Odisha news

ବାଇକ ଧକ୍କାରେ ବୃଦ୍ଧାଙ୍କ ମୃତ୍ୟୁ

0

ଧାମନଗର, ତା୧ା୮ : ଧାମନଗର-କୋଠାର ରାସ୍ତାର ମିର୍ଜାପୁର ମନ୍ତେଇ ଠାକୁରାଣୀ ନିକଟରେ ଜଣେ ପୋଲିସ ବାବୁଙ୍କ ବାଇକ ଧକ୍କାରେ କେତକୀ ଷଡ଼ଙ୍ଗୀ (୭୫) ନାମ୍ନୀ ଜନୈକା ବୃଦ୍ଧାଙ୍କ ମୃତ୍ୟୁ ଘଟିଛି । ଧାମନଗର ଥାନାର କନେଷ୍ଟବଳ ବଲ୍ଲଭ ଚରଣ ଖଣ୍ଡା ଏହି ଦୁର୍ଘଟଣା ଘଟାଇଥିବା ଜଣାଯାଇଛି । ରବିବାର ସନ୍ଧ୍ୟା ସମୟରେ ଏହି ଦୁର୍ଘଟଣା ଘଟିଥିବାବେଳେ ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ କେତକୀଙ୍କୁ ତୁରନ୍ତ ଧାମନଗର ସ୍ୱାସ୍ଥ୍ୟକେନ୍ଦ୍ର କୁ ନେଇଥିଲେ । ଅବସ୍ଥା ସଂକଟାପନ୍ନ ହେବାରୁ କଟକ ବଡ଼ ଡାକ୍ତରଖାନା ନେଉଥିବା ବାଟରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ଦୁର୍ଘଟଣା ଘଟାଇଥିବା ଓଡି୦୯ ଏସ ୫୦୩୨ ନମ୍ବର ବାଇକକୁ ପୋଲିସ ଜବତ କରି ତଦନ୍ତ କରୁଥିବା ଜଣାଯାଇଛି । ବେପରୁଆ ବାଇକ ଚାଳନା ରୁ ଦୁର୍ଘଟଣା ଘଟିଥିବାବେଳେ କନେଷ୍ଟବଳ ଶ୍ରୀ ଖଣ୍ଡା ଚିକିତ୍ସିତ ହେଉଛନ୍ତି ଏବଂ ତାଙ୍କୁ ଗିରଫ କରାଯିବ ବୋଲି ଥାନା ଆଇଆଇସି ସୁଚନା ଦେଇଛନ୍ତି

Leave A Reply