ ।
* ବୁଦ୍ଧିମାନ ବ୍ୟକ୍ତି ନିକଟରେ ଅପରାଧ କରିଥିବା ବ୍ୟକ୍ତି ଅନେକ ଦୂର ଯିବାପରେ ମଧ୍ୟ କଦାପି ଶାନ୍ତି ରେ ବସିପାରେ ନାହିଁ । କାରଣ ବୁଦ୍ଧିମାନ ବ୍ୟକ୍ତି ର ହାତ ଖୁବ୍ ଲମ୍ବା ସେ କେବେବି ପ୍ରତିଶୋଧ ନେଇପାରେ ।
* ଯେଉଁ ବ୍ୟକ୍ତି କ୍ରୋଧ ସମୟରେ ଓ ସୁଖ ସମୟରେ ସର୍ବଦା ଶାନ୍ତ ରହିଥାଏ ସେଭଳି ବ୍ୟକ୍ତି ଖୁବ୍ ଜ୍ଞାନୀ ହୋଇଥାଏ ।
* ମୂର୍ଖ ବ୍ୟକ୍ତି ସର୍ବଦା ନିଜର ବାହାବାହା ନେବା ପାଇଁ ନିଜର ପ୍ରଶଂସା କରିଥାଏ ।
* ମନୁଷ୍ୟ ଏକୁଟିଆ ପାପ କରେ । କିନ୍ତୁ ସମସ୍ତେ ତାର ଆନନ୍ଦ ନେଇ ଥାଆନ୍ତି । କିନ୍ତୁ ପାପ କରିଥିବା ବ୍ୟକ୍ତି ଦୋଷୀ ହୋଇଥାଏ ଆଉ ବାକି ସମସ୍ତେ ଖସି ଯାଆନ୍ତି ।
* ଚାଣକ୍ୟ ନୀତି ଅନୁସାରେ କୌଣସି ଧନୁର୍ଦ୍ଧର ଦ୍ଵାରା ଛାଡାଯାଇ ଥିବା ବାଣରେ କାହାର ଜୀବନ ଯାଉ କି ନଯାଉ କିନ୍ତୁ ବୁଦ୍ଧିମାନ ବ୍ୟକ୍ତି ଦ୍ଵାରା କରାଯାଇ ଥିବା ଭବିଷ୍ୟ ବାଣୀ କଦାପି ବ୍ୟର୍ଥ ହୋଇ ନଥାଏ ।
Leave A Reply