Odisha news

ଗାଧୋଇବା ବେଳେ ଜଳ ସ୍ରୋତରେ ଭାସିଯାଇ ୧୦ମ ଶ୍ରେଣୀ ଛାତ୍ରଙ୍କ ଅକାଳ ବିୟୋଗ

0
ଚଣ୍ଡିଖୋଲ : ଯାଜପୁର ଜିଲ୍ଲା ବଡଚନା ଥାନା ଅନ୍ତର୍ଗତ ବଡଗେଙ୍ଗୁଟି ନଦୀର ବାଇଶିମୌଜା ଘାଟରେ ସାଙ୍ଗ ମାନଙ୍କ ସହିତ ଗାଧୋଉଥିଲାବେଳେ ଜଳ ସ୍ରୋତରେ ଭାସିଯାଇ ଜଣେ ୧୦ମ ଶ୍ରେଣୀ ଛାତ୍ରର ଅକାଳ ବିୟୋଗ ଘଟିଛି!ମୃତ ଛାତ୍ର ଜଣକ ହେଉଛନ୍ତି ବଡଚଣା ବ୍ଲକ ଦେଉଳକୁର ଗ୍ରାମର ସଞ୍ଜୟ ପ୍ରଧାନଙ୍କ ଏକ ମାତ୍ର ପୁତ୍ର ତନ୍ମୟ ପ୍ରଧାନ! ତାଙ୍କ ବୟସ୧୫ ବର୍ଷ ବୋଲି ଜଣାପଡିଛି! ରବିବାର ସକାଳେ ସାଙ୍ଗ ମାନଙ୍କ ସହିତ ମିଶି ତନ୍ମୟ ନଦୀକୁ ଗାଧୋଇବାକୁ ଯାଇଥିଲା ବେଳେ ନଦୀସ୍ରୋତରେ ଭାସିଯାଇଥିଲେ! ଏହାଦେଖି ତାଙ୍କ ସାଙ୍ଗମାନେ ପଟିକରି ବାରୁ ଲୋକେ ଘଟଣା ସ୍ଥଳରେ ପହଞ୍ଚି ପାଣିରେ ପଶି ଖୋଜାଖୋଜି କରିଥିଲେ!ଏକଘଣ୍ଟାପରେ ଅଚେତ ଅବସ୍ଥାରେ ତନ୍ମୟଙ୍କୁ ପାଇ ଲୋକେ ତାଙ୍କୁ ବଡଚଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ! ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ! ତନ୍ମୟଙ୍କ ଅକାଳ ବିୟୋଗରେ ତାଙ୍କ ବାପା ମା’ ସମ୍ପୂର୍ଣ୍ଣ ଭାଙ୍ଗି ପଡିଛନ୍ତି! ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି! ଖବରପାଇ ବଡଚଣା ଥାନା ପୋଲିସ ଡାକ୍ତର ଖାନିରୁ ମୃତଦେହ ଜବତକରି ଏକ ଅପମୃତ୍ୟୁ ମାମଲା ଦାୟର କରିବାସହ ଶବ ବ୍ୟବଛେଦ କରିଥିଲେ! ପରେ ତନ୍ମୟଙ୍କ ମୃତଦେହକୁ ତାଙ୍କ ପରିବାରକୁ ପୋଲିସ ହନ୍ତାନ୍ତର କରିଥିବା ଜଣାପଡିଛି!
Leave A Reply