Odisha news

ଅଗଷ୍ଟ ମାସରେ ଜନ୍ମିତ ବ୍ୟକ୍ତିଙ୍କ ନିକଟରେ ରହିଥାଏ ଏହିସବୁ ଗୁଣ , ଆସନ୍ତୁ ଜାଣିବା କଣ କହୁଛି ଆଷ୍ଟ୍ରୋଲଜୀ

0

ଅଗଷ୍ଟ ମାସ କାଲିଠୁ ଆରମ୍ଭ ହୋଇଯାଇଛି l ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗ୍ରହ, ନକ୍ଷତ୍ର, ରାଶି, ଜନ୍ମ ତାରିଖ ଯୋଗୁଁ ବ୍ୟକ୍ତିର ସ୍ଵଭାଵ ବିଷୟରେ ଜଣା ପଡିଥାଏ l ଶାସ୍ତ୍ର ଅନୁସାରେ ଅଗଷ୍ଟ ମାସରେ ଜନ୍ମିତ ବ୍ୟକ୍ତି ଙ୍କ ଉପରେ ସୂର୍ଯ୍ୟଙ୍କ ପ୍ରଭାବ ରହିଥାଏ l ଆସନ୍ତୁ ଜାଣିବା କିପରି ହୋଇଥାଏ ଅଗଷ୍ଟ ମାସରେ ଜନ୍ମିତ ବ୍ୟକ୍ତିଙ୍କ ସ୍ଵଭାବ l

କିପରି ହୋଇଥାଆନ୍ତି ଅଗଷ୍ଟ ମାସରେ ଜନ୍ମିତ ବ୍ୟକ୍ତିଙ୍କ ସ୍ଵଭାଵ -;

* ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଅଗଷ୍ଟ ମାସରେ ଜନ୍ମିତ ବ୍ୟକ୍ତି ଆତ୍ମବିଶ୍ୱାସ ରେ ପରିପୂର୍ଣ ହୋଇ ଥାଆନ୍ତି l ସେମାନେ ମାନସିକ ଭାବରେ ଖୁବ ଷ୍ଟ୍ରଙ୍ଗ ହୋଇ ଥାଆନ୍ତି l ନିଜର ଇମୋସନ କୁ ଖୁବ ସହଜ ରେ ନିୟନ୍ତ୍ରଣ କରି ଥାଆନ୍ତି l

* ଅଗଷ୍ଟ ମାସରେ ଜନ୍ମିତ ବ୍ୟକ୍ତି ସ୍ୱଭାବରେ ଖୁବ ସଚୋଟ ହୋଇ ଥାଆନ୍ତି l ସେମାନେ ବିନା ଦ୍ବିଧାରେ ନିଜର କଥା ସମସ୍ତଙ୍କ ନିକଟରେ ରଖି ଥାଆନ୍ତି l ଏହି ମାସରେ ଜନ୍ମିତ ବ୍ୟକ୍ତି ନିଜର ପ୍ରଶଂସା ଶୁଣିବାକୁ ପସନ୍ଦ କରନ୍ତି l ଅଧିକାଂଶ ସମୟରେ ଏମାନଙ୍କ ସଚୋଟ ସ୍ଵଭାବ ଏମାନଙ୍କୁ ଅସୁବିଧାରେ ପକାଇ ଥାଏ l

* ଅଗଷ୍ଟ ମାସରେ ଜନ୍ମିତ ବ୍ୟକ୍ତିଙ୍କ ଉପରେ ସୂର୍ଯ୍ୟଙ୍କ ପ୍ରଭାବ ରହିଥିବା କାରଣରୁ ନେତୃତ୍ୱ ସ୍ୱଭାବ ର ହୋଇ ଥାଆନ୍ତି l ଏମାନେ ଖୁବ ପରିଶ୍ରମୀ ହେବା ସହ ଖୁବ ପ୍ରାକ୍ଟିକାଲ ହୋଇ ଥାଆନ୍ତି l ନିଜ ଲକ୍ଷରେ ପହଂଚିବା ପାଇଁ ଏମାନେ କଠିନ ପରିଶ୍ରମ କରିଥାଆନ୍ତି ଓ ନିଜ ଲକ୍ଷରେ ପହଂଚି ଥାଆନ୍ତି l

* ଅଗଷ୍ଟ ମାସରେ ଜନ୍ମିତ ବ୍ୟକ୍ତିଙ୍କ ବ୍ୟକ୍ତିତ୍ୱ ଖୁବ ପ୍ରଭାବଶାଳୀ ହୋଇଥାଏ l ଏମାନେ ନିଜର ନିଜସ୍ୱ କଥାକୁ କେବଳ ନିଜର ଜଣାଶୁଣା ଲୋକଙ୍କ ସହିତ ବାଣ୍ଟି ଥାଆନ୍ତି l

* ଅଗଷ୍ଟ ମାସରେ ଜନ୍ମିତ ବ୍ୟକ୍ତି ସ୍ୱଭାବରେ ଖୁବ କଂଜୂସ ହୋଇ ଥାଆନ୍ତି l ଜୀବନରେ ଯାହାବି ଖର୍ଚ କରନ୍ତି ଖୁବ ମାପି ଚୁପି ଖର୍ଚ୍ଚ କରିଥାଆନ୍ତି l ଏମାନେ ସଫଳ ହେବା ପାଇଁ ନିଜର ଖର୍ଚ୍ଚ କୁ କମାଇ ଦେଇ ଥାଆନ୍ତି l

* ଅଗଷ୍ଟ ମାସରେ ଜନ୍ମିତ ବ୍ୟକ୍ତି ପ୍ରତିଭା ରେ ଖୁବ ଧନୀ ହୋଇ ଥାଆନ୍ତି l ଏମାନେ ନିଜର ପରିଚୟ ନିଜେ ସୃଷ୍ଟି କରିଥିବା କାରଣରୁ କାହାର ଦୟା ରେ ରୁହନ୍ତି ନାହିଁ l

Leave A Reply