Odisha news

ଦୁଇ ଦିବ୍ୟାଙ୍ଗ ଯାଆଳା ଭଉଣୀଙ୍କ ଭାଗ୍ୟ ଉଦୟ : ଅନାଥାଶ୍ରମରୁ ଆମେରିକା ଗଲେ

0

ଚଣ୍ଡିଖୋଲ,୦୨/୦୮ ;  କଥାରେ ଅଛି ଭାଗ୍ୟ କେତେବେଳେ କାହାକୁ କେଉଁଠି ପହଞ୍ଚାଇବ ଓ କେଉଁ ଆସନରେ ବସାଇବ ତାହା ପୂର୍ବାନୁମାନ କରିବା ଅସମ୍ଭବ! ଏହି ଉକ୍ତିଟି ବାସ୍ତବତାରେ ରୁପାନ୍ତରିତ ହୋଇଛି ବାପା ମା’ଙ୍କୁ ଛାଡି ଅନାଥାଶ୍ରମରେ ରହୁଥିବା ଦୁଇ ଦିବ୍ୟାଙ୍ଗ ଜାଆଳା ଭଉଣୀଙ୍କ କ୍ଷେତ୍ରରେ! ଯାଜପୁର ଜିଲ୍ଲା ବଡଚଣା ବ୍ଳକର ସମିଆ ପଞ୍ଚାୟତ ଅନ୍ତର୍ଗତ ଆଦୀବାସୀ ଗ୍ରାମ ଦହୁରୀଗଡାର ଏକ ଗରୀବ ଆଦୀବାସୀ ଦମ୍ପତିଙ୍କ ଠାରୁ  ଏହି ଦିବ୍ୟାଙ୍ଗ ଯାଆଳା ଦୁଇ ଭଉଣୀ କଟକୀ ନାୟକ ଓ ସୁନ୍ଦରୀ ନାୟକ ଜନ୍ମ ହୋଇଥିଲେ! ଏବେ ଉଭୟଙ୍କ ବୟଷ ୧୧ ବର୍ଷ! ସେମାନେ ଜନ୍ମ ହେବା ପୂର୍ବରୁ ତାଙ୍କ ବାପା ରମେଶ ତାଙ୍କ ମା’ଙ୍କୁ ଛାଡି ଅନ୍ୟତ୍ର ପଳାଇଥିଲା! ଅଭାବ ଓ ଅନାଟନ ମଧ୍ୟରେ ଏହି ଦୁଇ ଭଉଣୀ ରାହା।ଖୋଜୁଥିଲା ବେଳେ ମା’ ମଧ୍ୟ ସେମାନଙ୍କ ଦାୟିତ୍ୱ ନେଇନଥିଲେ!

ସେମାନେ ବଞ୍ଚିବା ପାଇଁ ଶେଷରେ କଅଳ ବୟଷରେ ଭିକ୍ଷା ମାଗିବାକୁ ବାଧ୍ୟ ହୋଇଥିଲେ! ଆଜିକୁ ପ୍ରାୟ ଚାରିବର୍ଷ ତଳେ ଦୁଇ ଭଉଣୀ ଗାଁ ପାଖ ଏକ ଜଳ ଉତ୍ସରେ ଗାଧୋଉଥିଲା ବେଳେ ଭାସିଯାଇଥିଲେ! ଏହି ସମୟରେ ଖବରପାଇ ପାଖରେଥିବା ବୁଢାକେନ୍ଦୁଆ ସ୍ଥିତ ନେସନ ଶିଶୁ ପରିଚର୍ଯ୍ୟା କେନ୍ଦ୍ର (ଅନାଥାଶ୍ରମ)ର କର୍ମଚାରୀ ମାନେ ସେମାନଙ୍କୁ ଜଳ ସ୍ରୋତରୁ ଉଦ୍ଧାର କରିଥିଲେ ଓ ସେହିଦିନ ଠାରୁ ନିଜ ପରିଚର୍ଯ୍ୟା କେନ୍ଦ୍ରରେ ରଖି ଦୁହିଁଙ୍କୁ ଲାଳନ ପାଳନ କରି ଆସୁଥିଲେ! ପରେ ଏହି ଦୁଇ ଭଉଣୀଙ୍କ ମା’ ଯମୁନା ନାୟକ ସେମାନଙ୍କ ଲାଳନ ପଳନ ଓ ଅଭିଭାବକତ୍ୱର ସମସ୍ତ ଦାୟିତ୍ୱ ଆଇନଗତ ଭାବେ ନେସନକୁ ହସ୍ତାନ୍ତର କରି ଦେଇ ଅନ୍ୟତ୍ର ଚାଲି ଯାଇଥିଲେ! ଦୁଇ ଭଉଣୀ ନେସନରେ ରହୁଥିବା ୫୩ ଜଣ ଅନ୍ତେବାସୀଙ୍କ ସହ ଥିବାବେଳେ ହଠାତ ସେମାନଙ୍କ ଭାଗ୍ୟ ଉଦୟ ହୋଇଥିଲା ଗତ କିଛିଦିନ ପୂର୍ବରୁ! ଯେତେବେ ଏକ ଆମେରିକୀୟ ଦମ୍ପତି ସେମାନଙ୍କୁ ସେମାନଙ୍କ ପୋଶ୍ୟ ସନ୍ତାନଭାବେ ଗ୍ରହଣ କରିବାକୁ ଇଛା ପ୍ରକାଶ କରିଥିଲେ!ପରେ ପୋଶ୍ୟ ସନ୍ତାନ ଗ୍ରହଣର ଆନ୍ତର୍ଜାତୀୟ ନିତି ନିୟମ ଓ ଆଇନ ଅନୁଯାଇ ଏହି ଆମେରିକୀୟ ଦମ୍ପତି ଏରିକା ଲେଲିନ ପେଡରସନ  ଓ ଫିଲିପ ବବିଟ ଥମ ଅନଲାଇନ ମାଧ୍ୟମରେ ଭାରତ ସରକାରଙ୍କୁ ଏହି ଦୁଇଜଣଙ୍କୁ ପୋଶ୍ୟ ସନ୍ତାନ ଭାବେ ଗ୍ରହଣକରି ଆମେରିକା ନେଇଯିବା ପାଇଁ ଅନୁମତି ମାଗିଥିଲେ!

