ପ୍ରତାପ ଚନ୍ଦ୍ର ସାହୁ : ଆଜିର ଶିଶୁ ଆସନ୍ତା କାଲିର ଭବିଷ୍ୟତ ଓ ଦେଶର ରଖ୍ୟକ ମଧ୍ୟ।ଏଇ ପ୍ରୃଥିବୀ ରେ ପାଦ ଦେଉଥିବା ପ୍ରତ୍ୟେକ ଶିଶୁ ମଧ୍ୟ ରେ ମନୁଷ୍ୟ ସମାଜ ପାଇ୍ଙ ଏକ ନୂତନ ଆଶା ଓ ସ୍ଵପ୍ନ ର ଝଲକ ଦେଖାଯିବା ଆବଶ୍ୟକ।ଆମ ସମସ୍ତଙ୍କର ଭବିଷ୍ୟତ ର କର୍ଣଧାର ହେଉଛନ୍ତି ଏହି ଶିଶୁ ମାନେ। ଏଇ ବିଶ୍ଵ ଦିନେ ସେହିମାନଙ୍କର ହେବ। ଏଣୁ ବିଶ୍ଵ ସେଇ ଶିଶୁକୁ ଜୀବନ ଆରମ୍ଭ କରିବା ପାଇ୍ଙି ଏକ ପରିପୁଷ୍ଟ ବାତାବରଣ ଯୋଗାଇ ଦେବାର ଆବଶ୍ୟକତା ରହିଛି। ଏହା ଯେ କେବଳ ପ୍ରତ୍ୟେକ ରାଷ୍ଟ୍ର ବା ସରକାର ଙ୍କର ଦାୟୀତ୍ଵ ତା ନୁହ୍ଙ -ପ୍ରତ୍ୟେକ ବ୍ୟକ୍ତିଙ୍କର,ଆମ ସମସ୍ତ ଙ୍କ ର।
ଏହା ହ୍ରୃଦୟଙ୍ଗମ କରିବା ଉଚିତ୍। ଏଣୁ କ ଉଣସି ପରିସ୍ଥିତି ରେ ବି ଏଇ କୋମଳମତି ଶିଶୁ କୁ ବା କିଶୋର କୁ ଶିଶୁ ଶ୍ରମିକ ହେବାକୁ ଦେବା ନାହ୍ଙି।ଶିଶୁ ତଥା କିଶୋର ମାନେ ବିପଦ ସଙ୍କୁଳ ଅବସ୍ଥା ରେ କ ଉଣସୀ କଳ କାରାଖାନା ,ହୋଟେଲ୍,କ ଉଣସି ଅନୁଷ୍ଠାନ ରେ ଅବା ଘରେ କାମ ରେ ନିଯୁକ୍ତ ହୋଇପାରିବେ ନାହ୍ଙି।କ ଉଣସି ନାବାଳକ କ ଉଣସି ପରିସ୍ଥିତି ରେ ବି ଅଧାରୁ ପାଠ ଛାଡିବାକୁ ଦିଆଯିବା ଉଚିତ୍ ନୁହ୍ଙ।ସେମାନେ ପାଠ ପଢିବେ ,ସେଇଟା ସେମାନଙ୍କର ମ ଉଳିକ ଅଧିକାର। ଏଣୁ ସେଇଭଳିଆ ପାରିପାର୍ଶ୍ଵିକ୍ୟବସ୍ଥା ସରକାର ଯୋଗାଡ କରିବା ଉଚିତ୍। ବିଶେଷ କରି ଅଭିଭାବକ ମାନେ ଏ ଖେତ୍ର ରେ ସଚେତନ ହେବାର ଆବଶ୍ୟକତା ରହିଛି।ଶିଶୁ ଶ୍ରମିକ ଭାବେ କାର୍ଯ୍ୟ ରେ ନିୟୋଜିତ କରୁଥିବା ସ୍ଙସ୍ଥା ର ମାଲିକ କୁ ମଧ୍ୟ କଠୋର ରୁ କଠୋରତମ ଦଣ୍ଡ ଆଇନଗତ ପ୍ରକ୍ରୀୟା ରେ ଦେବାର ବ୍ୟବସ୍ଥା ରହିଛି।ମଝିରେ ମଝିରେ ପ୍ରଶାସନ ପଖ୍ୟରୁ ଚଢାଉ ଯାରି ରହିବା ଉଚିତ୍।ଶିଶୁ ଶ୍ରମିକ ମାନଙ୍କୁ ଉଧାର କରି ଉଚିତ ଥ ଇଥା ନ କରାଯିବାର ଆବଶ୍ୟକତା ରହିଛି।
ଏଥିରେ ଆଦ ଉ କୋହଳ ମନୋଭାବ ଗ୍ରହଣୀୟ ନୁହ୍ଙେ।ସେଈମାନଙ୍କୁ ପାଠ ପଢାଇ ମଣିଷ କରି ଗଢିତୋଳିବା ଦାୟୀତ୍ଵ ହେଉଛି ଅଭିଭାବକ ,ସମାଜ ତଥା ସରକାର ଙ୍କ ର ,ସ୍ଵେଛାସେବୀ ଅନୁଷ୍ଠାନ ର ଭୂମିକା ଅତୀବ ଗୁରୁତ୍ଵପୂର୍ଣ। ଶିଖ୍ୟା ବିଭାଗ,ଚାଇଲ୍ଡ ଲାଇନ୍,ସମାଜ କଲ୍ୟାଣ ବିଭାଗ,ଶିଶୁ ସୁରଖ୍ୟା ୟୁନିଟ୍,ଓ ବିଶେଷ କରି ଶ୍ରମ ବିଭାଗ ର ମିଳିତ ପ୍ରୟାସ ରେ ଏ କାର୍ଯ୍ୟକ୍ରମ ର ସଫଳ ରୂପାୟନ ହୋଇପାରିବ। ସମସ୍ତ ବିଭାଗ ର ଏଥି ପ୍ରତି ଆନ୍ତରିକତା ରହିବା ଆବଶ୍ୟକ।
ହାରାହାରି ତିରିଶି ଲଖ୍ୟ ରୁ ଉର୍ଧ୍ଵ ଶିଶୁ ଶ୍ରମିକ ଭାବେ ଭାରତବର୍ଷ ର ବିଭିନ୍ନ ଅଙ୍ଚଳ ରେ ପାଠ ପଢା ଛାଡି ଶ୍ରମ ରେ ନିୟୋଜିତ ଥିବା କଥା ଏକ ସର୍ଭେ ରିପୋର୍ଟ ରୁ ଜଣାପଡିଛି।ସେମାନଙ୍କ ମଧ୍ୟରୁ ଅନେକ ଅତ୍ୟନ୍ତ ପ୍ରତିକୂଳ ଓ ସଙ୍କଟାପନ୍ନ ପରିବେଷ୍ଟନୀ ମଧ୍ୟରେ କାର୍ଯ୍ୟ କରୁଥିବାର ଜଣାପଡିଛି। ମୋଟ ଶିଶୁ ସଖ୍ୟା ର ପ୍ରାୟ ଚାଳସି ପ୍ରତିଶତ ଓ ଶିଶୁ ଶ୍ରମିକ ସଖ୍ୟାର ପାଙ୍ଚ ପ୍ରତିଶତ ଶିଶୁ ଶ୍ରମିକ ଅତି ଦୟନୀୟ ଭାବେ କାର୍ଯ୍ୟକରୁଥିବାର ଜଣା ପଡିଛି।ସାତ ରୁ ଆଠ ପ୍ରତିଶତ ଶିଶୁ କ୍ରୃଷି ଖେତ୍ର ରେ ଶ୍ରମିକ ଭାବେ ନିୟୋଜିତ ଥିବାର ଜଣାପଡିଛି।