ଦୀର୍ଘ ୨୦୦ ବର୍ଷ ର ଅନ୍ୟାୟ ଓ ଅତ୍ୟାଚାରୀତ ଇ୍ଙରେଜ ସରକାର ଶାସନ ର ଅବସାନ ପାଇ୍ଙି ଭାରତ ର କୋଣେ ଅନୁକୋଣେ ଅବିରାମ ସଗ୍ରାମଚାଲୁ ରହିଥିଲା। ଭାରତ ର ପ୍ରତ୍ୟେକ ଅଙ୍ଚଳ ରେ ହଜାର ହଜାର ସଗ୍ରାମି ଏଇ ଆନ୍ଦୋଳନ ରେ ଝାସ ଦେଇଥିଲେ। ଏଇ ଆଦିବାସୀ ଅଧ୍ୟୁଷିତ ନବରଙ୍ଗପୁର ଜିଲ୍ଲା ର ଅଗଣିତ ନିରଖ୍ୟର ଆଦିବାସୀ ଯୁବକ ଯୁବତୀ ଜାତୀୟତା ବୋଧ ରେ ଉଦ୍ ବୋଧ ହୋଇ ଓ ଏହାକୁ ପ୍ରତିପାଦନ କରିବା ସଙ୍ଗେ ସଙ୍ଗେ ଧୈର୍ଯ୍ୟର ସହିତ ନିଜ ନିଜ ଜୀବନ କୁ ଉଛର୍ଗ କରିବାକୁ ପଛଘୁଙ୍ଚା ଦେଇନ ଥିଲେ। ତାହା ହ୍ଙି ଆମ ପାଇ୍ଙ ଅର୍ଥାତ୍ ଆମ ନବରଙ୍ଗପୁର ବାସୀ ଙ୍କ ପାଇ୍ଙି ଅବିସ୍ମରଣୀୟ ,ଗର୍ବ ଓ ଗ ଉରବ ର ବିଷୟ ,ଏହା ନିସନ୍ଦେହ।
ଭାରତ ବର୍ଷ ର ଅଦ୍ଵୀତୀୟ ନେତା ବାପୁଜୀ ଙ୍କ ନେତ୍ରୃତ୍ଵ ରେ ଯେଙ ଅସହଯୋଗ ଆନ୍ଦୋଳନ ଆରମ୍ଭ ହୋଇଥିଲା ତା’ର ପ୍ରଭାବ ପଡିଥିଲା ଏଇ ଉପାନ୍ତ ନବରଙ୍ଗପୁର ର ସଙ୍ଗ୍ରାମୀ ତଥା ଆଦିବାସୀ ଭାଇ ଭ ଉଣୀ ମାନଙ୍କ ଉପରେ। ଆମେ ” କର ଦେବୁ ନାହ୍ଙିକି ଆମେ ବେଠୀ ଖଟିବୁ ନାହ୍ଙି ଆମକୁ ନ୍ୟାୟ ଦିଅ ତୁମେ ତୁମ ଦେଶ କୁ ଚାଲି ଯାଅ” ଇତ୍ୟାଦି ସ୍ଲୋଗାନ ମାନ ବ୍ରିଟିଶ ସରକାର ବିରୋଧ ରେ ସ୍ଵର ଉତ୍ତୋଳନ କରିଥିଲେ।ମହାତ୍ମା ଗାନ୍ଧୀ ଙ୍କ ମୂଳ ମନ୍ତ୍ର ବିଦେଶୀ ଜିନିଷ ବର୍ଜନ ସ୍ଵଦେଶୀ ଦ୍ରବ୍ୟ ର ବ୍ୟବହାର ଉପରେ ଆମର ଏଠାକାର ଲୋକେ ଗୁରୁତ୍ଵ ଦେଇ ଆସୁଥିଲେ।
୧୯୩୭ ମସିହା ରେ କୋରାପୁଟ ଜିଲ୍ଲା କଙ୍ଗ୍ରେସ କମିଟି ଗଠନ ହେବାପରେ ନବରଙ୍ଗପୁର ଠାରେ ମଧ୍ୟ ଏଇ କଙ୍ଗ୍ରେସ କମିଟି ଗଠନ କରାଯାଇଥିଲା। ସ୍ଵର୍ଗତ ଲଖ୍ମୀଚନ୍ଦ୍ର ଦାସ,ସଦାଶିବ ତ୍ରୀପାଠୀ,ଆନାଜୀ ରାଓ,ମହମ୍ମଦ ବାଜୀ,ସଦାନନ୍ଦ ମହାନ୍ତୀ,ମାଧବ ଚନ୍ଦ୍ର ତ୍ରୀପାଠୀ,ଜଗନ୍ନାଥ ତ୍ରୀପାଠୀ,ଓ ସୀମାଙ୍ଚଳ ବେହେରା ପ୍ରମୁଖ ନେତା ସକ୍ରୀୟ ଅ୍ଙଶ ଗ୍ରହଣ କରିଥିଲେ।