Odisha news

ଅଦା ଓ ଲେମ୍ବୁ ରେ ପ୍ରସ୍ତୁତ ପାନୀୟ ଦୂରେଇ ରଖିଥାଏ ଏହିସବୁ ରୋଗରୁ

0

୧ ) ଓଜନ ହ୍ରାସ କରିବା ପାଇଁ ଲାଭକାରୀ -:
ସକାଳୁ ଖାଲି ପେଟରେ ଅଦା, ଲେମ୍ବୁ ରସ ଓ କଳା ଲୁଣ କୁ ମିଶାଇ ଡିଟକ୍ସ ଡ୍ରିଙ୍କ ସେବନ କରିବା ଖୁବ ଲାଭଦାୟକ l ଲେମ୍ବୁ ରେ ଅଣ୍ଟିଆକ୍ସିଡେଣ୍ଟ, ଭିଟାମିନ ସି ଓ ମିନେରାଲ ମିଳିଥାଏ l ଅନ୍ୟପକ୍ଷରେ ଅଦା ଓ କଳା ଲୁଣ ରେ ଆଣ୍ଟିବ୍ୟାକ୍ଟେରିଆ ଓ ଆଣ୍ଟିଇମ୍ଫ୍ଲାମେଟାରି ଗୁଣ ରହିଥାଏ l ଏହି ସମସ୍ତ ପୋଷକ ତତ୍ୱ ଆପଣଙ୍କୁ ହାଇଡ୍ରେଟ ରଖିବା ସହ ଓ ମେଟାବୋଳିଯିମ କୁ ବଢ଼ାଇଥାଏ l ନିୟମିତ ଭାବରେ କଳା ଲୁଣ, ଲେମ୍ବୁ ଓ ଅଦାରେ ପ୍ରସ୍ତୁତ ଡ୍ରିଂକ୍ସ ନିୟମିତ ସେବନ କରିବା ଦ୍ୱାରା ଚର୍ବି ହ୍ରାସ ହୋଇଥାଏ l

୨ ) ପାଚନ ସମସ୍ୟା ଦୂର ହୋଇଥାଏ -:
ଲେମ୍ବୁ, ଅଦା ଓ କଳା ଲୁଣ ର କମ୍ବିନେସନ ପାଚନ ସହିତ ଜଡିତ ସମସ୍ୟା କୁ ଦୂର ହୋଇଥାଏ l ଏହାକୁ ସେବନ କରିବା ଦ୍ୱାରା କୋଷ୍ଠ କାଠିନ୍ୟ ସମସ୍ୟା, ଗ୍ୟାସ ଓ ଏସିଡ଼ିଟି ର ସମସ୍ୟା ହୋଇ ନଥାଏ l ଏହା ସହିତ ମଳ ତ୍ୟାଗ ରେ କୌଣସି ଅସୁବିଧା ହୋଇ ନଥାଏ l

୩) ପେଟ ସମସ୍ତ ସମସ୍ୟା ଦୂର ହୋଇଥାଏ – :
ଲେମ୍ବୁ ରସ, ଅଦା ଓ କଳା ଲୁଣ କୁ ସେବନ କରିବା ଦ୍ୱାରା ଆପଣ ପେଟ ସମସ୍ୟା ଦୂର ହୋଇଥାଏ l ଫୁଡ ପଏଜନିଙ୍ଗ, ଏଲର୍ଜୀ ଓ ପେଟ ଯନ୍ତ୍ରଣା ରୁ ଆରାମ ମିଳିଥାଏ l ଖାଇବା ପରେ ପ୍ରତିଦିନ ଏହି ପାନୀୟ ସେବନ କରନ୍ତୁ l ଅଧିକାଂଶ ସମୟ ଗ୍ୟାସ ର ସମସ୍ୟା ଆପଣଙ୍କ ସାରା ଶରୀରକୁ କଷ୍ଟ ହୋଇଥାଏ l ତେଣୁ ନିୟମିତ ସନ୍ତୁଳିତ ଆହାର କରିବା ସହିତ ଏହି ୩ଟି ଜିନିଷର ମିଶ୍ରଣକୁ ସେବନ କରନ୍ତୁ l

୪ ) ଆଣ୍ଟି ଏଜିଙ୍ଗ ଗୁଣ -:
ଅଦା, ଲେମ୍ବୁ ଓ କଳା ଲୁଣ ର ସମିଶ୍ରଣ ଆଣ୍ଟିଏଜିଙ୍ଗ ଗୁଣ ରହିଥାଏ, ଯେବେ ବି ତ୍ୱଚାରେ ବ୍ଲଡ଼ ଶର୍କୁଲେସନ ବଢ଼ାଇଥାଏ l ଏହା ସ୍କିନ କୁ ଡିଟକ୍ସ ଓ ପ୍ୟୁରିଫାଏ କରିଥାଏ l ଏହାଦ୍ୱାରା ଆପଣଙ୍କ ଡେଡ଼ ସ୍କିନ ସେଲ୍ ହଟି ଯାଇଥାଏ ଓ ତ୍ୱଚାରେ ଚମକ ଆସିଥାଏ l

୫ ) କୋଲେଷ୍ଟ୍ରଲ ସ୍ତର ନିୟନ୍ତ୍ରଣ ହୋଇଥାଏ -:
ଅଧିକାଂଶ ଲୋକ ହାଇ ବ୍ଲଡ ପ୍ରେସର ଓ ହାର୍ଟ ସମସ୍ୟାରେ ଗତି କରି ଥାଆନ୍ତି l ଏହାର ସବୁଠୁ ବଡ଼ କାରଣ ହେଉଛି କୋଲେଷ୍ଟ୍ରଲ ସ୍ତର ବୃଦ୍ଧି ପାଇବା l ସେଥିପାଇଁ କୋଲେଷ୍ଟ୍ରଲ ସ୍ତରକୁ ନିୟନ୍ତ୍ରଣ କରିବା ପାଇଁ ଆପଣ ନିୟମିତ ଅଦା, ଲେମ୍ବୁ ଓ କଳାଲୁଣ ରେ ପ୍ରସ୍ତୁତ ଡ୍ରିଂକ୍ସ ସେବନ କରନ୍ତୁ l

Leave A Reply