Odisha news

ଗ୍ରୀଷ୍ମ ଋତୁରେ କୋଲେଷ୍ଟ୍ରାଲକୁ ନୀୟନ୍ତ୍ରିତ କରିଥାଏ ଏସିସବୁ ପାନୀୟ

0
ଏପରି କିଛି ଡ୍ରିଙ୍କ ରହିଛି ଯାହା ଗ୍ରୀଷ୍ମ ଋତୁରେ ଶରୀରକୁ ସତେଜ ରଖିବା ସହିତ କୋଲେଷ୍ଟ୍ରାଲ କୁ ମଧ୍ୟ ନିୟନ୍ତ୍ରିତ କରିଥାଏ । ଯାହା କି ଗୁଡ କୋଲେଷ୍ଟ୍ରାଲ କୁ ବଢାଇ ଥାଏ ଓ ବ୍ୟାଡ୍ କୋଲେଷ୍ଟ୍ରାଲ କୁ ନିୟନ୍ତ୍ରିତ କରାଇ ଥାଏ । କୋଲେଷ୍ଟ୍ରାଲ ବଢିବା ଦ୍ଵାରା ଶରୀର ରେ ବିଭିନ୍ନ ପ୍ରକାର ଅସୁବିଧା ଦେଖା ଦେଇଥାଏ। ଯେପରିକି ଏହା ବିଶେଷ ଭାବରେ ହାର୍ଟ ଉପରେ ଅଧିକ ପ୍ରଭାବ ପକାଇ ଥାଏ। ଆଜିକାଲି ର ଦୈନନ୍ଦିନ ଜୀବନର କାର୍ଯ୍ୟ ପ୍ରଣାଳୀ ଓ ଖାଦ୍ୟ ପେୟ ଆମ ଶରୀର ରେ କୋଲେଷ୍ଟ୍ରାଲ ସ୍ତର କୁ ବୃଦ୍ଧି କରିଥାଏ।
ଏହିସବୁ ପାନୀୟ କୋଲେଷ୍ଟ୍ରାଲ ସ୍ତର କୁ ନିୟନ୍ତ୍ରିତ କରିଥାଏ :-
୧) ସୋୟା ମିଲ୍କ –
ସୋୟା ମିଲ୍କ ରେ ସଚୁରେଟେଡ ଫ୍ୟାଟ୍ ସ୍ତର କମ ରହିଥାଏ । ଏହା ସାଧାରଣ ଦୁଗ୍ଧ ଠାରୁ କୋଲେଷ୍ଟ୍ରାଲ କୁ ନିୟନ୍ତ୍ରିତ କରିବାରେ ସାହାଯ୍ୟ କରିଥାଏ।
୨) ଓଟ୍ସ ମିଲ୍କ:-
ଓଟ୍ସ ମିଲ୍କ କୋଲେଷ୍ଟ୍ରଲ ସ୍ତର କୁ ନିୟନ୍ତ୍ରିତ କରିବାରେ ସଫଳ ହୋଇଥାଏ । ଏଥିରେ ବିଟା ଗ୍ଲୁକୋଜ ନାମକ ତତ୍ତ୍ଵ ରହିଥାଏ।ଯାହା ବଏଲ୍ ସଲ୍ଟ ସହିତ ମିଶି ଗୋଟିଏ ଜେଲ୍ ଭାବରେ ଅନ୍ତ୍ କୋଷରେ କୋଳେଷ୍ଟ୍ରାଲ କୁ ନିୟନ୍ତ୍ରିତ କରିବାରେ ସକ୍ଷମ ହୋଇଥାଏ ।
୩) ଗ୍ରୀନ ଟି:-
ଗ୍ରୀନ ଟି ରେ ଆଣ୍ଟି ଅକ୍ସିଡ଼ାଣ୍ଟ ଅଧିକ ରହିଥାଏ । ଗ୍ରୀନ ଟି ପିଇବା ଦ୍ଵାରା ଏଲ୍ ଡି ଏଲ ସ୍ତର ଓ କୋଲେଷ୍ଟ୍ରାଲ ସ୍ତର କୁ ନିୟନ୍ତ୍ରିତ କରିଥାଏ। ବ୍ଲାକ ଟି ମଧ୍ୟ କୋଲେଷ୍ଟ୍ରାଲ ସ୍ତର କୁ ନିୟନ୍ତ୍ରିତ କରେ ।
୪) ଟମାଟୋ ରସ :-
ଟମାଟୋ ରେ ଲାଇକୋ ପିନ୍ ନାମକ ତତ୍ତ୍ଵ ରହିଥାଏ। ଯାହା ଗୋଟିଏ ଆଣ୍ଟି ଅକ୍ସିଡ଼ାଣ୍ଟ ଅଟେ । ଯାହା ରକ୍ତ କୋଷିକା ଗୁଡ଼ିକୁ କ୍ଷତି ହେବାରୁ ରକ୍ଷା କରିଥାଏ। ଏଥିରେ ନୀୟସିନ ରହିଥିବା କାରଣରୁ କୋଲେଷ୍ଟ୍ରାଲ ସ୍ତର ନିୟନ୍ତ୍ରିତ ହୋଇଥାଏ ।
Leave A Reply