Odisha news

ହ୍ଵାଟ୍ସଆପ ୟୁଜର ଙ୍କ ପାଇଁ ଖୁସି ଖବର :ହ୍ଵାଟ୍ସଆପ ରେ ମିଳିବ ଡ୍ରାଇଭିଙ୍ଗ ଲାଇସେନ୍ସ ଓ ପ୍ୟାନ କାର୍ଡ, ଏଭଳି ବ୍ୟବହାର କରନ୍ତୁ ଡ଼ିଜିଲକ

0
ନୂଆଦିଲ୍ଲୀ : ବର୍ତମାନ ହ୍ଵାଟ୍ସଆପ ରେ DigiLocker ଆକ୍ସେସ କରାଯାଇ ପାରିବ l ଏହି ଫିଚର ସାହାଯ୍ୟରେ ୟୁଜର ମାନେ ଡ଼ିଜିଲକର ଆକାଉଣ୍ଟ କୁ କ୍ରିଏଟ କରିବା ବ୍ୟତୀତ ପ୍ୟାନ କାର୍ଡ, ଡ୍ରାଇଭିଙ୍ଗ ଲାଇସେନ୍ସ, ଓ ଅନ୍ୟାନ୍ୟ ଡକୁମେଣ୍ଟ କୁ ସିଧାସଳଖ ହ୍ଵାଟ୍ସଆପ ରେ ଡାଉନଲୋଡ଼ କରି ପାରିବେ l ଏହାର ଅର୍ଥ କେତେବେଳେ ୟୁଜର୍ସ ନିଜର ଫୋନ ରେ ଅଫିସିଆଲ ଡକୁମେଣ୍ଟସ କରିପାରିବେ ସେଥିପାଇଁ ସେମାନଙ୍କୁ ଡଡିକେଟଡ଼ ଡ଼ିଜିଲକ ଅପ କିମ୍ବା ୱେବସାଇଟ କୁ ଆକ୍ସେସ କରିବାର ଆବଶ୍ୟକତା ପଡିବ ନାହିଁ l ସେଥିପାଇଁ ୟୁଜର୍ସ ମାନେ MyGov Helpdesk ଚାଟ ବୋଟ ର ସାହାଯ୍ୟ ନେଇ ପାରିବେ l
MyGov Helpdesk ଓ ୱେବସାଇଟ ମିଳିତ ଭାବରେ ଡିଜି ଲକର ର ଅଧିକାଂଶ ସର୍ଭିର କୁ ୟୁଜର୍ସ ମାନଙ୍କ ପାଇଁ ପ୍ରସ୍ତୁତ କରିଛନ୍ତି l ହ୍ୱାଟ୍ସ୍ଆପ ରେ ଡିଜିଲକର ର ସର୍ଭିସ୍ କୁ ଅକ୍ସେସ କରିବା ପାଇଁ ସର୍ବ ପ୍ରଥମେ ଆପଣଙ୍କୁ ନିଜ ମୋବାଇଲ ରେ +91-9013151515 ସେଭ୍ କରିବାକୁ ପଡ଼ିବ ।
ଏହାପରେ ଏହି ନମ୍ୱର୍ ରେ ଆପଣଙ୍କୁ DigiLoker ଲେଖି ହ୍ୱାଟ୍ସ୍ଆପ କରିବାକୁ ପଡ଼ିବ । ୟୁଜାର୍ସ ମାନେ ଏହାକୁ ନେଇ ନୂଆ ଆକାଉଣ୍ଟ ମଧ୍ୟ କରି ପାରିବେ । ଯଦି ଆପଣଙ୍କ ନିକଟରେ ପୂର୍ବରୁ ଡିଜିଲକ୍ ଆକାଉଣ୍ଟ ରହିଛି ତେବେ ଆପଣ ଆଧାର ନମ୍ୱର୍ ଜରିଆରେ ଏହାକୁ ଆକ୍ସେସ କରି ପାରିବେ । ଆପଣଙ୍କ ରେଜିଷ୍ଟ୍ରେଡ୍ ଆଧାର ନମ୍ୱର୍ ରେ ଗୋଟିଏ ଓଟିପୀ ଆସିବ ଯାହାକୁ ଆପଣ ଦେଇ ଭେରିଫାଏ କରି ପାରିବେ ।
ଆପଣ ଡିଜି ଲକ୍ ଜରିଆରେ ପ୍ୟାନ କାର୍ଡ, ଡ୍ରାଇଭିଂ ଲାଇସେନ୍ସ, ମାର୍କ ସିଟ, ଇତ୍ୟାଦି ଡକୁମେଣ୍ଟ କୁ ଫୋନ୍ ରେ ଡାଉନଲୋଡ କରି ପାରିବେ ।
Leave A Reply