Odisha news

ଡୁଙ୍ଗୁରା ବଜାରରେ ସଶସ୍ତ୍ର ଡକାୟତି,କିଓସ୍କୋ ମାଲିକଙ୍କ ଠାରୁ ୯ଲକ୍ଷ ଲୁଟ

0

ଖଇରା/ସିମୁଳିଆ-୦୪/୦୮ : ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅଧୀନ ଡୁଙ୍ଗୁରା ବଜାରରେ ଥିବା ଏକ କିଓସ୍କୋ ବ୍ୟାଙ୍କ ମାଲିକଙ୍କୁ ବନ୍ଧୁକ ଓ ଭୁଜାଲି ଦେଖାଇ୫ଜଣ ଯୁବକ ୯ଲକ୍ଷ ୩୦ଟଙ୍କା ଲୁଟି ନେଇଥିବା ନେଇ ଖଇରା ଥାନାରେ ଅଭିଯୋଗ ହୋଇଛି । ଖଇରା ପୋଲିସ ସିସିଟିଭି ଫୁଟେଜ ଆଧାରରେ ଝିଙ୍କିରିଆ ପଞ୍ଚାୟତ ଗଗନଧୁଳି ଗ୍ରାମର ଆଦିତ୍ୟ ସେଠୀ ନାମକ ଯୁବକକୁ ଥାନାରେ ଅଟକ ରଖିବା ସହ ଅନ୍ୟ ମାନଙ୍କୁ ଧରିବା ପାଇଁ ଉଦ୍ୟମ ଜାରି ରଖିଛି । ଡୁଙ୍ଗୁରା ପଞ୍ଚାୟତ ର ସମିତି ସଭ୍ୟ ଶିଶିର ସାମଲ ଖଇରା ଥାନାରେ ଦେଇଥିବା ଲିଖିତ ଅଭିଯୋଗ ଅନୁଯାୟୀ ତାଙ୍କ ପୁଅ ରାକେଶଙ୍କର ଡୁଙ୍ଗୁରା ବଜାରରେ କିଓସ୍କୋ ବ୍ୟାଙ୍କ ରହିଛି ।

ଗୁରୁବାର ସକାଳ ସାଢେ ୮ଟା ସମୟରେ ରାକେଶ ମେଡିକାଲ ନିକଟସ୍ଥ ବାସଭବନରୁ ବହାରି ଟଙ୍କାଥିବା ବ୍ୟାଗ ଧରି ବ୍ୟାଙ୍କ କାର୍ଯ୍ୟାଳୟକୁ ଯାଉଥିଲେ ।ଏହି ସମୟରେ କୋଭିଡ ଟିକା ପାଇଁ ମେଡିକାଲ ସମ୍ମୁଖରେ ଧାଡିରେ ଛିଡା ହୋଇଥିବା ବ୍ୟକ୍ତିଙ୍କ ଗହଣରେ ଲୁଟେରା ଗ୍ୟାଙ୍ଗରୁ ଜଣେ ଛିଡା ହୋଇ ରାକେଶଙ୍କ ବାହାରିବା ସମ୍ପର୍କରେ ସୁଚନା ଦେଇଥିଲା ।ଠିକ ଏତିକି ବେଳେ ୩ଜଣ ୨ଟି ବାଇକରେ ଆସି ବନ୍ଧୁକ ଓ ଭୁଜାଲି ଦେଖାଇ ଟଙ୍କା ବ୍ୟାଗଧରି ରାଣିତାଲ ଅଭିମୁଖେ ପଳାଇଥିଲେ ।

କିଛି ଯୁବକ ପିଛା କରିବା ପରେ ଉକ୍ତ ୪ଜଣ ଲୁଟେରା କେନାଲ ରାସ୍ତାରେ ଅଡା ପର୍ଯ୍ୟନ୍ତ ଯାଇଥିଲେ । ସେଠାରେ ଅନ୍ୟ ଜଣେ ଯୁବକ ୟୁପି ସ୍କୁଲ ନିକଟରେ ଏକ ପଲସାର ଗାଡିରେ ଅପେକ୍ଷା କରି ରହିଥିଲା । ୫ଜଣ ଉକ୍ତ ଟଙ୍କାକୁ ଏକ ଗାମୁଛାରେ ବାନ୍ଧି ଅଡା ଚୁଡୁଙ୍ଗା ରାସ୍ତାରେ ଯିବାକୁ ଉଦ୍ୟମ କରୁଥିବା ବେଳେ ପଲସାର ଗାଡି ଷ୍ଟାର୍ଟ ନହେବାରୁ ଉକ୍ତ ଗାଡି ଛାଡି ଦେଇ ଅନ୍ୟ ୨ଟି ବାଇକରେ ପଳାଇଥିଲେ । ଗାଡିକୁ ସ୍ଥାନୀୟ ଯୁବକ ସିମୁଳିଆ ପୋଲିସକୁ ହସ୍ତାନ୍ତର କରିଥିଲେ । ପରେ ସିସିଟିଭି ଫୁଟେଜ ଅନୁଧ୍ୟାନ ରୁ ଝିଙ୍କିରିଆ ଗ୍ରାମର ଆଦିତ୍ୟ ସାମିଲ ଥିବାର ଜଣା ପଡିଥିଲା ଏବଂ ତାକୁ ତା ଗ୍ରାମରୁ ଧରି ଅଣାଯିବା ପରେ ଅନ୍ୟ ମାନେ ସୋର ଅଞ୍ଚଳର ବୋଲି କହିଥିଲାା ଗୁରୁବାର ରାତିରୁ ସମସ୍ତେ ଡୁଙ୍ଗୁରା ଆସିଥିବାର କହିଥିଲା । ଚୋରମାନଙ୍କୁ ଧରିବା ପାଇଁ ପ୍ରୟାସ ଜାରି ରହିଛି ବୋଲି ଆଇଆଇସି ଗଣେଶ୍ୱର ପ୍ରଧାନ କହିଛନ୍ତି

Leave A Reply