Odisha news

ଭାରତୀୟ ଏକତାର ବାହକ ଅପରେସନ୍ ବିଜୟ

0
ବୈଷ୍ଣବ ମେହେର : କାରଗିଲ ବିଜୟ ଦିବସ ହେଉଛି ଭାରତବର୍ଷର ଶକ୍ତି, ସଂକଳ୍ପ ଓ ସାମର୍ଥ୍ଯର ପ୍ରତିକ ା ୧୯୯୯ ମସିହା ଜୁଲାଇ ମାସ ୨୬ ତାରିଖ ଭାରତୀୟ ସେନା ଯେଉଁ ବିରତ୍ୱର ପରାକାଷ୍ଠାରେ ପାକିସ୍ତାନ ଅନୁପ୍ରବେଶକାରୀଙ୍କ ହୀନ ଉଦ୍ଯମକୁ ପ୍ରତିହତ କରି କାରଗିଲ ଘାଟିକୁ ନିଜ ଅକ୍ତିଆରକୁ ନେଇଥିଲେ ତାହା ଆଗାମୀ ଅୟୁତ କାଳ ଯାଏଁ ଅବିସ୍ମରଣୀୟ ହୋଇ ରହିବ ା ଏହି ଦିବସର ସ୍ମୃତି ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସମସ୍ତ ମାନସିକତାର ଉର୍ଦ୍ଦରେ ଭାରତୀୟଙ୍କ ହୃଦୟରେ ପ୍ରବଳ ଜାତୀୟତା ଭାବ ସୃଷ୍ଟି କରିଥାଏ ା କାରଗିଲ ଯୁଦ୍ଧ  ଭାରତ ଓ ପାକିସ୍ତାନ ମଧ୍ଯରେ ଚତୁର୍ଥ ଘୋଷିତ ଯୁଦ୍ଧ ା ୧୯୪୭ ମସିହାରେ ବ୍ରିଟିଶ ଶାସନର ପରିସମାପ୍ତି ସହ ଭାରତବର୍ଷର ବିଭାଜନ ଘଟିଲା ା ହିନ୍ଦୁ ବହୁଳ ଧର୍ମ ନିରପେକ୍ଷ ରାଷ୍ଟ ରୂପେ ଭାରତ ଏବଂ ମୁସଲମାନ ବହୁଳ ଇସଲାମୀୟ ରାଷ୍ଟ ଭାବରେ ପାକିସ୍ତାନର ଗଠନ ହେଲା ା ଏହି ବିଭାଜନ ଯୋଗୁଁ ପ୍ରାୟ ଦଶ ନିୟୁତ ଲୋକଙ୍କର ଗଣସ୍ଥାନାନ୍ତରଣ ଏବଂ ଏକ ନିୟୁତ ଲୋକଙ୍କର ମୃତ୍ଯୁ ଘଟିବାକୁ ଭାରତ ଇତିହାସର ବିଡ଼ମ୍ୱନାର ବୋଲି ଗଣାଯାଏ ା ସେହି ଦିନ ଠାରୁ ପାକିସ୍ତାନ ପଟୁ ଭାରତକୁ  ସାଂପ୍ରଦାୟିକ ହିଂସା, ଆତଙ୍କବାଦ, ଆଂଚଳିକ ପୃଥକବାଦୀ ବିଦ୍ରୋହ ଆଦି ସମସ୍ଯାର ସମ୍ମୁଖୀନ ହେବାକୁ ପଡ଼ୁଛି ା ଏହିସବୁ ପ୍ରସଙ୍ଗକୁ ନେଇ ଭାରତ ଓ ପାକିସ୍ତାନ ମଧ୍ଯରେ ଉତ୍ତେଜନାପୂର୍ଣ୍ଣ ବିବାଦ ଲାଗିରହିଥିବା ବେଳେ କାରଗିଲ ଯୁଦ୍ଧ ପୂର୍ବରୁ ୧୯୪୭, ୧୯୬୫ ଓ ୧୯୭୧ ରେ ତିନିଥର ଯୁଦ୍ଧ ହୋଇ ସାରିଥିଲା
