Odisha news

ଯୁଦ୍ଧ ସମୟରେ ୟୁକ୍ରେନ ଆରମ୍ଭ କଲା ଶସ୍ୟ ରପ୍ତାନି , ଲେବନନ୍ ପଠାଇଲା ୨୬ ହଜାର ଟନ୍ ମକା

0
ନୂଆଦିଲ୍ଲୀ : ଖାଦ୍ୟକୁ ନେଇ ଅରାଜକତା ବ୍ୟାପି ଥିବା ଦେଶ ଗୁଡ଼ିକ ପାଇଁ ୟୁକ୍ରେନ ରୁ ଖୁସି ଖବର ଆସିଛି । ବିଶେଷ ଭାବରେ ୟୁକ୍ରେନ ପୁନର୍ବାର ଶସ୍ୟ ରପ୍ତାନି ଆରମ୍ଭ କରିଛି । ସୂଚନା ଅନୁସାରେ ଋଷ ର ଆକ୍ରମଣ ପରେ ପ୍ରଥମଥର ୟୁକ୍ରେନରୁ ଶସ୍ୟ ନେଇ ଗୋଟିଏ ଜାହାଜ ଓଡ଼େଶା ବନ୍ଦର ରୁ ଯାତ୍ରା କରିଛି । ତୁର୍କୀ ର ରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସୋମବାର ଦିନ ଏହି ସୂଚନା ଦିଆ ଯାଇଛି । ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ମାଲ୍ ବାହି ଜାହାଜ ‘ ର ଯୋ ନି ‘ ଉପରେ ପଶ୍ଚିମ ଆଫ୍ରିକୀୟ ଦେଶର ଝଣ୍ଡା ଲାଗିଥିଲା ।
 ଏହି ଜାହାଜ ଟି ଓଡେଶା ର ବନ୍ଦର ରୁ ଲେବନାନ ଅଭିମୁଖେ ଯାତ୍ରା କରିଥିଲା । ସଂଯୁକ୍ତ ରାଷ୍ଟ୍ରର ଗୋଟିଏ ବୟାନ ଅନୁସାରେ ୨୬ ହଜାର ଟନ୍ ରୁ ଅଧିକ ମକା ନେଇ ଯାତ୍ରା କରିଥିଲା । ରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଅନୁସାରେ ଏହି ଜାହାଜ ଟି ତୁର୍କୀ ର ଇସ୍ତନବୁଲ୍ ରେ ମଙ୍ଗଳବାର ସୁଦ୍ଧା ପହଞ୍ଚିବାର ଖବର ମିଳିଛି ।
ଯେଉଁଠାରେ ତାହାକୁ ଯାଞ୍ଚ କରି ଛଡାଯିବ ।
ସଂଯୁକ୍ତ ରାଷ୍ଟ୍ର ର ମୁଖ୍ୟ ସଚିବ ଏଣ୍ଟନିଓ ଗୁଟେରେସ୍ ୟୁକ୍ରେନ ର ଶସ୍ୟ ରପ୍ତାନି ପଦକ୍ଷେପ କୁ ସ୍ଵାଗତ କରିଛନ୍ତି । ସେ ଏହାକୁ ଗୋଟିଏ ସାମୁହିକ ଉପଲବ୍ଧି ବୋଲି କହିଛନ୍ତି ।
Leave A Reply