ନବରଙ୍ଗପୁର ସହର ନିକଟସ୍ଥ ତାରାଗ୍ଙା ଠାରେ ଏକ କଙ୍ଗ୍ରେସ ତାଲିମ ଶିବିର ଅନୁଷ୍ଠିତ ହୋଇଥିଲା।କର୍ମୀମାନଙ୍କ ମଧ୍ୟରେ ନୈତିକ ବଳ ସ୍ଙଚାର କରି ଅନ୍ୟାୟ ଅତ୍ୟାଚାର ବିରୋଧ ରେ ସଙ୍ଗ୍ରାମ କରିବା ପାଇ୍ଙି ଜାଗରଣ ସ୍ରୃଷ୍ଟି କରାଗଲା।ସମସ୍ତ କର୍ମୀ ଙ୍କୁ ନିଜ ହାତ ରେ ସୁତା କାଟି ଲୁଗା ବୁଣି ପିନ୍ଧିବାକୁ ପରାମର୍ଶ ଦିଆଗଲା।ଆମ ଅଙ୍ଚଳ ରେ ମିଳୁଥିବା ଖାଦ୍ୟ ଖାଇବାକୁ କୁହାଗଲା। ସର୍ବୋପରି ” କାଟି ପିନ୍ଧ କୁଟୀ ଖାଅ ” ଗାନ୍ଧୀଜୀ ଙ୍କ ସ୍ଲୋଗାନ କୁ କାର୍ଯ୍ୟକାରି କରିବାକୁ କୁହାଗଲା। ଚରଖା କୁ ସୂଦର୍ଶନ ଚକ୍ର ଭାବି କାର୍ଯ୍ୟ ର ଶୁଭାରମ୍ଭ କଲେ ଏଇ ଆମର ସରଳ ବିଶ୍ଵାସୀ ଆଦିବାସୀ ଭାଇ ଭ ଉଣୀ ମାନେ। ମାତ୍ର ଚାରୀ ଅଣା ସଭ୍ୟ ଚାନ୍ଦା ଦେଇ ର୍ଥୀ ମାନେ କଙ୍ଗ୍ରେସ ରେ ମିଶି ଥିଲେ।ଠିକ୍ ସେହିପରି ଉମରକୋଟ ରବି ସିଙ୍ଗ୍ ମାଝୀ ଙ୍କ ସଭାପତି ତ୍ଵ ରେ କଙ୍ଗ୍ରେସ କମିଟି ଗଠିତ ହେଲା।ଅସ୍ଙଖ୍ୟ ନର ନାରୀ ଚାରି ଅଣା ସଭ୍ୟ ଚାନ୍ଦା ଦେ ଇ କଙ୍ଗ୍ରେସ ରେ ମିଶିଲେ।୧୯୩୯ ମସିହା ରୁ ୧୯୪୨ ମସିହା ଯାଏ୍ଙେ ଏହି ଜିଲ୍ଲା ରେ କୋଣେ ଅନୁକୋଣେ ସତ୍ୟାଗ୍ରହୀ ଆନ୍ଦୋଳନ ଚାଲିଥିଲା।ସେଇ ମହା ମନିଷୀ ମାନେ ହେଲେ ଡାବୁଗ୍ଙା ଠାରେ ସୋନୁ ମାଝୀ,ଜଗା ମାଝୀ,ମଙ୍ଗୁଳୁ ମାଝୀ,ଶିବ ମାଝୀ,,ସେହିପରି କୋଲାରୀ ଠାରେ ରବି ସିଙ୍ଗ୍ ମାଝୀ ,ପାପଡାହାଣ୍ଡୀ ସନ୍ନିକଟ ବାଘସିଉନୀ ଠାରେ ମାଧବ ପ୍ରଧାନୀ,ଶ୍ୟାମ ଶୁନ୍ଦର ପ୍ରଧାନୀ ଓ କାଶୀନାଥ ଅମାନତ୍ୟ,,କଙ୍ଗ୍ରା ଠାରେ ନିଧି ସ ଉରା,ଉମୁରି ଠାରେ ଖଗପତୀ ପ୍ରଧାନୀ ,ତାରାଗ୍ଙା ଠାରେ ଚୈତନ ସେଠିଆ,ଦହଣା ଠାରେ ଗୋବର୍ଦ୍ଧନ ଗାଦବା ଓ ଜଟାବାଲ୍ ଠାରେ ଅର୍ଜୁନ ପାଇକ ପ୍ରମୁଖ ନେତ୍ରୃତ୍ଵ ନେଇଥିଲେ।ଏପରି ଭାବେ ଅନ୍ୟ ଅଙ୍ଚଳ ରେ ମଧ୍ୟ ସତ୍ୟାଗ୍ରହୀ ଓ ଭାରତ ଛାଡ ଆନ୍ଦୋଳନର ବୀଜ ବପନ ହୋଇଥିଲା।
