ଦୀର୍ଘ ୨ ବର୍ଷ ପରେ ଓଡ଼ିଶା ହୋଇ ଉଠିଛି ଉତ୍ସବ ମୁଖର। କାରଣ କରୋନା ମହାମାରୀ ଦ୍ଵାରା ସାରା ବିଶ୍ବ ଆକ୍ରାନ୍ତ ହୋଇ ଚାରିଆଡେ ସମ୍ପୂର୍ଣ୍ଣ ବନ୍ଦ୍ ରହିଥିଲା ଓ ସମସ୍ତ ପର୍ବ ପର୍ବାଣୀ ମଧ୍ୟ ବନ୍ଦ୍ ରହିଥିଲା । ସେହି ପରିପ୍ରେକ୍ଷୀରେ ଓଡ଼ିଶାରେ ମଧ୍ୟ ସମସ୍ତ ପର୍ବ ପର୍ବାଣୀ ମଧ୍ୟ ବନ୍ଦ୍ ରହିଥିଲା। କିନ୍ତୁ ଚଳିତ ବର୍ଷ ଓଡ଼ିଶା ହୋଇଛି ସାମାନ୍ୟ ଉତ୍ସବ ମୁଖର ।
ଓଡ଼ିଶାରେ ୧୨ ମାସରେ ୧୩ ପରବ, ଏହି ପର୍ବ ମାନଙ୍କ ମଧ୍ୟରେ ମୁଖ୍ୟ ହେଉଛି ଓଡ଼ିଶାର ସେହି ପୁରାତନ ପର୍ବ ରଜ ପର୍ବ । ଦୀର୍ଘ ୨ବର୍ଷ ହେଲାଣି ଯେଉଁ ରଜପର୍ବ ଲୋକ ମାନଙ୍କ ମନରୁ ଉଭେଇ ଯାଇଥିଲା ତାହା ପୁନର୍ବାର ଫେରି ଆସିଛି ଓ ରଜ ପୋଡ ପିଠା ଏବଂ ରଜ ପାନ କୁ ମନେ ପକାଇ ଦେଇଛି । ଜ୍ୟେଷ୍ଠମାସ ମଧ୍ୟ ଭାଗରେ ଓଡ଼ିଶାରେ ରଜପର୍ବ ଅନୁଷ୍ଠିତ ହୋଇଥାଏ l ରଜପର୍ବ ୪ଦିନ ଧରି ଅନୁଷ୍ଠିତ ହୋଇଥାଏ l ପହିଲି ରଜ, ରଜ ସଂକ୍ରାନ୍ତି, ଭୂଦାହ ଓ ବସୁମତୀ ସ୍ନାନ l ଏହି ୪ଦିନ ଓଡ଼ିଶାର ପୁରପଲ୍ଲୀ ଠାରୁ ନେଇ ସହର ପର୍ଯ୍ୟନ୍ତ ସବୁଆଡେ ଉତ୍ସବ ମୁଖର ହୋଇ ଉଠିଥାଏ l
ରଜ ପର୍ବ ବିଶେଷ ଭାବରେ ଝିଅ ମାନଙ୍କ ପର୍ବ ଅଟେ l ଏହି ୪ଦିନ ସମସ୍ତ ଓଡ଼ିଆ ହିନ୍ଦୁ ପରିବାରର ଝିଅମାନେ ନିଜକୁ ସଜାଇ ବେଶ ଆକର୍ଷଣୀୟ ଦେଖା ଯାଇ ଥାଆନ୍ତି l ଓଡ଼ିଆ ଘରେ ପିଠାପଣା ରେ ପୁରୀ ଉଠିଥାଏ l କେତେ କିସମର ସୁଆଦିଆ ପିଠା ଆରିସା, କାକରା , ମଣ୍ଡା, ଚକୁଳି, ଭାଙ୍ଗ ଚକୁଳି ସହିତ ସବୁଠୁ ଆକର୍ଷଣୀୟ ହେଉଛି ରଜ ପୋଡପିଠା ।
ଜ୍ୟେଷ୍ଠ ମାସ ଗୁଳୁଗୁଳି ରେ ବିଭିନ୍ନ ପ୍ରକାରର ସୁସ୍ୱାଦୁ ଫଳ ପାଚିବାର ଉପଯୁକ୍ତ ସମୟ ଅଟେ । ତେଣୁ ରଜ ବେଳକୁ ପ୍ରାୟ ଅନେକ ମିଠା ଫଳ ର ସୁଗନ୍ଧ ରେ ଘର ମହକି ଉଠିଥାଏ, ଯେପରିକି ସପୁରୀ, ଆମ୍ବ, ପଣସ, ଲିଚୁ କୋଳି ଇତ୍ୟାଦି ନାନା ପ୍ରକାର ଫଳ । ଏହି ମିଠା ଫଳ ର ସୁଗନ୍ଧ ମନକୁ ଆତ୍ମ ବିଭୋର କରିଥାଏ ।
ରଜ ସମୟରେ ଓଡ଼ିଆ ଘରର ଗାଁ ଛାଡ଼ି ସହର ରେ ରହୁଥିବା ପୁଅମାନେ ଗାଁ କୁ ଫେରି ଆସି ଥାଆନ୍ତି । କାରଣ ଗାଁ ର ପିଠା ଓ ସୁଆଦିଆ ଫଳ ର ସୁଗନ୍ଧ ତାଙ୍କୁ ଘରକୁ ଟାଣି ଆଣିଥାଏ । ସଭିଙ୍କ ଘର ବନ୍ଧୁ ବାନ୍ଧବ ଓ ଆତ୍ମୀୟ ମାନଙ୍କ ଦ୍ଵାରା ପୁରି ଉଠିଥାଏ ।
ରଜ ସମୟରେ ୪ଦିନ ଧରି ଚାଷୀ ନିଜର ଚାଷ କାର୍ଯ୍ୟ ପରିତ୍ୟାଗ କରିଥାଏ । କାରଣ ଏହି ୪ ଦିନ ବସୁଧା ମା ରଜବତୀ ହୋଇଥାଏ । ତେଣୁ ହଳ ଲଙ୍ଗଳ କୁ ବିଶ୍ରାମ ଦେଇ ଚାଷୀ ମାନେ ବସୁଧା ମା କୁ ମଧ୍ୟ ବିଶ୍ରାମ ଦିଅନ୍ତି । କାରଣ ଧରଣୀ ରାଣୀ ରଜବତି ହେଲେ ଶସ୍ୟ ଶ୍ୟାମଳ ହୋଇ ଉଠିଲେ ଓ ଚାଷୀ କୁଳ ହସି ଉଠିବ ।
ଓଡ଼ିଶାର ଏହି ପୁରୁଣା ପରମ୍ପରା ଆଜି ମଧ୍ୟ ଓଡ଼ିଶାର ସ୍ଵତନ୍ତ୍ର ପରିଚୟ କୁ ଉପସ୍ଥାପନ କରିଥାଏ । ଯାହାକି ପିଢ଼ି ପିଢ଼ି ଧରି ସମସ୍ତଙ୍କ ନିକଟରେ ଆଦୃତ