Odisha news

‘ମୁଁ ପୂର୍ବ ଜନ୍ମରେ ପାଇଲଟ ଥିଲି ଓ ପ୍ରଥମ ବିଶ୍ୱଯୁଦ୍ଧ ରେ ପ୍ରାଣ ହରାଇ ଥିଲି’ ନିଜ ପୂର୍ବଜନ୍ମ ର ଦାବି କରିଛନ୍ତି ଜଣେ ବ୍ୟକ୍ତି

0

ଜଣେ ୬୧ ବର୍ଷୀୟ ବ୍ୟକ୍ତି ଦାବି କରିଛନ୍ତି ଯେ ତାଙ୍କୁ ତାଙ୍କର ପୂର୍ବ ଜନ୍ମ ମନେ ଅଛି l ସେ କହିଛନ୍ତି ଯେ ସେ ପ୍ରଥମ ବିଶ୍ୱଯୁଦ୍ଧ ରେ ପାଇଲଟ ଥିଲେ ଓ ମୃତ୍ୟୁ ପରେ ବ୍ରିଟେନ ର ଳେନ୍ଦ୍ଵଦନୋ ରେ ପୋତା ଯାଇଥିଲା l ସେ ଆହୁରି ମଧ୍ୟ କହିଛନ୍ତି ଯେ ସେ ନିଜର କବର କୁ ମଧ୍ୟ ଦେଖିବାକୁ ଯାଇଛନ୍ତି l ଉକ୍ତ ବ୍ୟକ୍ତିଙ୍କ ନାମ ହେଉଛି ଷ୍ଟିଭ ମୁଲିଗନ l ସେ ଲଣ୍ଡନ ର ମଞ୍ଚେଷ୍ଟର ରେ ରହୁଛନ୍ତି l ସେ କହିଛନ୍ତି ନିକଟରେ ହୋଇଥିବା ହ୍ୱିପ୍ରୋସିସ ସେସନ ସମୟରେ ତାଙ୍କର ପୁରୁଣା କଥା ମନେ ପଡିବାକୁ ଲାଗିଲା l ସେ କହିଛନ୍ତି “ମୁଁ ପ୍ରଥମେ ଜଣେ ଫ୍ଲାଇଟ ଲେଫ୍ଟନେଣ୍ଟ ଥିଲି , ୧୯୧୭ ରେ ପ୍ରଥମ ବିଶ୍ୱଯୁଦ୍ଧ ସମୟରେ ଫ୍ରାନ୍ସ ଉପରେ ଆକ୍ରମଣ ସମୟରେ ତାଙ୍କୁ ମାରି ଦିଆ ଯାଇଥିଲା l ”

ସେ ଦାବି କରିଛନ୍ତି ଯେ ୧୯୬୧ ବେଳକୁ ତାଙ୍କର ଦ୍ୱିତୀୟ ଥର ଜନ୍ମ ହୋଇ ନଥିଲା l ତାଙ୍କୁ ୧୯୦୩ ରେ ହୋଇଥିବା ଘଟଣା ମଧ୍ୟ ମନେଅଛି l ସେ କହିଛନ୍ତି ସେତେବେଳେ ତାଙ୍କ ନାମ ସିଡନୀ ସଟକ୍ଲିଫ ଥିଲା ଓ ତାଙ୍କ ପିତାଙ୍କ ନାମ ଆବ୍ରହାମ ସଟକ୍ଲିଫ ଥିଲା lସେ ଆହୁରି ମଧ୍ୟ କହିଛନ୍ତି ପିଲାଟି ଦିନରୁ ତାଙ୍କୁ ଲେନ୍ଦଦନୋ ପସନ୍ଦ ଥିଲା ଓ ସେ ଏହାର ପ୍ରତିଟି ଗଳିକନ୍ଦି କୁ ଜାଣି ଥିଲେ l ତାଙ୍କ ମା ଆଶ୍ଚର୍ଯ୍ୟ ହେଉଥିଲେ ଯେ କିପରି ସେ ଏହି ରାସ୍ତା ଗୁଡିକୁ ଜାଣିଛନ୍ତି ଓ ମତେ ପ୍ରତି ମୁହୁର୍ତରେ ଲାଗୁଥିଲା ମୋର ଏହି ଜାଗା ସହିତ କିଛିନା କିଛି ସମ୍ପର୍କ ରହିଛି l ସେ ଆହୁରି ମଧ୍ୟ କହିଛନ୍ତି ତାଙ୍କ ପ୍ଲେନ କୁ ଗୁଳି ବାଜିବା ଓ ସେ ନିଜ ପ୍ଲେନ ସହିତ ତଳକୁ ଖସି ପଡିବା ମଧ୍ୟ ମାନେ ରଖିଛନ୍ତି l

Leave A Reply