ପିପିଲି-ପିପିଲି ଟାଇକୋଣ୍ଡା ଏକାଡେମୀ ପକ୍ଷରୁ ୩୫ ଜଣ ବାଳକ ବାଳିକା ଜିଲ୍ଲା ସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବେ ବୋଲି ପିପିଲି ଟାଇକୋଣ୍ଡା ଏକାଡେମିର ମୁଖ୍ୟ ନୃସିଂହ ସିଂହ ସୁଚନା ଦେଇଛନ୍ତି । ଓଡିଶା ଟାଇକୋଣ୍ଡା ସଂଘ ପକ୍ଷରୁ ପୁରୀ ରେଳ ବିଭାଗ ଇଣ୍ଡୋର ଷ୍ଟାଡିୟମ ଠାରେ ଜୁନ ୨୬ ଓ ୨୭ ତାରିଖରେ ଦୁଇ ଦିନିଆ ଜିଲ୍ଲାସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ ହେବ । ଜିଲ୍ଲାରୁ ବିଭିନ୍ନ ବ୍ଲକରୁ ଖେଳାଳିମାନେ ଭାଗ ନେବାକୁ ଥିବାବେଳେ ପିପିଲି ବ୍ଲକରୁ ପ୍ରତିଯୋଗିମାନେ ଏଥିରେ ସ୍ଥାନ ପାଇବେ ବୋଲି ସୁଚନା ମିଳିଛି । ଏଥିରେ କୃତିତ୍ୱ ଅର୍ଜନ କଲେ ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ସ୍ଥାନ ପାଇବେ ବୋଲି ଜଣାପଡିଛି । ଏନେଇ ବାଳିକା ବିଭାଗର ମ୍ୟାନଜର ମିଲି ମହାନ୍ତି ଓ ବାଳକ ବିଭାଗର ମ୍ୟାନଜର ପ୍ରଦୀପ୍ତ ଦାସଙ୍କ ନେତୃତ୍ୱରେ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବାକୁ ପୁରୀ ଗ୍ରସ୍ତ କରିବେ ବୋଲି ପିପିଲି ଟାଇକୋଣ୍ଡା ଏକାଡେମି ର ମୁଖ୍ୟ ସିଂହ ସୁଚନା ଦେଇଛନ୍ତି । ଜିଲ୍ଲାସ୍ତରୀୟ ପ୍ରତିଯୋଗି ମାନଙ୍କୁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସ୍ୱାଗତ କରିବା ସହିତ ସେମାନଙ୍କର ସଫଳତା କାମନା କରିଛନ୍ତି ।