Odisha news

ସଫଳତାର ପୁଞ୍ଜି : ଏପରି ଘରକୁ ନିଜେ ଚାଲି ଆସି ଥାଆନ୍ତି ମା ମହାଲକ୍ଷ୍ମୀ, ଜାଣନ୍ତୁ ଏହାର କାରଣ

0
ଆଜିର ସଫଳତା ର ପୁଞ୍ଜି କହୁଚି ଯେ ଆମ ହିନ୍ଦୁ ଧର୍ମରେ ଧନର ଦେବୀ ଲକ୍ଷ୍ମୀଙ୍କୁ ସନ୍ତୁଷ୍ଟ କରିବା ପାଇଁ ସମସ୍ତେ ଚେଷ୍ଟା କରି ଥାଆନ୍ତି । କାରଣ ମାନ୍ୟତା ରହିଛି ଯେ ପ୍ରତ୍ୟେକ ନାରୀଙ୍କ ସ୍ୱଭାବରେ ଲକ୍ଷ୍ମୀ ବାସ କରି ଥାଆନ୍ତି । କଥାରେ ଅଛି ଆଚାରେ ବସତେ ଲକ୍ଷ୍ମୀ ତେଣୁ ଯଦି ଗୋଟିଏ ନାରୀ ନିଜକୁ ସମସ୍ତ ପ୍ରକାର ସମୟ ପର୍ଯ୍ୟନ୍ତ ଖାପ ଖୁଆଇ ଚଳାଇ ନେଲା ଜୀବନରେ ସଫଳତା ହାସଲ କରିଥାଏ ।
* ଯେଉଁ ଘରେ ଅନ୍ନ ର ସମ୍ମାନ କରାଯାଇଥାଏ ସେହି ଘରେ ମା ଅନ୍ନପୂର୍ଣ୍ଣା ଙ୍କ ଆଗମନ ହୋଇଥାଏ । ସେହି ଗୃହ ରେ କଦାପି ପଇସାର ଅଭାବ ହୋଇ ନଥାଏ । ତେଣୁ କଦାପି ରୋଷେଇ ଘରକୁ ଜୋତା ଚପଲ ପିନ୍ଧି ଯିବା ଉଚିତ୍ ନୁହେଁ ।
* ଯେଉଁ ଘରେ ସର୍ବଦା ଅତିଥି ମାନଙ୍କୁ ସମ୍ମାନ ଦିଆ ଯାଇଥାଏ ସେହି ଘରେ ଲକ୍ଷ୍ମୀ ବାସ କରି ଥାଆନ୍ତି। କାରଣ ଅତିଥି ହୋଇଥାଆନ୍ତି ଈଶ୍ୱର ସମାନ ।
* ସବୁବେଳେ ଜ୍ଞାନୀ ଓ ବୁଦ୍ଧିମାନ ବ୍ୟକ୍ତି ଙ୍କୁ ସମ୍ମାନ କରିବା ଉଚିତ୍ । କାରଣ ଜ୍ଞାନୀ ମାନଙ୍କର ଯିଏ ସମ୍ମାନ କରିଥାଏ ତା ନିକଟରେ ଉଭୟ ଲକ୍ଷ୍ମୀ ଓ ସରସ୍ଵତୀ ବାସ କରନ୍ତି ।
* ଯେଉଁ ଘରେ ସର୍ବଦା ସ୍ବାମୀ ସ୍ତ୍ରୀ ଙ୍କ ମଧ୍ୟରେ ସମ୍ପର୍କ ମଧୁର ରହିଥାଏ ସେହି ଘରେ ମାତା ଲକ୍ଷ୍ମୀ ବାସ କରି ଥାଆନ୍ତି ଓ ନିଜ ଆଶୀର୍ବାଦ ରଖନ୍ତି ।
* ସର୍ବଦା ଗୁରୁଜନ ମାନଙ୍କୁ ଆଦର ଓ ଭକ୍ତି କରିବା ଉଚିତ୍ । ଯେଉଁ ଘରେ ଗୁରୁଜନ ଙ୍କ ର ସମ୍ମାନ କରାଯାଇ ଥାଏ ସେହି ଘରେ ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦ ରହିଥାଏ ।
Leave A Reply

Your email address will not be published.