Odisha news

ଫୁଲବାଣୀରେ ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣି

0

ଫୁଲବାଣୀ,୧ା୮, ମାସର ପ୍ରଥମ ସୋମବାରରେ ଜିଲ୍ଲା ମୁଖ୍ୟାଳୟରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ କନ୍ଧମାଳ ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଆଜି ଫୁଲବାଣୀରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ସଦଭାବନା ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ କନ୍ଧମାଳ ଜିଲ୍ଲାପାଳ ପାଟିଲ ଆଶିଷ ଇଶ୍ୱର ଅଭିଯୋଗ ଶୁଣାଣି କରିଥିଲେ । ଏଥିରେ କନ୍ଧମାଳ ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ସାହୁ,ଫୁଲବାଣୀ ଉପଜିଲ୍ଲାପାଳ ଶେଷଦେବ ମିଶ୍ର,ଜିଲ୍ଲାପାରିଷଦର ମୁଖ୍ୟ ନିର୍ବାହୀ ଅଧିକାରୀ ବିଶ୍ୱରଞ୍ଜନ ନାୟକ,ଜିଲ୍ଲା ଆପାତକାଳୀନ ଅଧିକାରୀ ପ୍ରଦୁ୍ୟମ୍ନ ମଣ୍ଡଳ ଏବଂ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଯୋଗ ଦେଇଥିଲେ । ଆଜି ସମୁଦାୟ ୯୪ ଟି ସାମୁହିକ ଏବଂ ବ୍ୟକ୍ତିଗତ ଅଭିଯୋଗ ଗ୍ରହଣ କରାଯାଇଥିଲା । ଏଥିରୁ ୭୯ଟି ବ୍ୟକ୍ତିଗତ ଅଭିଯୋଗର ସମାଧାନ କରାଯାଇଥିବା ବେଳେ ୧୫ ଟି ସାମୁହିକ ଅଭିଯୋଗ ଗୁଡିକୁ ବିଭିନ୍ନ ବିଭାଗ ଜରିଆରେ ସମାଧାନ କରାଯାଇଛି । ସେହିପରି ୩ ଟି ଅଭିଯୋଗ ର ମଧ୍ୟ ସମାଧାନ କରାଯାଇଛି ।

 

Leave A Reply