୧୯୪୨ ମସିହା ର ଭାରତଛାଡ ଆନ୍ଦୋଳନ ନବରଙ୍ଗପୁର ଜିଲ୍ଲା ର କୋଣେ ଅନୁକୋଣେ ପ୍ରତିଫଳିତ ହୋଇଥିଲା। ଆନ୍ଦୋଳନ ସମୟ ରେ ବ୍ରିଟିଶ୍ ସରକାର ର କଡା ନଜର ମଧ୍ୟ ରେ ଥାଇ ମଧ୍ୟ ଲଖ୍ମୀ ଚନ୍ଦ୍ର ଦାସ,ସଦାନନ୍ଦ ଦାସ,ଆନାଜୀ ରାଓ,ସୀମାଙ୍ଚଳ ବେହେରା ଜଗନ୍ନାଥ ତ୍ରୀପାଠୀ,ପ୍ରମୁଖ ନେତ୍ରୃସ୍ଥାନୀୟ ବ୍ୟକ୍ତି ପ୍ରଚାର ପତ୍ର ହାତରେ ଲେଖି ସେଗୁଡିକୁ ସାଇକ୍ଲୋଷ୍ଟାଇଲ୍ ମେଶିନ୍ ସାହାଯ୍ୟ ରେ ଛପାଇ ହଜାର ହଜାର ସଙ୍ଖ୍ୟା ରେ ବାଣ୍ଟିଥିଲେ।ଏଥିସକାଶେ ଏଇ ନେତା ମାନଙ୍କୁ ଗିରଫ କରାଗଲା ଓ କଙ୍ଗ୍ରେସ ଅଫିସ୍ କୁ ବିନା କାରଣରେ ତାଲା ପକାଇଦେଲେ।କଙ୍ଗ୍ରେସ୍ ସଭାପତି ଆନାଜୀ ରାଓ ଙ୍କ ଘର ଆଗରେ ଲାଗିଥିବା କଙ୍ଗ୍ରେସ ପତାକା କାଢିଦେବାକୁ ଧମକ ଦେଲେ। ସେ ରୋକ୍ ଠୋକ୍ ମନା କରିଦେବାରୁ ତାଙ୍କୁ ଗିରଫ କରିନେଲେ। ବ୍ରିଟିଶ୍ ସରକାର ର ଦମନଶୀଳ ନୀତି ଯୋଗ୍ଙୁ ଆନ୍ଦୋଳନ କୁ ଆହୁରି ତିବ୍ରତର କରିବାରେ ଲାଗିଲେ କର୍ମୀ ମାନେ। ସବୁଠାରୁ ବେଶୀ ବିଭିଷୀକା ମୟ ପାଲଟିଥିଲା ପାପଡାହାଣ୍ଡି ର ବିଖ୍ୟୋଭ ଅଭିଯାନ। ବ୍ରିଟିଶ୍ ସରକାର ର ମେରୁଦଣ୍ଡ ଦୋହଲାଇ ଦେଲା।ନବରଙ୍ଗପୁର ନିକଟସ୍ଥ ତାରାଗ୍ଙା ଠାରୁ ଅନତୀ ଦୂର ବାଘସୀଉନୀ ,ଗୁମାଗୁଡା ଠାରେ ମାଧବ ପ୍ରଧାନୀ ଙ୍କ ଅଧ୍ୟଖତା ରେ ୧୯୪୨ ମସିହା ଅଗଷ୍ଟ ୨୪ ତାରିଖ ରେ ଏକ ବିରାଟ ସାଧାରଣ ସଭା ର ଆୟୋଜନ ହୋଇଥିଲା। ପ୍ରମୁଖ ନେତା ମାନେ ଜେଲ୍ ଭିତରେ ଥିବାରୁ ଆନ୍ଦୋଳନ ର ରୂପରେଖ କିପରି ହେବ ସେ ନେଇ ଆଲୋଚନା ହେଇଥିଲା। ଡାବୁଗ୍ଙା ଠାରେ ଡକା ଯାଈଥିବା ସଭା ରେ ସମସ୍ତ ଙ୍କୁ ଅବଗତ କରାଯାଇଥିଲା ଆଗାମୀ କାର୍ଯ୍ୟପନ୍ଥା ନେଇ।
