Odisha news

ବଡ଼ବୋରସିଙ୍ଗି ଠାରେ , ଗାଙ୍ଗପୁର ଥାନା ଆମ ପୋଲିସ ସମିତି ପକ୍ଷରୁ ସଚେତନ ବୈଠକ ।

0
ଭଞ୍ଜନଗର–ଗାଙ୍ଗପୁରୁ ଥାନା ଅନ୍ତର୍ଗତ ବଡବୋରସିଙ୍ଗି ଠାରେ , ଆମ ପୋଲିସ ସମିତି ପକ୍ଷରୁ ସଚେତନ ବୈଠକ ଅନୁଷ୍ଠିତ ହୋଇଯାଇଛି । ଭଂଜନଗର ଆରକ୍ଷୀ ଉପଖଣ୍ଡ ଅଧିକାରୀ , ଶୁଭ୍ରାଂଶୁ ଶେଖର ମିଶ୍ର ଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ସ୍ଥାନୀୟ ସରପଞ୍ଚ ରାମେଶ୍ବର ପାତ୍ର , ଥାନାଧିକାରୀ ଶୁଭେନ୍ଦୁ ସାହୁ , ଏସଆଇ – ଶୁଭ୍ରଜିତ୍ ସାମନ୍ତରାୟ ଏବଂ ଭଜକିଶୋର ପ୍ରଧାନ ଙ୍କ ସମେତ ସ୍ଥାନୀୟ ଗ୍ରାମବାସୀ ବୁଦ୍ଧିଜୀବୀ ପ୍ରମୁଖ ଯୋଗ ଦେଇଥିଲେ । ବିଶେଷକରି ଗୁଣି ଗାରେଡ଼ି ଭଳି ଅନ୍ଧବିଶ୍ୱାସ ଠାରୁ ଦୂରେଇ ରହିବା ସହ , ସାଇବର୍ ଠକେଇ , ଅପରାଧିକ ତତ୍ବ ଓ ଅସାମାଜିକ କାର୍ଯ୍ୟକଳାପ ଠାରୁ ଦୁରେଇ ରହି , ଏକ ସୁସ୍ଥ ବାତାବରଣ ସୃଷ୍ଟି କରିବା ସମସ୍ତଙ୍କ ଦାୟିତ୍ଵ ହେବା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଥିଲା । ପୋଲିସ୍ ଓ ଜନସାଧାରଣ ଙ୍କ ମଧ୍ୟରେ ସୁସମ୍ପର୍କ ରହିଥିବା ଆବଶ୍ୟକ ବୋଲି , ମୁଖ୍ୟ ଅତିଥି ତଥା ଏସଡିପିଓ ଶ୍ରୀ ମିଶ୍ର ନିଜ ପ୍ରତିକ୍ରିୟାରେ କହିଥିଲେ । କାର୍ଯ୍ୟକ୍ରମ ରେ ଗାଙ୍ଗପୁର ଥାନାର ଅନ୍ୟ କର୍ମଚାରୀ ଙ୍କ ସମେତ ସ୍ଥାନୀୟ ଯୁବଗୋଷ୍ଠୀ ମାନେ ସହଯୋଗ କରିଥିଲେ ।
Leave A Reply

Your email address will not be published.