ଏହାପରେ ସରକାରଙ୍କ ଅନୁମତି ପାଇ ଯାଜପୁର ଜିଲ୍ଲା ଉତ୍କଳ ବାଳାଶ୍ରମ ମାଧ୍ୟମରେ ଏହି ଆମେରିକୀୟ ଦମ୍ପତି ମଙ୍ଗଳବା ଦିନ ବଡଚଣା ବ୍ଳକ ବୁଢାକେନ୍ଦୁଆ ସ୍ଥିତ ନେସନ ଶିଶୁ ପରିଚର୍ଯ୍ୟା କେନ୍ଦ୍ରରେ ପହଞ୍ଚିଥିଲେ! ସେମାନେ ଏଠାରେ ପହଞ୍ଚିବା ପରେ ନେସନର ସମ୍ପାଦକ ପ୍ରଦ୍ୟୁମ୍ନକୁମାର ପାତ୍ର,ସ୍ୱାସ୍ଥ୍ୟ ଅଧିକାରୀ ଧନଞ୍ଜୟ ସାମଲ,ଲତିକା ଖୁଣ୍ଟିଆ, ଯାଜପୁର ଜିଲ୍ଲା ଶିଶୁ ଶୁରକ୍ଷା ଅଧିକାରୀ ନିରଞ୍ଜନ କର ପ୍ରମୁଖ ସେମାନଙ୍କୁ ସ୍ୱାଗତ କରିଥିଲେ! ପରେ ସମନ୍ତ କୁନି ଅନ୍ତେବାସୀ ଓ ନେସନର ସମସ୍ତ କର୍ମଚାରୀଙ୍କ ଗହଣରେ ଦୁଇ ଯାଆଳା ଭଉଣୀ ସୁନ୍ଦରୀ ଓ କଟକୀଙ୍କର ବିଦାୟ ପର୍ବ ଅନୁଷ୍ଠିତ ହୋଇ ସେମାନଙ୍କୁ ଆନନ୍ଦାଶ୍କୃ ସହିତ ପରିଚର୍ଯ୍ୟା କେନ୍ଦ୍ରରୁ ବିଦାୟ ଦିଆଯାଇଥିଲା! ଅତ୍ୟନ୍ତ ଖୁସି ମନରେ ଆମେରିକୀୟ ଦମ୍ପତି ଏରିକା ଓ ଫିଲିପ ସେମାନଙ୍କୁ ସାଙ୍ଗରେ ଧରି ନିଜ ବାସସ୍ଥଳୀ ଆମେରିକା ରାଜଧାନୀ ଉଆସିନଟନର ସେଣ୍ଟ ସିଟଲେ ସହରକୁ ଯାତ୍ରା କରିଥିଲେ! ସୁନ୍ଦରୀ ଓ କଟକୀଙ୍କ ଏପରି ସୌଭାଗ୍ୟ ପ୍ରାପ୍ତିରେ ତାଙ୍କ ଅନ୍ତେବାସୀ ସମସ୍ତ ସାଙ୍ଗ ସାଥୀ ଖୁବ ଆନନ୍ଦିତ ଥିବା ଦେଖାଯାଇଥିଲା!ଏହି ବିଦାୟ ଉତ୍ସବରେ ନେସନର ସଭାପତି ଉଜ୍ୱଳପ୍ରଦୀପ ନାରାୟଣ ମହାପାତ୍ର,ନାରାୟଣ ମହାନ୍ତି ପ୍ରମୂଖ ଉପସ୍ଥିତ ଥିଲେ

Leave A Reply