ଫଳରେ ୨୪ ତାରିଖ ରେ ମାଧବ ପ୍ରଧାନୀ ଙ୍କ ନେତ୍ରୃତ୍ଵ ରେ ଏକ ବିରା ଶୋଭାଯାତ୍ରା ପାପଡାହାଣ୍ଡୀ ରାସ୍ତା ରେ ଯାଇ ଗୁମାପଦର ସଭା ରେ ଯୋଗ ଦେବା ଉଦ୍ଦେଶ୍ୟ ରେ ବାହାରିଥିଲା।ପୋଲିସ୍ ଆଗରୁ ଖବର ପାଇ ପାପଡାହାଣ୍ଡୀ ଠାରେ ମୂତୟନ ହୋଇଥିଲେ। ପୂର୍ବ ନିର୍ଧାରିତ କାର୍ଯ୍ୟ ପନ୍ଥା ଅନୁଯାୟୀ ଥାନା ଘେରାଉ ସହିତ ପୋଡିଦେବା ,କାଠ ବ୍ରିଡ୍ଜ ଉପାଡି ଫୋପାଡି ଦେବାପାଇ୍ଙି ଆହ୍ଵାନ ଦିଆଯାଇଥିଲା। ଫଳରେ ବ୍ରିଡ୍ଜ ଉପାଡି ଫୋପାଡିବା କାମ ରେ ଲଖ୍ମୀଚନ୍ଦ୍ର ଦାସ,ମହମ୍ମଦ ବାଜୀ,ନିୟୋଜନ ରହି ଗିରଫ ହେଲେ ଓ ଜେଲ୍ ଗଲେ। ମାଧବ ପ୍ରଧାନୀ ପ୍ରାୟ ୫ ହଜାର କର୍ମୀ ଙ୍କୁ ନେଇ ପାପଡାହାଣ୍ଡୀ ର ଟୂରୀ ନଦୀ ବ୍ରିଡ୍ଜ୍ ଅଭିମୂଖେ ଯାତ୍ରା କଲେ।ଶସସ୍ତ୍ର ପୋଲିସ୍ ବାହୀନି ସେମାନଙ୍କୁ ଦେଖି ବ୍ରିଡ୍ଜ ଭାଙ୍ଗିବା ଉଦ୍ଦେଶ୍ୟ ନେଇ ଯାଉଛନ୍ତି ବୋଲି ସନ୍ଦେହ କରି ପୋଲ ମଝିରେ ନଳୀ ବୁହା ଗାଡି ରଖି ଆଉ ଆଗକୁ ନ ବଢିବାକୁ ପ୍ରବର୍ତ୍ତାଇ ଥିଲେ।ପୋଲ୍ ର ଦଖିଣ ଦିଗରେ ଲାଠୀ ଧରା ପୋଲିସ୍ ଲୋକଙ୍କୁ ଅଟକାଇ ଥିଲା।ଫଳରେ ପୋଲିସ୍ ବାଲା ଦୁଇଦଳ ରେ ବିଭକ୍ତ ହୋଇ ସଗ୍ରାମି ମାନଙ୍କୁ ଲଠି ଓ ବନେଟ୍ ଦ୍ଵାରା ମାରିବା ଆରମ୍ଭ କରିଦେଲେ। ସଗ୍ରାମୀ ମାନେ କେବଳ ହାତରେ ପତାକା ଧରି ଭାରତ ମାତା ର ଜୟଗାନ କରୁଥିଲେ।ଯଦିଓ ସଗ୍ରାମୀ ମାନେ ଠେଙ୍ଗା,ନଳୀ,ତୀର,ଧନୁ ବର୍ଛା ଆଦି ଧରିଥିଲେ,କିନ୍ତୁ ବ୍ରିଜ୍ ଉପରେ ପୋଲିସ୍ ଗାଡି,ଉତ୍ତର ଦିଗରେ ଓ ଦଖିଣ ଦିଗରେ ମଧ୍ୟ ପୋଲିସ୍ ରହିଯିବା ଫଳରେ ସଗ୍ରାମୀ ମାନେ ଖସି ପଳାଇଯିବା ପାଇ୍ଙି ସୁବିଧା ପାଇନଥିଲେ।ଠେଲାପେଲା ହେତୁ ଅନେକ ଆହତ ଜଖମ ହେଲେ। ଜଣେ କନେଷ୍ଟବଲ୍ ( ସି– ୧୭୦ ନମ୍ବର ନାମ — ଏ ମୁତ୍ୟାଲୁ )ଙ୍କ ର ସାମାନ୍ୟ ଆଘାତ ହେବାଫଳରେ ପୋଲିସ୍ ଉତ୍ତ୍ୟକ୍ତ ହୋଇଉଠିଥିଲା।ତକ୍ତାଳୀନ ପୋଲିସ୍ ସର୍କଲ ଇନ୍ ସ୍ପେକ୍ଟେର୍ ଶ୍ରୀ ରାମ କ୍ରୃଷ୍ଟ୍ନ ନାଇଡୁ ଯେ କି ସେସମୟ ରେ ” କଳା ନାଗ ” ଭାବେ ପରିଚିତ ଥିଲେ,,ତାଙ୍କରି ଫାଇରିଙ୍ଗ୍ କରିବା ନିର୍ଦ୍ଦେଶ ଫଳରେ ସ୍ପଟ୍ ରେ ୧୯ ଜଣ ସଗ୍ରାମୀ ନିହତ ହୋଇଥିଲେ।୩୨ ରାଉଣ୍ଡ୍ ଗୁଳି ଚାଳନା ହେତୁ ଅନେକ ଆହତ ମଧ୍ୟ ହୋଇଥିଲେ। କେହି କେହି ପ୍ରାଣ ବିକଳ ରେ ନଦୀ କୁ ଡେଙି ପଡିଲେ।ନଦୀ ରେ ପ୍ରବଳ ବନ୍ୟାସେଇ ସମୟରେ। ତେଣୁ ସେଇ ପ୍ରଖର ସ୍ରୋତରେ ଭାସିଗଲେ କିଛି ଜଣ। ପ୍ରାୟ ୧୦୦ ରୁ ଉର୍ଧ୍ଵ ଲାଠି ଓ ବନେଟ୍ ମାଡ ରେ ଗୁରୁତର ଆହତ ହେଲେ।୧୦୦ ରୁ ଉର୍ଧ୍ବ ଜଣକୁ ମିଛ କେସ୍ ରେ ପୋଲିସ୍ ଏରେଷ୍ଟ କରିନେଲା। ଏଇ ଗୁଳି କାଣ୍ଡ ଜାଲିୱଆନା ବାଗ୍ହତ୍ୟା କାଣ୍ଡ ଠୁ କିଛି କମ୍ ନ ଥିଲା।
ଉମରକୋଟ ଅଙ୍ଚଳ ରେ ଏଇ ଆନ୍ଦୋଳନ କୁ ସକ୍ରୀୟ କରିବା ଉଦ୍ଦେଶ୍ୟ ରେ ରବି ସିଙ୍ଗ୍ ମାଝି,ବଗା ପୂଜାରୀ,ସୁଖାନନ୍ଦ ପୂଜାରୀ,ବାଲ୍ ଚାନ୍ଦ ନାୟକ,ପାସୁର ନାୟକ,ଘାସିରାମ ପନକା,ଲ ଆଖନ ଜାନୀ,ସନୁ ଭତ୍ରା,ମସୁରାମ ଗଣ୍ଡ,ବଳରାମ ସେଠୀ ଆଦି ନେତା ମାନେ ଦିନ ଦଶଟା ବେଳେ ହଜାର ହଜାର କର୍ମୀ ଙ୍କୁ ନେଇ ଭାରତ ମାତାକି ଜୟ ଧ୍ଵନି ନାରା ଦେଇ ଟାଙ୍ଗିଆ,ଫାର୍ସା,ଠେଙ୍ଗାംଆଦି ଅସ୍ତ୍ର ଶସ୍ତ୍ର ଧରି ଏକ ବିରାଟ ଶୋଭା ଯାତ୍ରା ରେ ଯାଇ ବଡଭରଣ୍ଡୀ ଠାରେ ଏକତ୍ରୀତ ହୋଇଥିଲେ।ପରବର୍ତ୍ତୀ ଗାନ୍ଧୀଜୀ ଙ୍କ ଅହ଼ଙିସା ନୀତି କୁ ଆପେଣେଇ ଗୁଳି ନଳୀ ଛାଡି ଦେଇଥିଲେ। କେବଳ ହାତରେ କଙ୍ଗ୍ରେସ ପତାକା ଓ ପାଟିରେ ବନ୍ଦେ ମାତରମ୍ ନାରା ଦେଇ ଥାନା ଘେରାଉ କଲେ ।ଉମରକୋଟର ତତ୍କାଳୀନ ଥାନା ଅଧିକାରୀ ତ୍ରୀଲୋଚନ ମିଶ୍ର ଙ୍କ ଆଦେଶ ରେ ପ୍ରଥମେ ଫାଙ୍କା ଗୁଳିଚାଳନା କରାଯାଇଥିଲା।ଲୋକେ ଛିନ୍ ଛତର୍ ହେଲେ।ଦଳାଚକଟା ରେ ଅନେକ ଆହତ ହେଲେ।ଘାସିରାମ ପନକା,ହରିଶ୍ଚନ୍ଦ୍ର ଗାଉଣ୍ଟିଆ ଓ ବାଲ୍ ଚାନ୍ଦ ନାୟକ କୁ ପୋଲିସ୍ ଗିରଫ କଲା। ରବି ସିଙ୍ଗ୍ ମାଝି ,ପାସୁର୍ ନାୟକ ,ଓ ଶିବ ମାଝି ଏଇ ମାନେ ଖସିଯାଇ ବଡଭରଣ୍ଡୀ ର ବଗା ପୂଜାରୀ ଙ୍କ ଘରେ ଆଶ୍ରୟ ନେଲେ। ବଗା ପୂଜାରୀ ଙ୍କୁ ସବୁ କଥା କହିଲେ ।ବଗା ଦ୍ରୃଢତାର ସହ କହିଲେ ବେକ କଟି ଯାଉ ପଛେ ମୁଣ୍ଡ ନୁଆ୍ଙାଇବା ନାହ୍ଙି। ସେ କହିଲେ କାଙରିଆ କାଠି ଭାଙ୍ଗିଯିବ ପଛେ ନଙିବ ନାହ୍ଙି। ବଗା ପୂଜାରୀ ତାଙ୍କ ପୁଅ ବଳୀ କୁ ଡାକି କହିଲେ ,ଚାଲ ଗ୍ରାମ ର ଘର ଛାଡି ଯାଇ ଜଙ୍ଗଲ ରେ ରହିବାର ବ୍ୟବସ୍ଥା କର ରହିବା ପାଇ୍ଙି। ସେଇଠି ଆନ୍ଦୋଳନ କୁ ଯୋର୍ ଦାର୍ କରିବା। ପୁଅ ବଳୀ ଦୁଇ ଜଣ କୁ ଧରି ଜଙ୍ଗଲ କୁ ଯାଇ ରହିବାର ବ୍ୟବସ୍ଥା କରିନେଲେ୍। କିଛି ସମୟ ମଧ୍ୟ ରେ ସଗ୍ରାମୀ ମାନଙ୍କୁ ଆଶ୍ରୟ ଦେଇଥିବାରୁ ସେଇ ଅପରାଧ ରେ ପୋଲିସ୍ ଆସି ବଗା ପୂଜାରୀ କୁ ଗିରଫ କରିନେଲା। ତାଙ୍କୁ ନବରଙ୍ଗପୁର ଜେଲ୍ ରେ ୧୯୪୨ ମସିହା ଅଗଷ୍ଟ ୩୧ ରୁ ନଭେମ୍ବର ୧୪ ତାରିଖ ଯାଏ୍ଙେ ରଖିଥିଲେ। ତା ପରେ ରିମାଣ୍ଡର୍ ଭାବେ ରଖାଯାଇଥିଲା। ଜେଲ୍ ରେ ରହି ସଢି କାଛୁ କୁଣ୍ଡିଆ ରେ ଆକ୍ରାନ୍ତ ହେଲେ। ତାଙ୍କୁ ୧୭(୧)ସି ଆର୍ ଏଲ୍ ଏଲ୍ ଆକ୍ଟ୍ ୧୪୬/୪୨ଧାରା ଅନୁଯାୟୀ ୪ ମାସ ସଶ୍ରମ କାରାଦଣ୍ଡ ସହ ୩୦ ଟଙ୍କା ଜୋରିମନା କରିଥିଲେ।୧୯୪୨ ମସିହା ନଭେମ୍ବର ମାସ ୨୨ ତାରିଖ ରେ ତାଙ୍କୁ କୋରାପୁଟ କେନ୍ଦ୍ରୀୟ ଜେଲ୍ କୁ ପଠାଇଦିଆଗଲା। ଜେଲ୍ ଭିତରେ ନାନା ନିର୍ଯ୍ୟାତନା ସହି ୧୯୪୩ ମସିହା ଜୁଲାଇ ୧୧ ତାରିଖ ରେ ମ୍ରୃତ୍ୟୁ ବରଣ କରିଥିଲେ ବଗା ପୂଜାରୀ।ତାଙ୍କ ଶବ କୁ ପରିବାର କୂ ଦିଆଯାଇ ନଥିଲା।ତାଙ୍କର ତ୍ୟାଗ ଓ ବଳିଦାନ କେବେହେଲେ ବ୍ୟର୍ଥଯିବନାହ୍ଙି।ଏଇ ନବରଙ୍ଗପୁର ମାଟି ତାଙ୍କ ବଳିଦାନ ଓ ତ୍ୟାଗ କୁ ମନେ ରଖିବ ନିଶ୍ଚୟ।
ପାପଡାହାଣ୍ଡୀ ଗୁଳିକାଣ୍ଡ ରେ ଯେଙମାନେ ୧୯୪୨ ମସିହା ଅଗଷ୍ଟ ୨୪ ତାରିଖ ରେ ଟୂରୀ ନଦୀ କୂଳରେ ଶହୀଦ ହୋଇଥିଲେ ସେଇମାନେ ହେଲେ: (୧)ଭଗବାନ ଭତରା,ମନ୍ତ୍ରୀ ଗୁଡା,(୨)ପରମାନନ୍ଦ ସ ଉରା ,ମନ୍ତ୍ରୀ ଗୁଡା (୩) ଆନନ୍ଦ ଗ ଉଡ,ଦୂଖୁ ଗୁଡା (୪) ମଙ୍ଗୁରୁ ଭତରା ,ଉମୁରି ଗ୍ଙା (୫) ସହଦେବ ପୂଜାରୀ,ପଡେଇଗୁଡା (୬)ଜଗନ୍ନାଥ ଅମାନତ୍ୟ,ପାତ୍ରପୁଟ (୭) ବୁଦୁ ଅମାନତ୍ୟ,ତୁରୁକି (୮) ଦୀନବନ୍ଧୁ ଜାନୀ ,ନୁଆ୍ଙା ଗ୍ଙା (୯) ଘାସି ଜାନୀ ,ନୁଆ ଗ୍ଙା (୧୦)ରାମ ଚନ୍ଦ୍ର ଅମାନତ୍ୟ,ଫୁଫୁ ଗ୍ଙା (୧୧)ଭରତ ପୂଜାରୀ ,ଉସୁରି ପଦର (୧୨) ଖଗପତି ଅମାନତ୍ୟ,କଙ୍ଗ୍ରା (୧୩) ଶୁକୁରୁ ମୁଦୁଲି,ମୂର୍ଲାବାଇ (୧୪) ରତନ ରନ୍ଧାରୀ ,ତୁରୁଞି (୧୫)ବୁଦୁ ଭତରା ,ଉମୁରି ପଦର (୧୬) ସଦୁ ଭତରା ,ନନ୍ଦା ହାଣ୍ଡି (୧୭) ବଳି ଭତରା ,ତଣ୍ଡା (୧୮) ଶ୍ୟାମ ସୁନ୍ଦର ଗ ଉଡ ,ପାପଡାହାଣ୍ଡି (୧୯) ବସ୍ତରିଆ ଭତରା ,ଦଳେଇ ଗୁଡା।
୧୯୪୨ ମସିହା ଅଗଷ୍ଟ ମାସ ୨୧ ତାରିଖ ଦିନ ମାଥିଲି ଠାରେ ହୋଇଥିବା ଗୁଳିକାଣ୍ଡ ରେ ନବରଙ୍ଗପୁର ଜିଲ୍ଲା ର ଯେଙମାନେ କୋରାପୁଟ ଜେଲ୍ ରେ ଶହିଦ ହୋଇଥିଲେ ସେଇମାନେ ହେଲେ : ( ସଦାଶିବ ରଣା ,ତେନ୍ତୁଳି ଖୁଣ୍ଟି ,,କାଳିଆ ମାଝି,ଡାବୁଗ୍ଙା,,ମୁଦିଆ ଭତରା,କୋଷାଗୁମୁଡା,,କାଳିଆ ଟେଙ୍ଗଣା ଜାନି,ଡାବୁଗ୍ଙା,,ରତନ ଭତ୍ରା ,ତେନ୍ତୁଳି ଖୁଣ୍ଟି,,ବାକ୍ଟି ଭତ୍ରା ,ମୈଦଳପୁର,,ବଗା ପୂଜାରୀ ,ବଡଭରଣ୍ଡି,,ବନମାଳୀ ହରିଜନ ପାପଡାହାଣ୍ଡି,,ଜଗୁ ମାଝୀ,ପାପଡାହାଣ୍ଡି,,ମାଧବ ମାଝୀ,ପାପଡାହାଣ୍ଡି,,ବଣ୍ଡକା୍ ଭତ୍ରା,ପାପଡାହାଣ୍ଡି,,ଖଗେଶ୍ଵର ମାଝି,ପାପଡାହାଣ୍ଡି,,ଗଙ୍ଗାଧର ମୁଦୁଲି,ତେନ୍ତୁଳିଖୁଣ୍ଟି,,ରଘୁନାଥ ରନ୍ଧାରୀ,ତେନ୍ତୁଳିଖୁଣ୍ଟି,,,ଲାବଣ୍ ୟ ଭତରା,ନବରଙ୍ଗପୁର,,,ହରି ଅମାନତ୍ୟ ନବରଙ୍ଗପୁର,,,ଧନୀ କଲାର୍,ପାପଡାହାଣ୍ଡି।
ନବରଙ୍ଗପୁର ଜେଲ୍ ରେ ଥାଇ ଯେଙମାନେ ସହିଦ ହୋଇଥିଲେ ସେଇମାନେ ହେଲେ : ଡମ୍ବୁରୁ ମାଝି,ପାପଡାହାଣ୍ଡି,,,ଗେରୁ ପାଇକ,ପାପଡାହାଣ୍ଡି,,,ଲ ଇଖନ ଭତରା,ପାପଡା ହାଣ୍ଡି ,,,ଘାସିଆ ଗଣ୍ଡ,କୋଡିଙ୍ଗା,,,ପରୁଶୁ ରାମ ମାଳି,ପାପଡାହାଣ୍ଡୀ,,,ସୁକମନ ଭତ୍ରା ପାପଡାହାଣ୍ଡି ,,,ଧନୀ କଲାର୍ ,ପାପଡାହାଣ୍ଡି।
ପୋଲିସ ଲାଠି ମାଡ ଖାଇ ପରବର୍ତ୍ତୀ ସମୟରେ ଯେଙମାନେ ମ୍ରୃତ୍ୟୁ ବରଣ କରିଥିଲେ ସେଇମାନେ ହେଲେ : ଚମରା ହରିଜନ,ଝରିଗ୍ଙା,,ଅରଖିତ ଗଣ୍ଡ,ଚନ୍ଦାହାଣ୍ଡି,,କୁଶଗଣ୍ଡ,ଚନ୍ ଦାହାଣ୍ଡି,,ରାମ ଚଲାଣ,ଅଚ୍ୟୁତ ଭତରା,ପାପଡାହାଣ୍ଡି,,କାଳିଆ ମାଝି,ଡାବୁଗ୍ଙା,,ସୁବର୍ଣ ଲହମି,ଝରିଗ୍ଙା,,,ଚ ଇତୀ(୪ ବର୍ଷ ରଶିଶୁ) ,ତେନ୍ତୁଳିଖୁଣ୍ଟି(ବନ୍ଧ ଗୁଡା)।
ସଖ୍ଙିପ୍ତ ରେ କହିବାକୁ ଗଲେ ସ୍ଵାଧୀନତା ସଗ୍ରାମ ଇତିହାସ ରେ ନବରଙ୍ଗପୁର ମାଟିର ଅବଦାନ ଅତୀବ ମହନୀୟ,ପ୍ରଶ୍ଙସନୀୟ,ଓଚିରସ୍ମରନୀୟ। କୋରାପୁଟ ତଥା ନବରଙ୍ଗପୁର ଭଳି ଆଦିବାସୀ ଅଧ୍ୟୁଷିତ ଅଙ୍ଚଳ ରେ ଥାଇ ମଧ୍ୟ ଓ ଆଧୁନିକ ଶିଖ୍ୟା ଦୀଖ୍ୟା ଠୁ ବହୁ ଦୂରରେ ଥାଇ ସଭ୍ୟତା ଠାରୁ ବହୁତ ଦୂର ରେ ଥାଇ ବି ଏଇ ଜିଲ୍ଲା ର କର୍ମୀ ମାନେ ଯେଙ ସାହାସ ବାନ୍ଧି ବିପ୍ଳବୀ ତଥା ସ୍ଙଗ୍ରାମୀ କର୍ମୀ ଭାବରେ ବିଭିନ୍ନ ସ୍ତରରେ ଆନ୍ଦୋଳନ କୁ ସକ୍ରୀୟ ତଥା ତୀବ୍ରତର କରିଥିଲେ ଓ ନିର୍ଭୟ ରେ ବ୍ରିଟିଶ୍ ଶାସନ ବିରୋଧ ରେ ଲଢି ଥିଲେ ତା’ର ପଟାନ୍ତର ନାହ୍ଙି।
ପ୍ରତାପ ଚନ୍ଦ୍ର ସାହୁ