ଏପରି ପରିସଖ୍ୟାନ ବିବରଣୀ ଉଲ୍ଲେଖ କରିବାର ତାତ୍ପର୍ଯ୍ୟ ହେଲା ଭାରତୀୟ ଜଳବାୟୁ ରେ ଅଦ୍ୟାବଧି ବଢିଆସୁଥିବା କ ଅ୍ଙଳ ଶିଶୁ ଛୁଆ ପ୍ରକ୍ରୃତ ରେ ଶିଶୁ ଛୁଆ ହୋଇ ଶୈଶବ ର ନ୍ୟାଯ୍ୟ ସ୍ନେହ,ମମତା,ସ୍ଵାସ୍ଥ୍ୟ,ଶିଖ୍ୟା ପରି ମ ଉଳିକ ଆବଶ୍ୟକତା ପାଇବାରୁ ବଙ୍ଚିତ ହୋଇ ଗରିବ ପିତାମାତା ଙ୍କ ସାହାରା ହେବା ପାଇ୍ଙି ବାଧ୍ୟ ହେଉଛନ୍ତି ଓ ସେଥିପାଇ୍ଙ ସାମାଜିକ ଦ୍ରୃଷ୍ଟି କୋଣ ରୁ ଅତି ତୁଛ ହୋଇ ପଡୁଛନ୍ତି।
କରୋନା ମହାମାରୀ ରେ ସ୍କୂଲ୍ ବନ୍ଦ ହୋଇଯିବା ଫଳରେ ଅନେକ ଶିଶୁ ଦାଦନ ଖଟିବାକୁ ବାହାରକୁ ପଳାଇଯିବା କିମ୍ବା ନିଜ ଯାଗାରେ ବି ଶ୍ରମିକ ଭାବେ କାର୍ଯ୍ୟ କରୁଥିବାର ଦେଖାଦେଇଛି।ଦ୍ଵିତୀୟ ତ ଅନେକ ଶିଶୁ ସେମାନଙ୍କର ପିତା ମାତା ଙ୍କୁ ହରାଈ ଅନାଥ ହୋଇଯିବା ଫଳରେ ଅନ୍ୟ ଉପାୟ ନପାଇ ଦାଦନ ଖଟିବାକୁ ବାହାର କୁ ଯିବା ହେଉ ଅବା ନିଜ ଯାଗାରେ ଶ୍ରମିକ ସାଜି ପରିବାର ପ୍ରତିପୋଷଣ କରିଥାନ୍ତି।
ଦରିଦ୍ର ଶିଶୁ ଶ୍ରମିକ ସ୍ରୃଷ୍ଟି କରିବାରେ ନିତାନ୍ତ ସହାୟତା ମୂଳମନ୍ତ୍ର।ଏଣୁ ଏହାର ପ୍ରଚଳନ ସାମାଜିକ ଅର୍ଥନୈତିକ ଦ୍ରୃଷ୍ଟିକୋଣରୁ ଅଗ୍ରାହ୍ୟ କରିଦିଆଯାଇନପାରେ। ଏହା ସାଙ୍ଗ କୁ ପିତା ମାତା ଙ୍କ କେତେକ ଧାର୍ମିକ ଅବଚେତନା ,ଭୂଲ ବୁଝାମଣା,ଅକର୍ମଣ୍ୟତା,ଅସା ଅନାଟନ ଶିଶୁ ଟିକୁ ଶ୍ରମୋନ୍ମଖୀ କରାଇବାରେ ଅଧିକତର ଦାୟୀ ହୋଇପଡେ। ସାମ୍ବିଧାନିକ ଭାବେ ଶିଶୁର ବୟସ ଚ ଉଦ ବର୍ଷ ପର୍ଯ୍ୟନ୍ତ ତାକୁ ବିନା ଖର୍ଚ୍ଚ ରେ ଅର୍ଥାତ୍ ମାଗଣା ରେ ମୁକ୍ତ ଓ ଅବାଧ ଶିଖ୍ୟାଦାନ ବାଧ୍ୟତାମୂଳକ କରିବା ପାଇ୍ଙି ଉଲ୍ଲେଖ ରହିଛି।ଉଭୟେ ରାଜ୍ୟ ଓ କେନ୍ଦ୍ର ସରକାର ଏହା କାର୍ଯ୍ୟକାରି କରୁଛନ୍ତି।ତଥାପି କୋଉଠି କେଜାଣି ଅସୁବିଧା ରହି ଯାଉଛି ଯେଙଥି ପାଇ୍ଙି ପିଲା ସ୍କୂଲ ଯାଉ ନାହାନ୍ତି ,ଗଲେ ବି ଅଧାରୁ ପାଠ ଛାଡି ଦେଉଛନ୍ତି। ଦାଦନ ଖଟିବାକୁ ଦୂରସ୍ଥାନ କୁ ଚାଲିଯାଉ ଥିବାର ଦେଖାଯାଉଛି ଅବା ନିଜ ଯାଗାରେ ଶ୍ରମିକ ଭାବେ କାର୍ଯ୍ୟ କରୁଛନ୍ତି।ସରକାର ପାଇ୍ଙ ମୁଣ୍ଡ ବ୍ୟଥା ର କାରଣ ପାଲଟିଛି। ୧୯୮୭ ମସିହା ଠାରୁ ବାଳଶ୍ରମ ନିୟମାବଳୀ ଲାଗୁ ହୋଇଛି।ଏକ ବ୍ଙିଶ ଶତାବ୍ଦୀ ରେ ପଦାର୍ପଣ କରି ବି ଏଇ ତିରିଶି ଲଖ୍ୟ ଶିଶୁ ଶ୍ରମିକ ଙ୍କୁ କିପରି ପୁନର୍ବାସ ବ୍ୟବସ୍ଥା କରାଯାଇପାରିବ ଓ ଶିଶୁ ଶ୍ରମ ମୁକ୍ତ ତଥା ଶିଶୁ ଶ୍ରମିକ ସମ୍ପୁର୍ଣ ଭାବେ ଉଛେଦ କରାଯାଇପାରିବ ଏ ନେଇ କେବଳ ଆମେ ସରକାରୀ ସ୍ତର ଉପରେ ନିର୍ଭର କଲେ ଚଳିବ ନାହ୍ଙି ,ଆମେ ଅର୍ଥାତ୍ ବ୍ୟକ୍ତି ଗତ ସ୍ତର ରେ ବି କରିବାର ଅଛି।
ପ୍ରାଥମିକ ସ୍ତରରେ ସମାଜ ର ଅର୍ଥ ବ୍ୟବସ୍ଥା ସହିତ ସ୍ଙଶ୍ଳିଷ୍ଟ ଏହି ଶିଶୁ ଶ୍ରମିକ ଓ ତା’ ର ପାରିପାର୍ଶ୍ଵିକ ପରିସ୍ଥିତି ରେ ସର୍ବେଖ୍ୟଣ ବିସ୍ତ୍ରୃତ ଭାବେ ଆବଶ୍ୟକ।ଏଥିପାଇ୍ଙି (୧) ଶିଖ୍ୟକ(୨)ରାଜ ନେତା(୩)ଶିଶୁ ଶ୍ରମିକ ଙ୍କ ଅଭିଭାବକ (୪) ସରକାରୀ/ବେସରକାରୀ କର୍ମଚାରୀ(୫)ସ୍ଵେଛାସେବୀ ଅନୁଷ୍ଠାନ (୬) ମାତ୍ରୃ ସମୂହ (୭ )ଶ୍ରମିକ ଶିଶୁ (୮) ପ୍ରଯୋଜକ ସ୍ଙସ୍ଥା (୯) ଶିଳ୍ପଦ୍ୟୋଗୀ/ମଧ୍ୟସ୍ଥ କାରୀ (୧୦) ସାଧାରଣ ଶିଶୁ (୧୧)ଆଧ୍ୟାତ୍ମିକ ପ୍ରୃଷ୍ଠ ଭୂମି (ପୋଷକ)। ଜରିଆ ରେ ପାରସ୍ପରିକ ବୁଝାମଣା ଓ ସୁସମ୍ପର୍କ ସ୍ଥାପନ କରି ଉପରୋକ୍ତ ସମସ୍ୟା ର ସମାଧାନ କରାଯିବା ଆବଶ୍ୟକ।