Odisha news

ପାଳ ଛତୁ ଚାଷ

ଧିଙ୍ଗରି ଛତୁ ଚାଷ ପ୍ରଣାଳୀ

0

ପାଳ ଛତୁ ସାଧାରଣତଃ ଗରମ ଦିନରେ ଚାଷ କରାଯାଏ । ଏଣୁ ଚାଷର ଉପଯୁକ୍ତ ସମୟ ହେଲା ମାର୍ଚ୍ଚ ମାସ (ଫଗୁଣ ମାସ) ଠାରୁ ଅକେଫାବର (ଆଶ୍ୱିନ ମାସ) ପର୍ଯ୍ୟନ୍ତ । କିନ୍ତୁ କେନ୍ଦୁଝର, ମୟୂରଭଞ୍ଜ, କଳାହାଣ୍ଡି, କୋରାପୁଟ ଇତ୍ୟାଦି ପାର୍ବତ୍ୟ ଅଞ୍ଚଳରେ ଏହା ଏପି୍ରଲ୍‍ ମାସ ଠାରୁ ସେପେଫମ୍ବର ମାସ ପର୍ଯ୍ୟନ୍ତ ଚାଷ କରାଯାଇପାରିବ ।

ଆବଶ୍ୟକୀୟ ଉପାଦାନ : ଛତୁ ଚାଷ ପାଇଁ ସାଧାରଣତଃ ଦୁଇ ପ୍ରକାର ଉପାଦାନ ଦରକାର ଯଥା (୧) ସ୍ଥାୟୀ ଉପାଦାନ – ଘର, ନଡ଼ା ବତୁରାଇବା ପାଇଁ କୁଣ୍ଡ, ସ୍ପ୍ରେୟର, ଥର୍ମୋମିଟର, ହାଇଗ୍ରୋମିଟର, ନଡ଼ାକଟା ଯନ୍ତ୍ର ଏବଂ (୨) ନିତ୍ୟ ବ୍ୟବହାର୍ଯ୍ୟ ଉପାଦାନ – ଧାନ ନଡ଼ା, ଛତୁ ମଞ୍ଜି, ବୁଟ ବା ହରଡ଼ ଗୁଣ୍ଡ, ପଲିଥିନ୍‍ ଚଦର, ଫରମାଲିନ୍‍ ଏବଂ ଟ୍ରଫି ଔଷଧ ।

୧. ସ୍ଥାୟୀ ଉପାଦାନ :

(କ) ଘର : ପାଳ ଛତୁ ଚାଷ ପାଇଁ ଅଧିକ ଆଲୋକ ଆସି ପାରିବା ଭଳି ବ୍ୟବସ୍ଥା ଥିବା ଘର ଦରକାର । ସାଧାରଣ ଚାଷୀଙ୍କ ପାଇଁ ୨୫ ଫୁଟ୍‍ ଲମ୍ବ ଓ ୧୫ ଫୁଟ୍‍ ଓସାରର ନଡ଼ା ଛପର ବା ଇଟା ସିମେଣ୍ଟ ଘର ଦରକାର । ଘରର ଲମ୍ବ ଓ ଓସାର ଚାଷୀଙ୍କର ଜମି (ଘର ଡିହ ବା ବାଡ଼ି) ଅନୁସାରେ ବଢ଼ିପାରେ କିମ୍ବା କମିପାରେ । ଘରର ଭୂମି ପତନ ଠାରୁ ୨.୫ ଫୁଟ୍‍ରୁ ୩ ଫୁଟ ପର୍ଯର୍୍ୟନ୍ତ ମାଟି ବା ଇଟା କାନ୍ଥ ଦେଇ ଉପର ଅଂଶକୁ ବାଉଁଶ ବା ଇଟାରେ ଜାଲି କରନ୍ତୁ । ଯେପରିକି ପବନ ଓ ଆଲେକ ଚଳାଚଳ କରିପାରିବ । ଦରକାର ପଡ଼ିଲେ ଘରର ଆର୍ଦ୍ରତା ଓ ଅଳ୍ପ ବାୟୁ ଚଳାଚଳ କରିବା ପାଇଁ ଜାଲିରେ ଅଖା ଝୁଲାଇ ଦିଆଯିବା ଦରକାର ।

ଗଛମୂଳେ ଛତୁ ଚାଷ : ଯେଉଁମାନଙ୍କର ଘର କରିବା ପାଇଁ ଆର୍ଥିକ ସ୍ୱଚ୍ଛଳତା ନାହଁ, ସେମାନେ ନଡ଼ିଆ ବଗିଚା, ବାଉଁଶ ବଣ ଇତ୍ୟାଦିରେ ତଳେ ଅଖା ଘେର ବା ଛାମୁଣ୍ଡିଆ କରି ବେଶ ଭଲଭାବରେ ଛତୁ ଚାଷ କରିପାରିବେ ।

(ଖ) ପାଣି କୁଣ୍ଡ : ନଡ଼ା ଭିଜାଇବା ଏବଂ ବିଶୋଧନ ପାଇଁ ଇଟା ସିମେଣ୍ଟରେ ନିର୍ମିତ କୁଣ୍ଡ କରିବା ଆବଶ୍ୟକ । ଆବଶ୍ୟକୀୟ ନଡ଼ାର ପରିମାଣ ଅନୁଯାୟୀ କୁଣ୍ଡର ଆକାର କରିବାକୁ ହେବ ।

(ଗ) ବାଉଁଶ ଥାକ ବା ଭାଡ଼ି : ଗୋଟିଏ ଘରେ ଅଧିକ ପଟାଳି ପକାଇବା ପାଇଁ ବାଉଁଶ ବା କାଠ ସାହାଯ୍ୟରେ ୨ ରୁ ୩ଟି ଥାକ କରାଯାଇପାରିବ । ଘରର ଲମ୍ବକୁ ଦେଖି ଏବଂ ଥାକର ଚାରିପଟେ ବୁଲିବା ପାଇଁ ରାସ୍ତା ରଖି ୨ ଫୁଟ୍‍ ଲମ୍ବ ଏବଂ ୨ ଫୁଟ ଚଉଡ଼ାର ଥାକ କରାଯାଇପାରେ । ପ୍ରଥମ ଥାକଟି ଭୂମିଠାରୁ ୬ ଇଞ୍ଚ ଉଚ୍ଚତାରେ କରାଯିବ ଏବଂ ପରବର୍ତ୍ତୀ ଥାକ ଦୁଇଟି ପ୍ରଥମ ଥାକଠାରୁ ୩ ଫୁଟ୍‍ ବ୍ୟବଧାନ ହିସାବରେ ରହିବ ।

(ଘ) ଛତୁଘରର ଉତ୍ତାପ ଓ ଆର୍ଦ୍ରତା ଜାଣିବା ପାଇଁ ଛତୁ ଘରେ ଗୋଟିଏ ଥର୍ମୋମିଟର ଓ ଗୋଟିଏ ହାଇଗ୍ରୋମିଟର ଝୁଲାଇବା ଦରକାର । ଏହି ଦୁଇଟି ଯନ୍ତ୍ର ସହରର ଯେ କୌଣସି ବିଜ୍ଞାନ ସମ୍ବନ୍ଧୀୟ ଯନ୍ତ୍ରପାତି ବିକ୍ରୟ କରୁଥିବା ଦୋକାନରୁ ୨୦୦ ରୁ ୩୦୦ ଟଙ୍କା ଦାମ୍‍ରେ ମିଳିପାରିବ ।

