Odisha news

ଋଣ ଅର୍ଥ ପରିଶୋଧ ନ କରିବାରୁ ସିଲ୍ ହେଲା ଘର

0

ବାରିପଦା  : ବ୍ୟାଙ୍କରୁ ଋଣ ନେଇ ଅର୍ଥ ପରିଶୋଧ ନ କରିବାରୁ ବ୍ୟାଙ୍କ ପକ୍ଷରୁ ଦୁଇଗୋଟି ଘରକୁ ସିଲ୍ କରାଯାଇଛି । ସୂଚନା ଅନୁଯାୟୀ, ସ୍ଥାନୀୟ କାଳିକାପୁର ଅଞ୍ଚଳର ମମତା ବାରିକ୍ ବାଲେଶ୍ୱର ସ୍ଥିତ ପଞ୍ଚାବ ନ୍ୟାସନାଲ୍ ବ୍ୟାଙ୍କ ଶାଖାରୁ ଟ୍ରଲର କିଣିବା ପାଇଁ ୨୦୨୧ ମସିହାରେ ଲୋନ୍ ନେଇଥିଲେ । ଏଥିନିମନ୍ତେ କାଳିକାପୁର ସ୍ଥିତ ଦୁଇଗୋଟି ଜମି ସହ ଘରକୁ ବ୍ୟାଙ୍କ ନିକଟରେ ବନ୍ଧକ ରଖିଥିଲେ । ଉକ୍ତ ଲୋନ୍ ବାବଦକୁ କିସ୍ତି ତଥା କୌଣସି ଅର୍ଥ ରାଶି ଫେରସ୍ତ କରି ନଥିଲେ । ଯାହାକୁ ନେଇ ବ୍ୟାଙ୍କ ପକ୍ଷରୁ ବାରମ୍ବାର ନୋଟିସ ପ୍ରଦାନ କରାଯାଇଥିଲା । ଉକ୍ତ ଋଣ ରାଶି ବୃଦ୍ଧି ପାଇ ୮୨ଲକ୍ଷରୁ ଉଦ୍ଧ୍ୱର୍ ହୋଇଥିଲା । ତେବେ ଆଜି ଏହାକୁ ନେଇ ବ୍ୟାଙ୍କ ପକ୍ଷରୁ ଦେବେନ୍ଦ୍ର ବାରିକ୍ ଏବଂ ପତ୍ନୀ ମମତା ବାରିକଙ୍କ ନାମରେ ଥିବା ବନ୍ଧକ ରଖାଯାଇଥିବା ଘରକୁ ଆଜି ବ୍ୟାଙ୍କ ନିଜ ଅଧିନକୁ ନେବା ସହ ସିଲ୍ କରିଥିଲା । ମାଜିଷ୍ଟ୍ରେଟ୍ ଦାୟିତ୍ୱରେ ବାରିପଦା ତହସିଲର ଅତିରିକ୍ତ ତହସିଲଦାର ମୋହନୀ କୁମାର ମହାଳିକ୍, ଟାଉନ ଥାନା ପୋଲିସ ଟିମ୍, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ବାଲେଶ୍ୱର ସର୍କଲ ମୁଖ୍ୟ ପରିଚାଳକ ପ୍ରୀତମ ସିଂ ସାଲୁଜା, ଅତିରିକ୍ତ ମୁଖ୍ୟ ପରିଚାଳକ ଯୁଦ୍ଧବୀର ସିଂ, ବାଲେଶ୍ୱର ଶାଖା ପରିଚାଳକ ମହେନ୍ଦ୍ର ହାଁସଦାଃ, ସିଆଡି ମୁଖ୍ୟ ପରିଚାଳକ କେଶବ ଚନ୍ଦ୍ର ପଣ୍ଡା ଓ ଲିଗାଲ ମ୍ୟାନେଜର ତଥା ସିଜର ଇନ୍ଚାର୍ଜ ସଞ୍ଜୟ କୁମାର ମିଶ୍ର ପ୍ରମୁଖ ଉପସ୍ଥିତ ରହି ସମ୍ପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ କରିଥିଲେ । ତେବେ ଆସନ୍ତା ୭ଦିନ ମଧ୍ୟରେ ଘର ମାଲିକ ଉପରୋକ୍ତ ଘଟଣା ବାବଦରେ କୌଣସି ବ୍ୟବସ୍ଥା ନ କରନ୍ତି, ତେବେ ତାହାକୁ ନିଲାମ କରି ଦିଆଯିବ ବୋଲି ବ୍ୟାଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply