ବ୍ରହ୍ମପୁର, ୨୨/୧- ସଦର ଥାନା ପୋଲିସ ୩ଜଣ ଡକାୟତଙ୍କୁ ଗିରଫ କରିଛି। ଅନ୍ୟ ଦୁଇଜଣ ପୋଲିସକୁ ଚକମା ଦେଇ ଘଟଣା ସ୍ଥଳରୁ ଚମ୍ପଟ ମରିଛନ୍ତି ବୋଲି ପୋଲିସ କହିଛି। ବାଲିପଡ଼ା ଇନ୍ଦିରା ଆବାସ କଲୋନି ଛକ ନିକଟସ୍ଥ ପାତ୍ର ଫାର୍ମ ହାଉସ୍ରେ ଚାଲିଥିବା ଏକ ଡକାୟତି ଯୋଜନାକୁ ପୋଲିସ ପଣ୍ଡ କରିଛି ପୁଲିସ। ପୁଲିସ ଘଟଣାସ୍ଥଳରୁ ୩ଜଣ ଡକାୟତଙ୍କୁ ଗିରଫ କରିଛି। ସେମାନେ ହେଲେ ବଉଳଝୋଳିର ଏସ୍. ରମେଶ, ବାଉରୀ ସୁକୁଣ୍ଡାର କେ. ପ୍ରକାଶ, ବାଳକୃଷ୍ଣପୁରର ଟି. ରମା ବୋଲି ପୁଲିସ କହିଛି। ଏମାନଙ୍କ ନିକଟରୁ ଦୁଇଟି ଖଣ୍ଡା, ଲୁହାରଡ଼, ଲୁହାଛଡ଼ କାଟିବା ବ୍ଲେଡ୍ ପ୍ରଭୃତି ଜବତ ହୋଇଛି। ଅଧିକ ଜେରା ପରେ ଏମାନେ ଗତ କିଛିଦିନ ତଳେ ଦକ୍ଷିଣପୁର ଗ୍ରାମ ସ୍ଥିତ ତ୍ରିଶକ୍ତି ମନ୍ଦିରରୁ ଚୋରି କରିଥିବା ସ୍ବୀକାର କରିଛନ୍ତି। ଏମାନଙ୍କ ନିକଟରୁ ୪ଟି ରୁପା ମୁକୁଟ ଓ ମା’ଙ୍କ ଦୁଇଟି ରୁପା ଜିଭ ଜବତ କରାଯାଇଛି। କେସ୍ ନମ୍ବର ୨୫/୨୨ରେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ସଦର ଏସ୍ଡିପିଓ ଶିବଶଙ୍କର ମହାପାତ୍ର ସୂଚନା ଦେଇଛନ୍ତି। ଗତକାଲି ବିଳମ୍ବିତ ରାତିରେ ପୁଲିସ ପାଟ୍ରୋଲିଂ କରୁଥିବା ବେଳେ କିଛି ଯୁବକ ଡକାୟତି ପାଇଁ ଯୋଜନା କରୁଥିବା ଖବର ମିଳିଥିଲା। ସେ ନେଇ ପୁଲିସ ଟିମ୍ ପାତ୍ର ଫାର୍ମ ହାଉସ୍ରେ ଚଢ଼ଉ କରିଥିଲା। ସେଠାରୁ ୩ଜଣଙ୍କୁ ପୁଲିସ କାବୁ କରିଥିଲା। ଅଭିଯୁକ୍ତମାନେ ବ୍ରହ୍ମପୁର-ଦିଗପହଣ୍ଡି ରୋଡ଼ରେ ଥିବା ପେଟ୍ରୋଲ ପମ୍ପରେ ଡକାୟତି ପାଇଁ ଯୋଜନା କରୁଥିଲେ ବୋଲି ଜେରା ବେଳେ କହିଥିଲେ। ଏମାନଙ୍କ ନିକଟରