କୋଲେଷ୍ଟ୍ରଲ ଶରୀରରେ ବୃଦ୍ଧି ପାଇବା ଦ୍ୱାରା ହାର୍ଟ ଆଟାକ ସମସ୍ୟା ଅଧିକ ବୃଦ୍ଧି ପାଇଥାଏ l ତେଣୁ କୋଲେଷ୍ଟ୍ରଲ କୁ ସର୍ବଦା ନିଜ ଶରୀର ଠାରୁ ଦୁରେଇ ରଖିବା ଆବଶ୍ୟକ l ନଚେତ ଆମ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇପାରେ l ନିକଟରେ ହୋଇଥିବା ଗୋଟିଏ ଅଧ୍ୟୟନ ଅନୁସାରେ ଏପରି କିଛି ପାନୀୟ ରହିଛି ଯାହାକି କୋଲେଷ୍ଟ୍ରଲ କୁ ନିୟନ୍ତ୍ରଣ କରିବାରେ ବିଶେଷ ସହାୟକ ହୋଇଥାଏ l ଠାକୁ ଆମେ ଆମ ଦୈନନ୍ଦିନ ଜୀବନ ରେ ସାମିଲ କରିବା ଦ୍ୱାରା କୋଲେଷ୍ଟ୍ରଲ ଠାରୁ ରକ୍ଷା ପାଇ ପରିବା l
– ଆମ ମାନଙ୍କର ଧାରଣା ରହିଛି ଯେ ଗ୍ରୀନ ଟି କେବଳ ଓଜନ କମାଇବାରେ ସାହାଯ୍ୟ କରିଥାଏ, କିନ୍ତୁ ଏହା କୋଲେଷ୍ଟ୍ରଲ ନିୟନ୍ତ୍ରଣ କରିବାରେ ମଧ୍ୟ ସାହାଯ୍ୟ କରେ l ଏହାକୁ ଆପଣ ନିୟମିତ ସକାଳୁ ଖାଲି ପେଟରେ ସେବନ କରିବା ଦ୍ୱାରା କୋଲେଷ୍ଟ୍ରଲ ସମସ୍ୟା ଦୁରେଇ ଯାଇଥାଏ l
– ଆମେ ବିଭିନ୍ନ ପ୍ରକାର ଜୁସ ସେବନ କରିଥାଉ l ସେଥି ମଧ୍ୟରୁ ଗୋଟିଏ ହେଲା ଟମାଟୋ ଜୁସ, ଟମାଟୋ ଜୁସ ବ୍ୟାଡ଼ କୋଲେଷ୍ଟ୍ରଲ କୁ କମାଇ ଗୁଡ଼ କୋଲେଷ୍ଟ୍ରଲ ସୃଷ୍ଟି କରିଥାଏ l ତେଣୁ ନିୟମିତ ଟମାଟୋ ଜୁସ କୁ ନିଜ ଡାଏଟ ରେ ସକାଳୁ ସାମିଲ କରିବା ଉଚିତ l
– ଓଟ ମିଲକ ମଧ୍ୟ କୋଲେଷ୍ଟ୍ରଲ ଲେବୁଲ କୁ କଣ୍ଟ୍ରୋଲ କରିବାରେ ସାହାଯ୍ୟ କରିଥାଏ l ଏଥିରେ ବିଟା ଗ୍ଲୁକୋନ ନାମକ ଏକ ପଦାର୍ଥ ରହିଥାଏ l ଯାହାକି କୋଲେଷ୍ଟ୍ରଲ କଣ୍ଟ୍ରୋଲ କରିବାରେ ସାହାଯ୍ୟ କରିଥାଏ l ଏହାଛଡା ଶରୀରରେ ଗୁଡ଼ କୋଲେଷ୍ଟ୍ରଲ ମଧ୍ୟ ବୃଦ୍ଧି କରିଥାଏ l
– ସକାଳୁ ଲାଉ ଓ ରସୁଣ ଜୁସ କୋଲେଷ୍ଟ୍ରଲ ପାଇଁ ଖୁବ ହିତକର l ଲାଉ ରେ ଥିବା ତତ୍ୱ କୋଲେଷ୍ଟ୍ରଲ ସ୍ତରକୁ ନିୟନ୍ତ୍ରିତ କରିବାରେ ସାହାଯ୍ୟ କରିଥାଏ l ପ୍ରତିନ ସକାଳୁ ନିହାତି ସେବନ କରିବା ଜରୁରୀ ଅଟେ l
