ଫୁଲବାଣୀ,୧ା୮, ଫୁଲବାଣୀରେ ଜିଲ୍ଲା ମୁଖ୍ୟ ଚିକିତ୍ସ୍ୟା ଳୟରେ କନ୍ଧମାଳ ଜିଲ୍ଲାର ସମସ୍ତ ଅଂଚଳରୁ ରୋଗୀମାନେ ଉତମ ସେବା ପାଇବା ଆଶାରେ ଆସି ଥାଆନ୍ତି । କାରଣ ଜିଲ୍ଲା ମୁଖ୍ୟ ଚିକିତ୍ସ୍ୟା ଳୟରେ ଭଲ ଡାକ୍ତର ଏବଂ ବରିଷ୍ଠ ଏବଂ ଅଭିଜ୍ଞ ଷ୍ଠାଫନର୍ସ ମାନେ ଅଛନ୍ତି । ସେହି ଆଶାରେ ଆସୁଥିବା ରୋଗୀ ମାନେ ସେବା ପାଇବା ବଦଳରେ ଆଶ୍ଚର୍ଯ୍ୟ ଜନକ ଭାବରେ ଏହାର ବିପରୀତ ସ୍ଥିତିର ସମ୍ମୁଖିନ ହେଉଥିବା ଦେଖିବାକୁ ମିଳୁଛି । ଗତ କିଛି ଦିନ ପୁର୍ବେ ଜଣେ ସିକୁ୍ୟରିଟି କର୍ମଚାରୀ ଜଣେ ରୋଗୀଙ୍କର ସାଲାଇନକୁ ବଦଳାଉଥିବା ଏବଂ ଅନ୍ୟପ୍ରକାରର ସେବା ଯୋଗଇବାରେ ନିୟୋଜିତ ଥିବା ଘଟଣା ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସ୍ୟା ଅଧିକାରୀଙ୍କ ନିଦେ୍ର୍ଧଶରେ ଏହାକୁ ସୁଧାରିବାକୁ କଡା ନିଦେ୍ର୍ଧଶ ମିଳିବା ପରେ ସିକୁ୍ୟରିଟି ଗାର୍ଡ ମାନେ ସେମାନଙ୍କର ନିଜର କାର୍ଯ୍ୟରେ ହିଁ ନିୟୋଜିତ ରହିବା ଦେଖିବାକୁ ମିଳିଛି । ହେଲେ ବର୍ତମାନ ଜଣେ ବରିଷ୍ଠ ଓ ଅଭିଜ୍ଞ ଷ୍ଟାଫନର୍ସ ଡିଉଟି ସମୟରେ ନିଘୋଡ ନିଦରେ ଶୋଇଥିବା ବେଳେ ତାଙ୍କୁ ରୋଗୀଙ୍କ ନିଜ ଲୋକେ କୌଣସି ସେବା ପାଇଁ ଡାକି ଡାକି ଷ୍ଟାଫନର୍ସ ଜଣକ ନ ଉଠିବାରୁ ନିରୁପାୟ ହୋଇ ସେଠାରେ ଠିଆ ହୋଇଥିବା ଦୃଶ୍ୟକୁ କେହି ଜଣେ ଭିଡିଓ ଉଠାଇବା ସହିତ ଏହାକୁ ଭାଇରାଲ କରିଥିବା ଘଟଣା ବର୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ସ୍ୱାସ୍ଥ୍ୟ ବିଭାଗର କର୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବାକୁ ମଧ୍ୟ ଆଲୋଚନା ହେଉଛି ।