ମାଇନସ୍ ୧୦ ଡିଗ୍ରୀ ସେଲସିୟସ ତାପମାତ୍ରାରେ ପାକିସ୍ତାନ ବିରୁଦ୍ଧରେ ଭାରତର ଜାମ୍ମୁ କାଶ୍ମୀରରେ ଥିବା କାରଗିଲ ଜିଲ୍ଲାରେ ଏହି ଯୁଦ୍ଧର ଆରମ୍ଭ ହୋଇଥିଲା ା  ଅନ୍ତର୍ଜାତୀୟ ଆଇନର ଉଲ୍ଲଘଂନ କରି ପାକିସ୍ତାନର ପ୍ରାୟ ପାଂଚ ହଜାର ସୈନିକ ଗୁପ୍ତ ଭାବରେ କାରଗିଲ ଅଂଚଳରେ ଥିବା ଭାରତର ବିଭିନ୍ନ ସ୍ଥାନକୁ ନିଜ ଅଧିନକୁ ନେଇ ଯାଇଥିଲେ ା ଯୁଦ୍ଧ ନିମନ୍ତେ ପାକିସ୍ତାନୀ ମାନେ ଯଥେଷ୍ଟ ପୂର୍ବରୁ ନିଜ ସେନାକୁ ଗୁପ୍ତ ଭାବରେ ପାର୍ବତ୍ଯାଂଚଳର ଉଚ୍ଚ ଜାଗା ମାନଙ୍କରେ ଥଇଥାନ କରିନେଇ ଭାରତ ସେନା ପ୍ରତି ଅତର୍କିତ ଆକ୍ରମଣ ପାଇଁ ପୂର୍ବ ପ୍ରସ୍ତୁତି କରିସାରିଥିଲେ ା ଦେଶ ଭିତରକୁ ପଶି ଲୁଚିଛପି ବସା ବାନ୍ଧିଥିବା ଶତ୍ରୁ ସେନାକୁ ଠାବ କରି ସେମାନଙ୍କୁ ସମୁଚିତ ଜବାବ ଦେବାରେ ଭାରତୀୟ ସୈନିକଙ୍କୁ ପ୍ରଥମେ କଠିନ ସମସ୍ଯାର ସମ୍ମୁଖୀନ ହେବାକୁ ପଡ଼ିଥିଲା ା  ଦୁଇ ମାସରୁ ଅଧିକ ସମୟ ବ୍ଯାପି ଚାଲିଥିବା ଏହି କାରଗିଲ ଯୁଦ୍ଧରେ ପ୍ରାୟ ୫୨୭ ଜଣ ବୀର ସନ୍ତାନ ଙ୍କୁ ଭାରତ ମାତା ହରାଇ ଦେଇଥିଲା ା ଯୁଦ୍ଧରେ ୧୩୬୩ ଜଣ ଜବାନ ଆହତ ହୋଇଥିଲେ ା  କିନ୍ତୁ ବୀର ଶହିଦଙ୍କ ବଳିଦାନ ବ୍ଯର୍ଥ ଗଲାନାହିଁ ା ଭାରତର ଲଢ଼ୁଆ ପ୍ରତିହତ କୁ ସହ୍ଯ କରି ନପାରି ଶତୃ ସେନା ଧୀରେଧୀରେ ପଛଘୁଂଚା ଦେଲେ ଓ ଭାରତବର୍ଷ ପୁଣି ଏକ ଐତିହାସିକ ବିଜୟ ଲାଭ କଲା ା
ପ୍ରଥମେ ୧୯୯୯ ମେ ମାସ ୩ ତାରିଖରେ କାରଗିଲ ଅଂଚଳର କିଛି ମେଣ୍ଢାପାଳକ ଭାରତ ଭିତରକୁ ଆତଙ୍କବାଦୀ ପ୍ରବେଶ କରିଥିବା ଭାରତୀୟ ସେନାକୁ ସୂଚନା ଦେଇଥିଲେ ା ଖବର ପାଇ ସତ୍ଯାସତ୍ଯ ସନ୍ଧାନରେ ଯାଇଥିବା ପାଂଚ ଜଣ ଭାରତୀୟ ଜବାନଙ୍କୁ ଆକସ୍ମିକ ଆକ୍ରମଣ କରି ଆତଙ୍କୀ ହତ୍ଯା କରିଥିଲେ ା ଏହାର ତିନି ଦିନ ପରେ ଭାରତୀୟ ସେନା ଦ୍ୱାରା ଦୁଇ ଆତଙ୍କୀକୁ ମରାଗଲା ପରେ ସେମାନେ ପାକିସ୍ତାନ ସେନାର ବୋଲି ଜଣାପଡ଼ିଥିଲା ା ଏହାର ଦିନକ ପରେ ମେ ୯ ରେ ପାକିସ୍ତାନ ପଟୁ ଅଚାନକ ପ୍ରବଳ ଗୁଳିଗୋଳା ବର୍ଷଣ କରାଯାଇଥିଲା ା ଟାଇଗର ହିଲ୍ ରେ ରହିଥିବା ପାକିସ୍ତାନୀ ସେନାଙ୍କ ଗତିବିଧିକୁ ଲକ୍ଷ କରି ଭାରତୀୟ ଲଢ଼ୁଆ ସେନା ଆଗକୁ ବଢ଼ିଥିଲେ ା  ଜୁଲାଇ ୪ ରେ ଟାଇଗର ହିଲ୍ କୁ କବଜା କରିବାରେ ଭାରତୀୟ ସେନା ସଫଳ ହୋଇଥିଲେ ା ୭ ରୁ ୧୧ ଜୁଲାଇ ମଧ୍ଯରେ ନିର୍ଣ୍ଣାୟକ ଯୁଦ୍ଧ ହେଲା ଏବଂ ପରିଶେଷରେ ପାକିସ୍ତାନ ନିରୂପାୟ ହୋଇ ପଛକୁ ହଟିଲା ା
ବାରମ୍ୱାର ଭାରତ ହାତରୁ ପରାଜୟ ବରଣ କରୁଥିଲେ ହେଁ ପାକିସ୍ତାନ କିନ୍ତୁ ତାର ନିର୍ଲଜ ପ୍ରକୃତି ଛାଡ଼ି ପାରୁନାହିଁ ା କାରଗିଲର  ଲଜ୍ଜାଜନକ ପରାଜୟ ପରେ ମଧ୍ଯ ପାର୍ଲିଆମେଣ୍ଟ ଆକ୍ରମଣ, ବାରାଣାସୀ ଆକ୍ରମଣ, ସମଝୋତା ଏକ୍ସପ୍ରେସ୍ ବୋମା ବିସ୍ପୋରଣ, ବମ୍ୱେ ଆକ୍ରମଣ, ପଠାନକୋଟ ହମଲା, ଉରୀ କ୍ଯାମ୍ପ ହମଲା, ପୁଲୱାମାରେ ଆତ୍ମଘାତୀ ଆକ୍ରମଣ ଭଳି ଆତଙ୍କୀ ଆକ୍ରମଣ କରି ପାକିସ୍ତାନ ନିଜର ହୀନ ମାନସିକତାକୁ ବାରମ୍ୱାର ସ୍ପଷ୍ଟ କରିଛି ା  ଅପରପକ୍ଷେ ଭାରତ ସବୁ ବେଳେ ପାକିସ୍ତାନ ସହିତ ଉତ୍ତମ ସଂପର୍କ ସ୍ଥାପନ କରିବାକୁ ପ୍ରୟାସ କରିଆସୁଥିଲେ ମଧ୍ଯ ବିନା କାରଣରେ ଭାରତ ସହ ଶତ୍ରୁତା ଆଚରଣ କରିବାର ହୀନକାର୍ଯ୍ଯରୁ ପାକିସ୍ତାନ ନିଜକୁ ନିବୃତ୍ତ କରି ପାରୁନାହିଁ ା ବରଂ ପ୍ରତିଥର ପାକିସ୍ତାନ ଅସତ୍ର  ବିରତି ଉଲ୍ଲଘଂନ କରିଆସୁଛି ା  କିପରି ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ କରି ଭାରତର କ୍ଷତିସାଧନ ସହ ସୁରକ୍ଷାବାହିନୀର ମନୋବଳକୁ ତଳିତଳାନ୍ତ କରିଦେବ ସେହି ଚକ୍ରାନ୍ତ କରିଆସିଛି ା କିନ୍ତୁ ସଦା ଦେଶପ୍ରେମରେ ଉଦବୁଦ୍ଧ ଭାରତୀୟ ସେନା ଦେଶର ଅଖଣ୍ତତା ଓ ଦେଶବାସୀଙ୍କ ସୁରକ୍ଷା ନିମନ୍ତେ ନିଜ ଜୀବନକୁ ପାଣିଛଡ଼ାଇ ପ୍ରତିଥର ପାକିସ୍ତାନ ଆକ୍ରମଣର ଦୃଢ଼ ଜବାବ ଦେଇ ଆସିଛି ା  ଭାରତର ଉଦାରବାଦୀ ନୀତିକୁ ପଡ଼ୋଶୀ ପାକିସ୍ତାନ ଏହାର ଦୁର୍ବଳତା ଭାବି ଭାରତର ସୌର୍ଯ୍ଯଦିପ୍ତ ପରାକାଷ୍ଠାକୁ ସନ୍ଦେହ ଚକ୍ଷୁରେ ଦେଖିବା ପ୍ରକାରାନ୍ତେ ପାକିସ୍ତାନ ପାଇଁ ହିଁ କ୍ଷତିକାରକ ହେଉଛି ଏବଂ ହେବ ା ପୁଲୱାମା ଆତଙ୍କୀ ହମଲାର ଜବାବରେ ଗତ ୨୦୧୯ ଫେବୃଆରୀ ୨୬ ରେ ପାକିସ୍ତାନର ବାଲାକୋଟରେ ଏୟାର୍ ଷ୍ଟାଇକ୍ କରି ୩୦୦ ରୁ ଉର୍ଦ୍ଧ ଆତଙ୍କବାଦୀ କୁ ନିପାତ କରିଦେବାର ଦୁଃସାହସ ଭାରତ କରିପାରେ ା  ପାକିସ୍ତାନ ଜାଣି ରଖିବା ଦରକାର ଯେ, ସେ ଯେଉଁ ଚୀନର ଶକ୍ତି ଓ ସହଯୋଗକୁ ଭରସା କରେ ସେହି ଚୀନ ର ବିସ୍ତାରବାଦୀ ନୀତିକୁ ଭାରତ ଗଲୱାନା ଘାଟିରେ ମୁହଁତୋଡ଼ ଜବାବ ଦେଇ ସାରିଛି ା
କାରଗିଲ ବିଜୟ ହେଉଛି ଭାରତୀୟ ବୀର ଜବାନ ମାନଙ୍କର ଗୌରବମୟ ଗାଥାର ଅପୂର୍ବ ପରିଣାମ ା ସମୁଦ୍ର ପତନରୁ ୧୮ ହଜାର ଫୁଟ୍ ଉଚ୍ଚରେ ଦୀର୍ଘ ଦୁଇମାସରୁ ଅଧିକ ସମୟ ଧରି ଚାଲିଥିବା କାରଗିଲ ଯୁଦ୍ଧରେ ଭାରତୀୟ ସେନା ଯେପରି ପ୍ରବଳ ପରାକ୍ରମ ପ୍ରଦର୍ଶନ କରିଥିଲେ, ତାହା ଦେଶବାସୀଙ୍କୁ ଖୁବ ଗର୍ବିତ କରିଛି ା  ପରିଣାମ କାରଗିଲ ଯୁଦ୍ଧର ୨୨ ବର୍ଷ ପରେ ମଧ୍ଯ କାରଗିଲ ବିଜୟକୁ ନେଇ ଭାରତୀୟଙ୍କ ଆବେଗଭରା ଉତ୍ସାହ ଦେଶର ଏକତା ଓ ଅଖଣ୍ଡତାର ବାର୍ତ୍ତାବହନ କରୁଛି l
Leave A Reply