Odisha news

ଜାତୀୟ ରଗ୍ବି ବଲ ଚୟନ ଶିବିରରେ ମୟୂରଭଞ୍ଜ ୩ ଖେଳାଳୀ, ସମ୍ବର୍ଦ୍ଧିତ କଲେ ଜିଲ୍ଲାପାଳ

0

ବାରିପଦା  : ୧୮ବର୍ଷରୁ କମ୍ ଜାତୀୟ ରଗ୍ବି ଫୁଟବଲ ଦଳ ଚୟନ ଶିବିରରେ ଯୋଗଦେବେ ମୟୂରଭଞ୍ଜର ୩ ଖେଳାଳୀ । ବିହାରର ପାଟନା ଠାରେ ଅନୁଷ୍ଠିତ ୧୮ବର୍ଷରୁ କମ୍ ସର୍ବଭାରତୀୟ ରଗ୍ବି ଫୁଟବଲ ଚାମ୍ପିୟନସିପ୍ରେ ଓଡିଶା ଦଳ ବିହାର ଠାରୁ ପରାସ୍ତ ହୋଇ ରନର୍ସ ଅପ୍ ହୋଇଛି । ଓଡିଶା ଦଳରେ ମୟୂରଭଞ୍ଜର ୫ଜଣ ଖେଳାଳୀ ସ୍ଥାନ ପାଇଥିଲେ । ସେମାନେ ହେଲେ ସୁମତି ହାଁସଦାଃ, ପାର୍ବତୀ ସୋରେନ୍, ପାର୍ବତୀ ହାଁସଦାଃ, ଆରତୀ ମୁର୍ମୁ ଓ ସନ୍ଧ୍ୟାରାଣୀ ଟୁଡୁ । ଉଚ୍ଚମାନର ଖେଳ ପ୍ରଦର୍ଶନ କରି ୩ ଖେଳାଳୀ ପାର୍ବତୀ ହାଁସଦାଃ, ଆରତୀ ମୁର୍ମୁ ଓ ସନ୍ଧ୍ୟାରାଣୀ ଟୁଡୁ ଜାତୀୟ ଦଳ ଚୟନ ଶିବିରରେ ଯୋଗଦେବେ ବୋଲି କୋଚ୍ ନିରଞ୍ଜନ ବିଶ୍ୱାଳ ଜଣାଇଛନ୍ତି ।

ଏହି ଅବସରରେ ଜିଲ୍ଲାପାଲ ବିନୀତ୍ ଭରଦ୍ୱାଜ୍ ଖେଳାଳୀ ମାନଙ୍କୁ ସମ୍ବର୍ଦ୍ଧିତ କରିବା ସହ ଉଜ୍ଜଳ ଭବିଷ୍ୟତ କାମନା କରିଛନ୍ତି ଓ ଖେଳାଳୀ ମାନଙ୍କୁ ଉଚ୍ଚମାନର କିଟ୍ ଯୋଗାଇ ଦିଆଯିବା ବେଳେ ପ୍ରତିଶୃତି ଦେଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ମୟୂରଭଞ୍ଜ ଏଥଲେଟିକ୍ ଆସୋସିଏସନର ସାଧାରଣ ସମ୍ପାଦକ ବିଜୟ କୁମାର ଦାସ ଓ ମିଡିଆ ସଂଯୋଜକ ସୋମନାଥ ସିଂହ ଉପସ୍ଥିତ ଥିଲେ । ପ୍ରକାଶ ଥାଉକି ଫୁ୍ୟଚର ଷ୍ଟାର ସ୍ପୋର୍ଟସ ଏକାଡେମୀ ମୟୂରଭଞ୍ଜର ବାଳିକା ମାନଙ୍କୁ ନିଜ ପ୍ରଚେଷ୍ଟାରେ ରଗ୍ବି ଫୁଟବଲ୍ ପ୍ରତି ଆକୃଷ କରିବା ସହ ପ୍ରଶିକ୍ଷଣ ଦେଇ ଆସୁଛି । ଏହି ଅକାଡେମୀର ନିଦେ୍ର୍ଦଶକ ଅମର ସେଠୀ, ପ୍ରତିଷ୍ଠାତା ଦିବ୍ୟରଞ୍ଜନ ଦାସ, ବାରିପଦା ଶାଖା ପରିଚାଳକ ରଞ୍ଜିତ ରାଉତ ତଥା ମଙ୍ଗଲ ହାଁସଦାଃ ଓ କୋଚ୍ ରୂପାଲୀ ସୋରେନ୍ଙ୍କ ତତ୍ତ୍ୱାବଧାନରେ ପରିଚାଳିତ ହୋଇ ଆସୁଅଛି ।

Leave A Reply

Your email address will not be published.