(Y) ସ୍ପ୍ରେୟାର : ନିଜର ଆର୍ଥିକ ଅବସ୍ଥାକୁ ନେଇ ସ୍ପ୍ରେୟାର କିଣାଯାଇ ପାରିବ । ଏହା ଦ୍ୱାରା ଛତୁ ପଟାଳିରେ ପାଣି ପକାଇବା ସହ ଛତୁ ଘରେ ଆର୍ଦ୍ରତା ରକ୍ଷା କରିବା ପାଇଁ ପାଣି ପକାଯାଇ ପାରିବ ।

(ଚ) ନଡ଼ା କଟା ଯନ୍ତ୍ର ଓ କଇଁଚି : ହାତରେ କଟାଯାଇ ପାରୁଥିବା ନଡ଼ା କଟା ଯନ୍ତ୍ର ଅଛି । ଏହା ବଡ଼ ଗୁଆକାତି ଭଳି । କାଠ ପଟାରେ ଲୁହାର ନଡ଼ା କଟା ଯନ୍ତ୍ର ଲାଗିଥାଏ । ଏହା ଉଭୟ ପାଳ ଛତୁ ବିଡ଼ାକୁ ସାଇଜ୍‍ କରି କାଟିବାରେ ତଥା ଧିଙ୍ଗରି ଓ ଦୁଧ ଛତୁ ନଡ଼ାକୁ ଛୋଟ ଛୋଟ କରି କାଟିବାରେ ସାହାଯ୍ୟ କରେ । ଏହାର ଦାମ୍‍ ଟ.୧୦୦ ଭିତରେ ଏବଂ ସ୍ଥାନୀୟ କମାରଶାଳରେ ମଧ୍ୟ ତିଆରି ହୋଇ ପାରିବା ପାଳ ଛତୁ ପଟାଳି ପଡ଼ିସାରିଲା ପରେ ଯେଉଁ ନଡ଼ା ଗୁଡ଼ିକ ବାହାରକୁ ବାହାରି ଆସିଥାଏ ତାହାକୁ କାଟି ସାଇଜ୍‍ କରିଦିଏ । ଏହା ଏକ ସ୍ୱତନ୍ତ୍ର ଧରଣର ଅଟେ । ଏହି ପ୍ରକାର କଇଁଚିର ଲମ୍ବ ପ୍ରାୟ ୧ ଫୁଟ୍‍ ହେବ ଏବଂ ଏହାକୁ ଧରିବା ପାଇଁ କାଠର ବେଣ୍ଟ ଲାଗିଥାଏ । ଏହା ଯେ କୌଣସି କୃଷି ଯନ୍ତ୍ରପାତି ଦୋକାନରେ ୧୦୦ ରୁ ୧୫୦ ଟଙ୍କା ଭିତରେ ମିଳିପାରିବ ।

(ଛ) ପଲିଥିନ୍‍ ଚଦର : ପାଳ ଛତୁ ପଟାଳିକୁ ଘୋଡ଼ାଇବା ପାଇର୍ ପଲିଥିନ୍‍ ଚଦର ଆବଶ୍ୟକ । ଗୋଟିଏ ୨’X୨’ X୨’ ପଟାଳିକୁ ଘୋଡ଼ାଇବା ପାଇଁ ୬ ଫୁଟ୍‍ ଲମ୍ବ ଓ ୬ ଫୁଟ୍‍ ଚଉଡ଼ାର ପଲିଥିନ୍‍ ଚଦର ଆବଶ୍ୟକ । ଏହା ଧଳା ରଙ୍ଗର ହେଲେ ଭଲ । ପଲିଥିନ୍‍ ଚଦର ବଦଳରେ ସିମେଣ୍ଟ ଅଖା କିମ୍ବା ସାର ଅଖାକୁ ସିଲାଇ କରି ମଧ୍ୟ ବ୍ୟବହାର କରିପାରିବେ ।

୨. ନିତ୍ୟ ବ୍ୟବହାର୍ଯ୍ୟ ଉପାଦାନ :

(କ) ନଡ଼ା : ଦେଶୀ ଧାନର ନଡ଼ା ସାଧାରଣତଃ ଛତୁ ଚାଷ ପାଇଁ ଉପଯୁକ୍ତ । ବିଶେଷ କରି ଧଳାମୂଳିଆ, ସରୁ ଓ ବେଙ୍ଗଳା ପଡ଼ିନଥିବା ବା ଟ୍ରାକଫର ମାଡ଼ି ନଥିବା ନଡ଼ା ଦରକାର । ବେଙ୍ଗଳା ପଡ଼ିବା ବା ଟ୍ରାକଫର ମଡ଼ା ନଡ଼ା କାଣ୍ଡର ଟାଣ ଅଂଶ କମିଯାଏ ଏବଂ କାଣ୍ଡ ଗୁଡ଼ିକ ଚିପି ହୋଇଯିବା ଫଳରେ ନଡ଼ା ଗୁଡ଼ିକ ଶୀଘ୍ର ପାଣି ପାଇ ସଢ଼ିଯାଏ । ପୁନଶ୍ଚ କାଣ୍ଡ ଚିପି ହୋଇଯିବା ଫଳରେ ନଡ଼ା ଭିତରେ କବକର ମାଇସେଲିୟମ୍‍ ମାଡ଼ିପାରେ ନାହିଁ । ଏଣୁ ହାତରେ ପିଟା ନଡ଼ା ସବୁଠାରୁ ଭଲ । ନଡ଼ାର ଅଗ କାଟିଦେଲେ ପତ୍ର ଓ ଶିଶ ଆଦି ବାହାରିଯାଏ । ନଡ଼ାର ମୂଳରୁ ୪/୬ ଇଞ୍ଚ ଛାଡି କାଟି ଦିଆଯିବା ଭଲ । କାରଣ ନଡ଼ାର ମୂଳଭାଗରେ ଏକ ପ୍ରକାର କବକ ରହି, ପରେ ଛତୁ ପଟାଳିରେ ମାଡ଼ିଯାଏ । ଅଧିକ ଅମଳ ପାଇବା ପାଇଁ ଉନ୍ନତ କିସମର ନଡ଼ା ବିଶେଷ କରି ସି.ଆର ୧୦୧୪, ୧୨୪୨, ୧୪୧ ଓ ୯୦ଟି ଇତ୍ୟାଦି ନଡ଼ା ବ୍ୟବହାର କରିବା ଭଲ । ପାଳ ଛତୁ ପଟାଳିରେ ଲମ୍ବ ୨ ଫୁଟ ଓସାର ୨ ଫୁଟ ଓ ଉଚ୍ଚତା ୨ ଫୁଟ୍‍ ପାଇଁର୍ ବିଡ଼ାର ମୋଟେଇ ଅନୁସାରେ ୧୦-୧୨ଟି ବିଡ଼ାରୁ ୨୦-୨୫ଟି ବିଡ଼ା ଲାଗିପାରେ । ପ୍ରଥମେ ନଡ଼ାର ଅଗ ଧରି ବିଡ଼ାର ଗ=ି ଖୋଲି ଝାଡ଼ି ଦିଅନ୍ତୁ । ଫଳରେ ପତ୍ରଗୁଡିକ ବାହାରିଯିବ । ପତ୍ର ରହିବା ଦ୍ୱାରା ନଡ଼ାଗୁଡିକ ପାଣି ଧରି ଶୀଘ୍ର ପଚିଯିବ ।

(ଖ) ଛତୁ ମଞ୍ଜି : ଗୋଟିଏ ପଟାଳି ପାଇଁ ଗୋଟିଏ ବୋତଲ ମଞ୍ଜି (୩୫୦-୪୦୦ ଗ୍ରାମ) ଦରକାର । ଉତ୍କୃଷ୍ଟ ଓ ନିର୍ମଳ ମଞ୍ଜି ବ୍ୟବହାର କରିବା ଉଚିତ୍‍ ।

(ଗ) ଅଧିକ ଖାଦ୍ୟ : ଡ଼ାଲିଗୁଣ୍ଡ ବିଶେଷ କରି ବୁଟ ଗୁଣ୍ଡ, ମସୁର, କୋଳଥ, ହରଡ଼, ବିରି ଓ ମୁଗର ଗୁଣ୍ଡ ତଥା ଗହମ ଚୋକଡ଼ ଓ ଧାନକୁଣ୍ଡା ଅଧିକ ଖାଦ୍ୟ ହିସାବରେ ପାଳ ଛତୁ ଚାଷରେ ବ୍ୟବହାର କରାଯାଉଛି । ଚୋପାଛଡ଼ା ବୁଟଗୁଣ୍ଡଠାରୁ ଚୋପାଲଗା ବୁଟଗୁଣ୍ଡ ପ୍ରୟୋଗରେ ଅଧିକ ଅମଳ ମିଳେ ।

ଚାଷ ପ୍ରଣାଳୀ :

ଗୋଟିଏ ପାଳ ଛତୁ ପଟାଳି ପାଇଁ ନିମ୍ନଲିଖିତ ଉପାଦାନ ଗୁଡ଼ିକ ଦରକାାର ।

୧. ନଡ଼ା : ୨୦ ରୁ ୨୫ ବିଡ଼ା କିମ୍ବା ୧୫ କିଲୋ

୨. ଛତୁ ମଞ୍ଜି : ୧ ବୋତଲ (୩୫୦ – ୪୦୦ ଗ୍ରାମ)

୩. ଖାଦ୍ୟ : ୨୫୦ ଗ୍ରାମ୍‍ (ବୁଟ ବା ହରଡ଼ ଗୁଣ୍ଡ)

୪. ଭାଡ଼ି : ୨ ଫୁଟ୍‍ ଡ ୨ ଫୁଟ୍‍ ବା ୨.୫ ଫୁଟ୍‍ ଡ ୨.୫ ଫୁଟ୍‍

୫. ସ୍ଥାନ : ୪ ଫୁଟ୍‍ ଡ ୪ ଫୁଟ୍‍ (୧୬ ବର୍ଗ ଫୁଟ୍‍)

୧. ଜମିରୁ ଆସିଥିବା ନଡ଼ା ବିଡ଼ାଗୁଡିକ ସମାନ ସାଇଜରେ ନ ଥାଏ । ଏହି ବିଡ଼ାଗୁଡିକ ଖୋଲି ପତ୍ର ଝାଡ଼ି ସାରିଲା ପରେ ଏହାକୁ ନଡ଼ାକଟା ଯନ୍ତ୍ର ବା ଦା’ ସାହାଯ୍ୟରେ ଦୁଇଫୁଟ୍‍ ଲମ୍ବରେ କାଟି ଦିଅନ୍ତୁ । ଦୁଇଫୁଟ୍‍ ଲମ୍ବ, ଦୁଇପୁଟ୍‍ ଓସାର ଓ ଦୁଇ ଫୁଟ୍‍ ମୋଟେଇର ପଟାଳି ଅନ୍ୟାନ୍ୟ ମାପ ତୁଳନାରେ ଭଲ । ଆବଶ୍ୟକୀୟ ନଡ଼ାକୁ ୧୨ ରୁ ୧୬ ଘଣ୍ଟା ବିଶୁଦ୍ଧ ପାଣି ଭରା କୁଣ୍ଡରେ ବତୁରାଇ ଦିଅନ୍ତୁ । ଗାଡ଼ିଆ, ପୋଖରୀ ଇତ୍ୟାଦିରେ ଥିବା ଅପରିଷ୍କାର ପାଣିରେ ନଡ଼ା ବତୁରାଇବା ଉଚିତ୍‍ ନୁହେଁ । ନଡ଼ା ବିଶୋଧନ ପାଇଁ ବତୁରାଇବା ବେଳେ ୧୦୦ ଲିଟର ପାଣିରେ ୧୦୦ ମିଲି ଲିଟର ଫରମାଲିନ୍‍ ଓ ୮ ଗ୍ରାମ୍‍ ଟ୍ରଫି ପ୍ରୟୋଗ କରନ୍ତୁ । ଯେଉଁଠାରେ ବିଦୁ୍ୟତ୍‍ ଅଛି ସେଠାରେ ହିଟର ସାହାଯ୍ୟରେ ପାଣି ଗରମ କରି ନଡ଼ା ବିଶୋଧନ କରାଇବା ଦରକାର ।

୨. ଏହାପରେ ନଡ଼ାକୁ ଛାଣି ୫/୬ ଘଣ୍ଟା ଛାଇରେ ବିଡ଼ାଗୁଡିକୁ ଠିଆ କରାଇ ରଖି ଦିଆଯାଏ । ଫଳରେ ବିଡ଼ା ଭିତରେ ବା କାଣ୍ଡ ଭିତରେ ଥିବା ପାଣି ନିଗିଡ଼ି ଯିବ ଏବଂ ଜଳୀୟ ଅଂଶ ୬୫ ପ୍ରତିଶତ ରହିଯିବ ।

୩. ତିନି ସପ୍ତାହରୁ ଏକ ମାସ ମଧ୍ୟରେ ହୋଇଥିବା ଛତୁ ମଞ୍ଜି ବ୍ୟବହାର କରିବା ଉଚିତ୍‍ । ମଞ୍ଜି ବୋତଲକୁ ଭାଙ୍ଗି କାଚ ଖଣ୍ଡ ବାହାର କରିଦିଅନ୍ତୁ । ମଞ୍ଜି ଟେଳା ଉପରେ କାଚ ଖଣ୍ଡ ଲାଗିଥିଲେ ତାହାକୁ ତୁଳା ସାହାଯ୍ୟରେ ଝାଡ଼ି ଦିଅନ୍ତୁ । ପ୍ରଥମେ ମଞ୍ଜି ଟେଳାକୁ ସମାନ ଚାରିଖଣ୍ଡ କରନ୍ତୁ ଏବଂ ପ୍ରତି ଖଣ୍ଡକୁ ସାନ ସାନ ଖଣ୍ଡରେ ପରିଣତ କରନ୍ତୁ । ସାନ ଖଣ୍ଡଗୁଡିକ ବୁଢ଼ା ଆଙ୍ଗୁଳି ମୋଟା ହେବା ଦରକାର । ଛତୁ ମଞ୍ଜି ଚାରିଭାଗ ହେବ ।

