ବେତନଟୀ/ବୈଶିଙ୍ଗା : ବୈଶିଙ୍ଗା ଥାନା ଅନ୍ତର୍ଗତ ଗଡଦେଉଳିଆ ପଞ୍ଚାୟତ ର ବାଳିଆପିଟା ଗ୍ରାମ ରେ ଆଜି ଅପରାହ୍ନ ୨ ଟା ସମୟରେ ବଜ୍ରପାତରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ମହିଳା ଗୁରୁତର ଅବସ୍ଥାରେ ବୈଶିଙ୍ଗା ଡାକ୍ତରଖାନା ରେ ଚିକିତ୍ସିତ ହେଉଥିବା ଜଣାପଡିଛି। ସୂଚନା ମୁତାବକ ଆଜି ଅପରାହ୍ନରେ ପ୍ରଚଣ୍ଡ ବେଗରେ ପବନ ବହିବା ସହିତ ମେଘ ଓ ଘଡ଼ଘଡ଼ି ହେବା ସମୟରେ ଗାଁ ନିକଟସ୍ଥ ବିଲରେ ଚାଷକାର୍ଯ୍ୟ ରେ ଲାଗିଥିବା କିଛି ମହିଳା ଙ୍କ ନିକଟରେ ବଜ୍ରପାତ ହେବାରୁ ଘଟଣାସ୍ଥଳରେ ପ୍ରାଣ ହରାଇଥିଲେ ଜନୈକ ମହିଳା ମାଳତୀ ସିଂ ( ୩୧ ବର୍ଷ )। ପାଞ୍ଚ ବର୍ଷ ତଳେ ମାଳତୀ ଙ୍କ ସ୍ଵାମୀ ଦେବ ସିଂ ଅଜଣା ରୋଗରେ ମୃତ୍ୟୁବରଣ କରି ଥିବା ବେଳେ ତାଙ୍କର ଛୋଟ ଛୋଟ ତିନି ଟି ପୁଅ ଓ ଗୋଟିଏ ଝିଅ ଅଛନ୍ତି। ଏ ସଂକ୍ରାନ୍ତରେ ବୈଶିଙ୍ଗା ଥାନା ରେ ଅପମୃତ୍ୟୁ ମାମଲା ନଂ ୨୫ / ୨୨ରୁଜୁ କରାଯାଇ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ସୂଚନା ମିଳିଛି। ଅନ୍ୟ ଜଣେ ମହିଳା ଅର୍ଜୁନ ମୁର୍ମୁ ଙ୍କ ସ୍ତ୍ରୀ ଦୁଲି(୩୦) ଆହତ ଅବସ୍ଥାରେ ବୈଶିଙ୍ଗା ଡାକ୍ତରଖାନା ରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କ ସ୍ଵାସ୍ଥ୍ୟ ଅବସ୍ଥା ସ୍ଥିର ରହିଥିବା ଜଣାପଡିଛି। ଏହି ଅସହାୟ ପରିବାରକୁ ତୁରନ୍ତ କ୍ଷତିପୂରଣ ଦେବା ସହିତ ପଲାମାନଙ୍କର ପାଠପଢା ପାଇଁ ପ୍ରଶାସନ ଗୁରୁତ୍ଵ ଦେବାକୁ ପ୍ରାକ୍ତନ ବିଧାୟକ ଗଣେଶ୍ୱର ପାତ୍ର ଦାବୀ କରିଛନ୍ତି। ମୂଖ୍ୟମନ୍ତ୍ରୀ ଙ୍କ ରିଲିଫ୍ ପାଣ୍ଠିରୁ କେମିତି ସାହାଯ୍ୟ ମିଳିପାରିବ ସେଥିପାଇଁ ସେ ଚେଷ୍ଠା କରିବେ ବୋଲି କହିଛନ୍ତି।