Odisha news

ଆମେରିକୀୟ ବିତ ମନ୍ତ୍ରଣାଳୟର ଭାରତକୁ ପ୍ରଶଂସା : କରୋନାର ୩ଟି ଲହର ପରେ ମଧ୍ୟ ଭାରତୀୟ ଅର୍ଥ ବ୍ୟବସ୍ଥା ଖୁବ ଶୀଘ୍ର ସୁଧୁରି ଯାଇଛି

0
ନୂଆଦିଲ୍ଲୀ : କୋଭିଡ ମହାମାରୀ ର ୩ଟି ଲହରକୁ ସାମ୍ନା କରିବା ପରେ ମଧ୍ୟ ଭାରତୀୟ ଅର୍ଥ ବ୍ୟବସ୍ଥା ଖୁବ ଶୀଘ୍ର ଟ୍ରାକ ଉପରକୁ ଫେରିଛି, ଆମେରିକାର ବିତ ମନ୍ତ୍ରଣାଳୟ ପକ୍ଷରୁ ଏହି ମନ୍ତବ୍ୟ ଦିଆ ଯାଇଛି l ଆମେରିକା ବିତ ମନ୍ତ୍ରଣାଳୟ ଶୁକ୍ରବାର ଦିନ ନିଜର ଜାରି ହୋଇଥିବା ଅର୍ଦ୍ଧବାର୍ଷିକ ରିପୋର୍ଟ ରେ କହିଛି ଯେ ଭାରତରେ ମହାମାରୀ ର ଦ୍ଵିତୀୟ ଲହର ୨୦୨୧ ମଧ୍ୟଭାଗ ପର୍ଯ୍ୟନ୍ତ ଆର୍ଥିକ ବୃଦ୍ଧି ଉପରେ ଗଭୀର ପ୍ରଭାବ ପକାଇ ଥିଲା l ଯେଉଁ କାରଣରୁ ଅର୍ଥ ବ୍ୟବସ୍ଥା ଟ୍ରାକ କୁ ଆସିବାକୁ ଟାଇମ ଲାଗିଥିଲା l
ଭାରତର କୋଭିଡ ବିରୋଧୀ ଟୀକା କରଣ ର ପ୍ରଶଂସା କରି ମନ୍ତ୍ରଣାଳୟ ପକ୍ଷରୁ କୁହା ଯାଇଛି ଯେ ଭାରତର ଅର୍ଥ ବ୍ୟବସ୍ଥାରେ ଦ୍ରୁତ ଭାବରେ ଫେରି ଆସିଛି, ଏହାଛଡା ଟୀକା କାରଣ ରେ ମଧ୍ୟ ଦ୍ରୁତ ଗତିରେ ସୁଧାର ଆସିଛି l ୨୦୨୦ ରେ ଭାରତ କରୋନା ମହାମାରୀ ର ଓମୀକ୍ରାନ ଭାରୀଏଣ୍ଟ ସେ ସାମ୍ନା କରି ମଧ୍ୟ ଅର୍ଥ ବ୍ୟବସ୍ଥାରେ ସେଭଳି ଖରାପ ସ୍ଥିତି ଆସି ନଥିଲା l ଆମେରିକୀୟ ବିତ ମନ୍ତ୍ରଣାଳୟ କହିଛି ଯେ ଭାରତ ସରକାର ୨୦୨୧ ରେ ରେ କରୋନା ମହାମାରୀ କୁ ଦେଖି ଅର୍ଥବ୍ୟବସ୍ଥାରେ ବିତିୟ ସହାୟତା ଦେବା ଜାରି ରଖିଥିଲେ l
IEC 2 years
Leave A Reply