୪. ୨୫୦ ଗ୍ରାମ ଡାଲି ଗୁଣ୍ଡ (ବିଶେଷ କରି ଚୋପା ଲଗା ବୁଟ ଗୁଣ୍ଡ) କିମ୍ବା ଖର୍ଚ୍ଚ କମାଇବା ପାଇଁ କୁଣ୍ଡା ବା ଗହମ ଚୋକଡ଼ ବ୍ୟବହାର କରନ୍ତୁ । ଏହାକୁ ମଧ୍ୟ ସମାନ ଚାରିଭାଗ କରନ୍ତୁ ।

୫. ସମସ୍ତ ଉପାଦାନ ନଡ଼ା, ମଞ୍ଜି ଓ ଅଧିକ ଖାଦ୍ୟ ରଖିବା ପରେ ଆଗରୁ ପ୍ରସ୍ତୁତ ହୋଇଥିବା ଭାଡ଼ିରେ ନଡ଼ା ବିଛାଇ ପଟାଳି କରିବା ଦରକାର । ପ୍ରଥମେ ୬ ଇଞ୍ଚରୁ ୯ ଇଞ୍ଚ ବହଳର ତଥା ୨ ଫୁଟ୍‍ ଲମ୍ବ ଓ ୨ ଫୁଟ୍‍ ଓସାରର ନଡ଼ା ବିଛାଇ ପ୍ରଥମ ସ୍ତର ପ୍ରସ୍ତୁତି କରନ୍ତୁ ଯେପରିକି ନଡ଼ାର ମୂଳ ବାହାରକୁ ଓ ଅଗ୍ରଭାଗ ଭିତରକୁ ରହିବ । ପ୍ରଥମ ସ୍ତର ପୂର୍ବ-ପଶ୍ଚିମ କିମ୍ବା ଉତ୍ତର-ଦକ୍ଷିଣ ହୋଇ ରହିବ । ନଡ଼ାକୁ ହାତ ମାରି ସମାନ କରିଦେବା ଦରକାର । ଏହାପରେ ୪ଭାଗ କରାଯାଇଥିବା ମଞ୍ଜିରୁ ୧ ଭାଗ ଆଣି ପଟାଳିର ବାହାର କଡ଼ରୁ ୩/୪ ଇଞ୍ଚ ଛାଡ଼ି ୩/୪ ଇଞ୍ଚ ବ୍ୟବଧାନରେ ରଖନ୍ତୁ । ଏହାପରେ ୧ ଭାଗ ଡ଼ାଲିଗୁଣ୍ଡ କିମ୍ବା ଗହମ ଚୋକଡ଼ କିମ୍ବା କୁଣ୍ଡା (ଯାହା ବ୍ୟବହାର ପାଇଁ ନେଇଥିବେ) ଛତୁ ମଞ୍ଜି ଉପରେ ଏବଂ ପାଖ ନଡ଼ାରେ ବୁଣି ଦିଅନ୍ତୁ ।

୬. ପ୍ରଥମ ସ୍ତର ଉପରେ ଦ୍ୱିତୀୟ ସ୍ତର ୬ ରୁ ୯ ଇଞ୍ଚ ବହଳରେ ବିଛାନ୍ତୁ । ପ୍ରଥମ ସ୍ତର ଯଦି ପୂର୍ବ-ପଶ୍ଚିମ ହୋଇ ପଡ଼ିଥିବ ତେବେ ଦ୍ୱିତୀୟ ସ୍ତର ଉତ୍ତର – ଦକ୍ଷିଣ ହୋଇ ପଡ଼ିବ । ପ୍ରଥମ ସ୍ତର ଭଳି ଚାରି କଡ଼ରେ ୩ ରୁ ୪ ଇଞ୍ଚ ବ୍ୟବଧାନରେ ଆଉ ଏକ ଭାଗ ଛତୁ ମଞ୍ଜି ଆଣି ରଖନ୍ତୁ ଓ ତା’ ଉପରେ ଏକ ଭାଗ ଡ଼ାଲିଗୁଣ୍ଡ ବୁଣନ୍ତୁ ।

୭. ତୃତୀୟ ସ୍ତରରେ ୬ ରୁ ୯ ଇଞ୍ଚ ବହଳରେ ନଡ଼ା ଦ୍ୱିତୀୟ ସ୍ତର ଉପରେ ବିପରୀତ ଦିଗରେ ବିଛାନ୍ତୁ ଯେପରିକି ତୃତୀୟ ସ୍ତରର ନଡ଼ାଗୁଡିକ ପ୍ରଥମ ସ୍ତର ପରି ରହିବ । ଏହି ସ୍ତର ଉପରେ ଅବଶିଷ୍ଟ ଦୁଇଭାଗ ଛତୁ ମଞ୍ଜି କଡ଼ରେ ଏବଂ ମଝିରେ ପକାଇ ତା’ ଉପରେ ଦୁଇ ଭାଗ ଡ଼ାଲିଗୁଣ୍ଡ ପ୍ରୟୋଗ କରନ୍ତୁ ।

ବର୍ତ୍ତମାନ ପ୍ରଶ୍ନ ହେଉଛି ଯେ ଆମେ ପ୍ରଥମ ଓ ଦ୍ୱିତୀୟ ସ୍ତର ଉପରେ କେବଳ କଡ଼ରେ କାହିଁକି ମଞ୍ଜି ପ୍ରୟୋଗ କରିବା ଏବଂ ତୃତୀୟ ସ୍ତରରେ ମଞ୍ଜି କଡ଼ ଓ ମଝି ଅଂଶରେ କାହିଁକି ପ୍ରୟୋଗ କରିବା । ଏହାର କାରଣ ହେଉଛି, ଆମେ ଯଦି ପ୍ରଥମ ଓ ଦ୍ୱିତୀୟ ସ୍ତରରେ ମଝିରେ ଛତୁ ମଞ୍ଜି ପ୍ରୟୋଗ କରିବା ତେବେ ତାହା ବହଳ ନଡ଼ା ଭେଦ କରି ଛତୁ ଫୁଟି ପାରିବ ନାହିଁ । ମାତ୍ର ତୃତୀୟ ସ୍ତରରେ ମଝିରେ ଦେଲେ ତାହା ଚତୁର୍ଥ ସ୍ତର ପତଳା ବହଳର ହୋଇଥିବାରୁ ଭେଦ କରି ଉପରେ ଛତୁ ଫୁଟିପାରିବ ।

୮. ଶେଷରେ ଚତୁର୍ଥ ସ୍ତର ବା ଢ଼ାଙ୍କୁଣି ସ୍ତର ନଡ଼ା ଦୁଇ ଇଞ୍ଚ ବହଳର ବିଛାନ୍ତୁ । ଏହି ସ୍ତରର ନଡ଼ା ଦ୍ୱିତୀୟ ସ୍ତର ନଡ଼ା ପଡ଼ିଥିବା ଦିଗରେ ରହିବ । ଏହାପରେ ଉପର ନଡ଼ାକୁ ସାମାନ୍ୟ ଚାପି ଦିଅନ୍ତୁ ଯେପରିକି ଛତୁ ମଞ୍ଜି ପ୍ରତି ସ୍ତର ନଡ଼ା ସଂସ୍ପର୍ଶରେ ଆସିବ । ଫଳରେ ମାଇସେଲିୟମ ଭଲ ଭାବରେ ବଢ଼ିପାରିବ । ଏହାପରେ ଯେଉଁ ନଡ଼ା ବା ପତ୍ର ଖଣ୍ଡ ବାହାରକୁ ଓହଳି ପଡ଼ିଥିବ ସେଗୁଡିକୁ କଇଞ୍ଚି ସାହାଯ୍ୟରେ କାଟି ପରିଷ୍କାର କରିଦିଅନ୍ତୁ ।

୯. ପଟାଳି ପଡ଼ି ସାରିବା ପରେ ଧଳା ରଙ୍ଗର ପଲିଥିନ୍‍ ଚଦର କିମ୍ବା ସିଲାଇ ହୋଇଥିବା ସିମେଣ୍ଟ ଅଖା ବା ସାର ଅଖା ଚଦରରେ ପଟାଳିକୁ ଘୋଡ଼ାଇ ଦିଅନ୍ତୁ । ଜୁନ୍‍ ଠାରୁ ଅକେଫାବର ମାସ ପର୍ଯ୍ୟନ୍ତ ଜଳବାୟୁ ଅତ୍ୟନ୍ତ ଗରମ ନଥାଏ । ଏଣୁ ପଲିଥିନ୍‍ ଛତୁ କଢ଼ ହେବା ପର୍ଯ୍ୟନ୍ତ ଜାକି କରି ଘୋଡ଼ା ଯାଇ ଅମଳ ପର୍ଯ୍ୟନ୍ତ ହାଲୁକା ଭାବରେ ଘୋଡ଼ା ଯାଇପାରେ । ପଟାଳି ପଡ଼ିବା ପରଠାରୁ ମଝିରେ ମଝିରେ ପଲିଥିନ୍‍ କାଢ଼ି ପଟାଳିରେ ଯଦି କେଉଁ ସ୍ଥାନରେ ନଡ଼ା ଶୁଖି ଯାଇଥାଏ ସେ ଅଂଶରେ ପାଣି ଛିଞ୍ଚିବା ଦରକାର ।

ଏପି୍ରଲ୍‍, ମେ ମାସରେ ଜଳବାୟୁ ଅତ୍ୟଧିକ ଗରମ ଥିବାରୁ ପଟାଳିକୁ ପଲିଥିନ୍‍ ଦିନ ୯ ଘଣ୍ଟାରୁ କାଢ଼ିଦେବେ ଏବଂ ସନ୍ଧ୍ୟା ୪ ଘଣ୍ଟାରେ ଘୋଡ଼ାଇ ଦେବେ ଏବଂ ମଝିରେ ମଝିରେ ୨/୩ ଥର ପାଣି ଛିଞ୍ଚିବେ ।

ଏହାଛଡ଼ା ମାର୍ଚ୍ଚରୁ ଜୁନ୍‍ ପର୍ଯ୍ୟନ୍ତ ଆବଶ୍ୟକୀୟ ଉତ୍ତାପ ଓ ଆର୍ଦ୍ରତା ରକ୍ଷା କରିବା ପାଇଁ ଛତୁ ଘରେ ବିଭିନ୍ନ ସମୟରେ ପାଣି ପକାଇବା ସହିତ ଓଦା ଅଖା ଛତୁ ଘରର ଚାରି ପାଶ୍ୱର୍ରେ ଟାଙ୍ଗିବା ଉଚିତ୍‍ ଏବଂ ଛତୁ ଘର ତଳ ବାଲି ପକାଇ ଓଦା କରିବା ଦରକାର ।

୧୦. ପଟାଳି ପଡ଼ିବାର ୯/୧୦ ଦିନ ପରେ ଛତୁର ମାଇସେଲିୟମ (ିଁkତ୍ସ Rତ୍ସଜଚ୍ଛkò @ତ୍ସଶeY) ନଡ଼ାରେ ବଢ଼ିବା ଦେଖି ପଲିଥିନ୍‍ ଚଦରକୁ ବାହାର କରି ଦିଅନ୍ତୁ । ବାହାର କରିବାର ଦିନକ ପରେ ପଟାଳିର ଆର୍ଦ୍ରତା ଦେଖି ଦିନକୁ ୨/୩ ଥର ପାଣି ଛିଞ୍ଚନ୍ତୁ ।

୧୧. ଅମଳ : ପଟାଳି ପକାଇବାର ୧୫ ଦିନ ପରେ ଛତୁ କଢ ବାହାରେ । ସାଧାରଣତଃ ଛତୁ କଢ ବା ଅଣ୍ଡା ଅବସ୍ଥାରେ ତୋଳା ହୋଇ ବିକ୍ରୟ କରାଯିବା ଉଚିତ୍‍ । କଢ ଅବସ୍ଥାରେ ବଜାରରେ ଛତୁର ଚାହିଦା ଅଧିକ ଏବଂ ଖାଇବାକୁ ସୁସ୍ୱାଦୁ ମଧ୍ୟ ।

ପ୍ରଥମ ପର୍ଯ୍ୟାୟରେ ଗୋଟିଏ ପଟାଳିରୁ ୧୪/୧୫ ଦିନ ପରେ ସମୁଦାୟ ଅମଳର ୯୦ ରୁ ୯୫ ପ୍ରତିଶତ ଉତ୍ପାଦନ ପାଇବେ । ଏହାର ୯/୧୦ ଦିନ ବ୍ୟବଧାନରେ ପୁଣିଥରେ ଦ୍ୱିତୀୟ ପର୍ଯ୍ୟାୟରେ ଅବଶିଷ୍ଟ ୫ ରୁ ୧୦ ପ୍ରତିଶତ ଅମଳ ମିଳିବ ।

ଧିଙ୍ଗରି ଛତୁ

ଧିଙ୍ଗରି ଛତୁର ଉତ୍ପାଦନ କୌଶଳ ଅପେକ୍ଷାକୃତ ସହଜ, ସରଳ ଏବଂ ବିଶେଷ ଯନ୍ତ୍ରପାତିର ଆବଶ୍ୟକ ନଥିବାରୁ ଏହା ସବୁଠାରେ ଆଦୃତ । ଅନ୍ୟ ଛତୁ ତୁଳନାରେ ଏହାର ଉତ୍ପାଦନ ହାର ସବୁଠାରୁ ଅଧିକ । ଏକ କିଲୋ ନଡ଼ାରୁ ପ୍ରାୟ ୧.୫ କିଲୋରୁ ୨ କିଲୋ ଧିଙ୍ଗରି ଛତୁ ମିଳିଥାଏ । କେନ୍ଦୁଝର ଜିଲ୍ଲାର ଜଳବାୟୁ ଏହି ଛତୁ ଚାଷ ପାଇଁ ଉପଯୁକ୍ତ । ଏ ଅଞ୍ଚଳର କେତେକ ଚାଷୀ ପ୍ରତି ବ୍ୟାଗରୁ ୩ ରୁ ୩.୫ କିଲୋ ପର୍ଯ୍ୟନ୍ତ ଅମଳ ପାଇଛନ୍ତି । ଏହି ଛତୁ ଚାଷ ପାଇଁ କମ୍‍ ସ୍ଥାନ ଓ କମ୍‍ ଖର୍ଚ୍ଚ ଆବଶ୍ୟକ ହେଉଥିବାରୁ ଘରେ ଘରେ ସ୍ତ୍ରୀଲୋକ ତଥା ପିଲାମାନେ ମଧ୍ୟ ଛତୁ ଚାଷ କରି ଘରର ଚାହିଦା ମେଣ୍ଟାଇ ପାରିବେ । ଏହାର ଆକାର ସମୁଦ୍ରର ସାମୁକା ଭଳି ହୋଇଥିବାରୁ ଏହାକୁ “ଶାମୁକା ଛତୁ’ ବା “ଅୟଷ୍ଟାର ମସ୍‍ରୁମ୍‍’ ମଧ୍ୟ କୁହାଯାଏ । ଏହାର ବିଭିନ୍ନ ଜାତି ଅଛି । ମାତ୍ର ରାଜ୍ୟର ୩ ରୁ ୪ ଜାତିର ଧିଙ୍ଗରି ଛତୁ ଚାଷ କରାଯାଉଛି ।

ଛତୁ ଚାଷ ପାଇଁ ଆବଶ୍ୟକୀୟ ଉପାଦାନ :

(କ) ଘର : ଯେଉଁ ଘରେ ପାଳ ଛତୁ ହୋଇଥାଏ ସେହି ଘରେ ଧିଙ୍ଗରି ଛତୁ ଚାଷ କରାଯାଇପାରିବ । ମାତ୍ର ଧିଙ୍ଗରି ଛତୁ ଚାଷ ହେବା ସମୟରେ ଘରଟିକୁ ଢ଼ଳେଇ ବା ନଡ଼ାର ମସିଣା ବା ତାଟ ସାହାଯ୍ୟରେ ଘୋଡ଼ାଇ ଦେବା ଉଚିତ୍‍ । ଆଦର୍ଶ ଫାର୍ମ କରିବାକୁ ଚାହିଁଲେ ଦୁଇ ପ୍ରକାର ଘର କରିବାକୁ ପଡ଼ିବ । ପ୍ରଥମଟି ନିବୁଜ ଘର ଯେଉଁଥିରେ ପ୍ରଥମ ୧୫ ଦିନ ଛତୁ ବ୍ୟାଗ ଗୁଡିକ ରଖାଯିବ ଓ ବ୍ୟାଗ୍‍ ଭିତରେ ଛତୁର ମାଇସେଲିୟମ୍‍ ମାଡ଼ିବ । ଦ୍ୱିତୀୟ ଘରଟି ଅପେକ୍ଷାକୃତ ଖୋଲା ହୋଇଥିବ ଯେଉଁଥିରେ ଆବଶ୍ୟକୀୟ ଆଲୋକ ଓ ପବନ ଯାତାୟତ କରିପାରିବ ।

(ଖ) ଅନ୍ୟାନ୍ୟ ଉପାଦାନ : ଅନ୍ୟାନ୍ୟ ଉପାଦାନ ମଧ୍ୟରେ ପାଣିକୁଣ୍ଡ, ସ୍ପ୍ରେୟର, ନଡ଼ାକଟା ଯନ୍ତ୍ର, ଥର୍ମୋମିଟର, ହାଇଗ୍ରୋମିଟର୍‍ ଇତ୍ୟାଦି ଯେଉଁଗୁଡିକ ପାଳ ଛତୁରେ ମଧ୍ୟ ଦରକାର ।

ଦୈନନ୍ଦିନ ଆବଶ୍ୟକ ଉପାଦାନ (ଗୋଟିଏ ବ୍ୟାଗ୍‍ ପାଇଁ)

(କ) ନଡ଼ା : ଦେଶୀ ଧାନର ନଡ଼ା ଛତୁ ଚାଷ ପାଇଁ ଭଲ । ପତ୍ର ସଂଖ୍ୟା କମ୍‍ ଥାଇ କାଣ୍ଡ ବ୍ୟବହାର କରିବା ଦରକାର । ଗୋଟିଏ ବ୍ୟାଗ୍‍ ପାଇଁ ପଲିଥିନ୍‍ ବ୍ୟାଗ୍‍ର ଆକାର ଅନୁସାରେ ଏକରୁ ଦେଢ଼ କିଲୋଗ୍ରାମ ନଡ଼ା ଦରକାର ।

(ଖ) ମଞ୍ଜି : ଗୋଟିଏ ବ୍ୟାଗ୍‍ ପାଇଁ ଅଧ ବୋତଲ ବା ୨୦୦ ଗ୍ରାମ୍‍ ଛତୁ ମଞ୍ଜି ଦରକାର । ତେଣୁ ଗୋଟିଏ ଛତୁ ମଞ୍ଜି ବୋତଲରୁ ଦୁଇଟି ବ୍ୟାଗ୍‍ ଛତୁ କରିହେବ । ଛତୁ ମଞ୍ଜି ତିନିରୁ ଚାରି ସପ୍ତାହରେ ହୋଇଥିବା ଉଚିତ୍‍ ଏବଂ ସେଥିରେ ଯେପରି ଅନ୍ୟ ଫିମ୍ପି ଲାଗି ନଥିବ ।

(ଗ) ଅଧିକ ଖାଦ୍ୟ : ନଡ଼ାରେ ସିଝା ଗହମ ଦେଲେ ମାଇସେଲିୟମ୍‍ ଭଲ ବଢ଼େ ଓ ଅଧିକ ଛତୁ ଅମଳ ହୁଏ । ତେଣୁ ଗୋଟିଏ ବ୍ୟାଗ୍‍ ପାଇଁ ୨୫୦ ଗ୍ରାମ ସିଝା ଗହମ ମଞ୍ଜି ସହିତ ପ୍ରୟୋଗ କରିବା ଦରକାର । ଗହମ ବଦଳରେ ଯେ କୌଣସି ଡ଼ାଲିଗୁଣ୍ଡ ବା କୁଣ୍ଡା ମଧ୍ୟ ଖାଦ୍ୟ ହିସାବରେ ବ୍ୟବହାର କରାଯାଇ ପାରେ ।

(ଘ) ପଲିଥିନ୍‍ ବ୍ୟାଗ୍‍ : ନଡ଼ା, ମଞ୍ଜି ଓ ସିଝା ଗହମକୁ ଧରି ରଖିବା ପାଇଁ ଗୋଟିଏ ପଲିଥିନ୍‍ ବ୍ୟାଗ ଦରକାର । ଏହି ବ୍ୟାଗ୍‍ଟି ଦୁଇ ମୁହଁ ଖୋଲା ଏବଂ ୩୨ ଇଞ୍ଚ ଲମ୍ବ ଓ ୧୬ ଇଞ୍ଚ ଓସାର ହେବା ଦରକାର । ଏଥିରୁ ଅଳ୍ପ କମ୍‍ ବେଶୀ ହେଲେ ମଧ୍ୟ ଚଳିବ ।

ଧିଙ୍ଗରି ଛତୁ ଚାଷ ପ୍ରଣାଳୀ :

ଧିଙ୍ଗରି ଛତୁ ବ୍ୟାଗ୍‍ କରିବା ପୂର୍ବରୁ ସେଥିପାଇଁ ଦରକାର ହେଉଥିବା ଉପାଦାନ ଯଥା – ନଡ଼ା, ଛତୁ ମଞ୍ଜି, ସିଝା ଗହମ ଓ ପଳିଥିନ୍‍ ବ୍ୟାଗ୍‍ ଯଥା ସ୍ଥାନରେ ରଖିବା ଦରକାର ।

(କ) ନଡ଼ା : ନଡ଼ା ବିଡ଼ାକୁ ଖୋଲି ତାର ରୋଗଣା ପତ୍ର ବାହାର କରି ନଡ଼ାକଟା ଯନ୍ତ୍ର ବା ଦା ସାହାଯ୍ୟରେ ୨/୩ ଇଞ୍ଚ ଲମ୍ବର କାଟନ୍ତୁ । ଏହାପରେ କଟା ନଡ଼ାକୁ ୧୨ ରୁ ୧୬ ଘଣ୍ଟା ପର୍ଯ୍ୟନ୍ତ ପାଣିକୁଣ୍ଡ ବା ହାଣ୍ଡିରେ ବତୁରାଇ ଦିଅନ୍ତୁ । ନଡ଼ା ବତୁରି ସାରିବା ପରେ ସେଥିରୁ ପାଣି ନିଗାଡ଼ି ଦେଇ ଏହାକୁ ଧାନ ସିଝାଇଲା ପରି ଗୋଟିଏ ହାଣ୍ଡିରେ ପୁରାଇ ଅଳ୍ପ ପାଣି ଦେଇ ଏକ ଘଣ୍ଟା ପର୍ଯ୍ୟନ୍ତ ଗରମ କରନ୍ତୁ । ଏହା ଦ୍ୱାରା ନଡ଼ା ବିଶୋଧନ କରାଯାଇ ପାରିବ । ଏହାପରେ ନଡ଼ାକୁ ନେଇ ଛାଇରେ ୪/୫ ଘଣ୍ଟା ଶୁଖାନ୍ତୁ । ଯେତେବେଳେ ଦେଖିବେ ଯେ ନଡ଼ାରୁ ହାତରେ ଚିପିଲେ ପାଣି ବାହାରିବ ନାହିଁ ମାତ୍ର ହାତ ପାପୁଲି ଓଦା ହେଉଛି, ନଡ଼ାର ବତର ଠିକ୍‍ ଅଛି ବୋଲି ଜାଣିବେ ।

(ଖ) ସିଝା ଗହମ : ଗୋଟିଏ ବ୍ୟାଗ୍‍ ପାଇଁ ୨୫୦ ଗ୍ରାମ ଭଲ ଗହମ ନେଇ ଭଲ ଭାବରେ ଧୋଇ ଦେଇ ସିଝାନ୍ତୁ ଯେପରିକି ସିଝା ଗହମକୁ ହାତରେ ଚିପିଲେ ପୁରା ନରମ ହୋଇଯିବ ମାତ୍ର ଗହମ ଫାଟି ଭାତ ପରି ନହେବ । ଏହାକୁ ଆଣି ଛାଇରେ ଶୁଖାଇ ଦିଅନ୍ତୁ ।

(ଗ) ଛତୁ ମଞ୍ଜି : ଗୋଟିଏ ବୋତଲ ଛତୁମଞ୍ଜି ଆଣି ତାର ଠିପି ଖୋଲି ଏକ ବିଶୋଧିତ ଲୁହା ଛଡ଼ ବା କାଠି ସାହାଯ୍ୟରେ ଅଧ ବୋତଲ ଛତୁ ମଞ୍ଜି ବାହାର କରି ପଲିଥିନ୍‍ ବା କାଗଜ ଉପରେ ରଖନ୍ତୁ । ଏହି ଅଧ ବୋତଲ ମଞ୍ଜିକୁ ସମାନ ତିନି ଭାଗ କରନ୍ତୁ । ସେହିପରି ପୂର୍ବରୁ ସିଝା ଗହମକୁ ମଧ୍ୟ ସମାନ ୩ ଭାଗ କରନ୍ତୁ । ବର୍ତ୍ତମାନ ଉପକରଣ ଗୁଡିକ ଠିକ୍‍ ଭାବରେ ରଖି ବ୍ୟାଗ୍‍ରେ ପକାଇବେ ।

ସ୍ତର ସ୍ତର ମଞ୍ଜି ପ୍ରୟୋଗ :

୧. ପ୍ରଥମେ ଦୁଇପଟ ଖୋଲା ଥିବା ପଲିଥିନ୍‍ ବ୍ୟାଗ୍‍ର ଗୋଟିଏ ମୁଣ୍ଡ ସୁତୁଲି ବା ରବର ବ୍ୟାଣ୍ଡ ସାହାଯ୍ୟରେ ବାନ୍ଧି ଥଳି ପରି କରନ୍ତୁ । ଏହି ଥଳିରେ ୫/୬ ଇଞ୍ଚ ବହଳରେ ପ୍ରସ୍ତୁତ ଥିବା ନଡ଼ା ଭରନ୍ତୁ ଏବଂ ପରେ ତାହାକୁ ହାତରେ ଚାପି ଦିଅନ୍ତୁ । ତାପରେ ଆଗରୁ ୩ ଭାଗ ହୋଇଥିବା ଛତୁ ମଞ୍ଜିରୁ ୧ ଭାଗ ନେଇ ପ୍ରଥମ ସ୍ତର ନଡ଼ା ଉପରେ ବୁଣନ୍ତୁ । ଏହା ଉପରେ ୧ ଭାଗ ସିଝା ଗହମ ବୁଣନ୍ତୁ ।

୨. ପ୍ରଥମ ସ୍ତର ଉପରେ ଦ୍ୱିତୀୟ ସ୍ତର ନଡ଼ା ବ୍ୟାଗ୍‍ରେ ୬ ଇଞ୍ଚ ବହଳର ପୁରାଇ ହାତରେ ଚାପି ଦିଅନ୍ତୁ । ଦ୍ୱିତୀୟ ସ୍ତର ଉପରେ ପ୍ରଥମ ସ୍ତର ପରି ଏକ ଭାଗ ଛତୁ ବୁଣି ତା ଉପରେ ଏକ ଭାଗ ସିଝା ଗହମ ବୁଣନ୍ତୁ ।

୩. ଦ୍ୱିତୀୟ ସ୍ତର ଉପରେ ତୃତୀୟ ସ୍ତର ନଡ଼ା ୬ ଇଞ୍ଚ ବହଳର ପକାନ୍ତୁ ଏବଂ ତା ଉପରେ ଶେଷ ଭାଗ ଛତୁ ମଞ୍ଜି ଓ ସିଝା ଗହମ ବୁଣନ୍ତୁ ।

୪. ତୃତୀୟ ସ୍ତର ଉପରେ ପତଳା ବହଳରେ ନଡା ବିଛାଇ ହାତରେ ଚାପି ଦିଅନ୍ତୁ ଏବଂ ଶେଷରେ ପଲିଥିନ୍‍ ବ୍ୟାଗ୍‍ ଉପରେ ମୁହଁକୁ ସୁତୁଲି ଦ୍ୱାରା ବାନ୍ଧି ଦିଅନ୍ତୁ । ପରେ ପରେ ବ୍ୟାଗ୍‍ରେ ଉପର, ତଳ ଓ ମଝି ଚାରିଆଡ଼େ ୧୫ ରୁ ୨୦ଟି କଣା କରି ଦିଅନ୍ତୁ । ଫଳରେ ନଡ଼ାରେ ଥିବା ଅଧିକ ପାଣି ବାହାରି ଆସିବା ସହିତ ବ୍ୟାଗ୍‍ ଭିତରକୁ ବାୟୁ ଚଳାଚଳ କରିପାରିବ । କଣା କଳାବେଳେ ମଞ୍ଜି ପଡ଼ିଥିବା ସ୍ଥାନରେ କଣା ନକରି ନଡ଼ା ସ୍ଥାନରେ କଣା କରିବା ଦରକାର ।

ମିଶି୍ରତ ମଞ୍ଜି ପ୍ରୟୋଗ ପ୍ରଣାଳୀ :

ଏହି ପ୍ରଣାଳୀରେ ବ୍ୟାଗ୍‍ରେ ନଡ଼ା ଭରିବା ପୂର୍ବରୁ ନଡ଼ାରେ ଛତୁ ମଞ୍ଜି ଓ ସିଝା ଗହମ ପକାଇ ଭଲ ଭାବରେ ମିଶାଇ ଦିଅନ୍ତୁ ଓ ପରେ ମଞ୍ଜି ଓ ଗହମ ମିଶା ନଡ଼ାକୁ ବ୍ୟାଗରେ ଭରି ମୁହଁ ବାନ୍ଧି ରଖନ୍ତୁ ।

ପରବର୍ତ୍ତୀ ଯନି :

ବ୍ୟାଗର ଉପର ମୁହଁ ବାନ୍ଧି କଣା କଲାପରେ ସେଗୁଡିକୁ ନିବୁଜ ଘରେ ଥଣ୍ଡା ପରିବେଶରେ ରଖନ୍ତୁ । ୧୫ ଦିନ ଭିତରେ ମାଇସେିଲିୟମ୍‍ ଧିରେ ଧିରେ ମାଡ଼ି ଧଳା ପିଣ୍ଡୁଳାରେ ପରିଣତ ହୋଇଯିବ । ଏହାପରେ ପଲିଥିନ୍‍ର ଦୁଇ ମୁହଁ ଖୋଲି ଧିରେ ଧିରେ ପିଣ୍ଡୁଳକୁ ବାହାର କରି ନାଇଲନ୍‍ ଦଉଡ଼ିରେ ସିକା ଭଳି କରି ଅଳ୍ପ ଆଲୋକ ଓ ବାୟୁ ଚଳାଚଳ କରୁଥିବା ଘରେ ଝୁଲାଇ ଦିଅନ୍ତୁ । ପଳିଥିନ୍‍ ଖୋଲିବାର ଦିନକ ପରଠାରୁ ପ୍ରତିଦିନ ନଡ଼ାର ବତର ଦେଖି ଦିନକୁ ୨/୩ ଥର ପାଣି ଛିଞ୍ଚନ୍ତୁ । ୨୦-୨୨ ଦିନରେ ଛତୁର କଢ଼ ବାହାରିବ । ଥରେ ବ୍ୟବହାର ହୋଇଥିବା ପଲିଥିନ୍‍କୁ ପିଣ୍ଡୁଳା ବାହାରି ସାରିବା ପରେ ଭଲ ଭାବରେ ଧୋଇ ଡେଟଲ୍‍ ପାଣିରେ ବୁଡ଼ାଇ ଖରାରେ ଶୁଖାଇ ଦେବେ । ଏହି ବ୍ୟାଗ୍‍କୁ ପରେ ପୁଣି ଧିଙ୍ଗରି ଛତୁ କରିବାରେ ବ୍ୟବହାର କରିପାରିବେ ।

ଅମଳ :

କଢ଼ ବାହାରିବାର ୩/୪ ଦିନ ପରେ ଛତୁ ତୋଳିବେ । ଗୋଟିଏ ବ୍ୟାଗ୍‍ରୁ ଦୁଇ ଦିନ ଭିତରେ ସମସ୍ତ ଅମଳ ହୋଇଯିବ । ଅମଳ କଲାବେଳେ ଛତୁକୁ ବାମ ଓ ଡାହାଣକୁ ମୋଡ଼ି ଉପର ତଳ କରି ଭିଡ଼ି ଆଣିବେ ।

ଛତୁ ତୋଲି ସାରିବା ପରେ ପିଣ୍ଡୁଳାର ଉପର ସ୍ତରକୁ ଛୁରୀ ସାହାଯ୍ୟରେ କୋରି ନଡ଼ାର ଏକ ଆବରଣ ସମୁଦାୟ ପିଣ୍ଡୁଳାରୁ ବାହାର କରିଦେବେ । ତା ପରେ ପ୍ରତିଦିନ ଦିନକୁ ୩/୪ ଥର ପାଣି ସ୍ପ୍ରେ କରିବେ । ଏହି ଭଳି ପ୍ରତି ୭ ରୁ ୧୦ ଦିନ ବ୍ୟବଧାନରେ ଛତୁ ବାହାରିବ । ଗୋଟିଏ ବ୍ୟାଗ୍‍ରେ ୩ ରୁ ୪ ଥର ଛତୁ ତୋଳି ସାରିଲା ପରେ ପିଣ୍ଡୁଳାକୁ ଖତ ଗୋଖାଦ୍ୟ ହିସାବରେ ବ୍ୟବହାର କରାଯାଇପାରିବ ।

ଗୋଟିଏ ପିଣ୍ଡୁଳାରୁ ଏକ କିଲୋରୁ ଦୁଇ କିଲୋ ପର୍ଯ୍ୟନ୍ତ ଛତୁ ମିଳିଥାଏ । ଏପରିକି ଦେଖାଯାଇଛି ଯେ କେତେକ ଚାଷୀ ଗୋଟିଏ ପିଣ୍ଡୁଳାରୁ ୩ ରୁ ୩.୫ କିଲୋ ପର୍ଯ୍ୟନ୍ତ ଛତୁ ଅମଳ କରିଛନ୍ତି ।

Leave A Reply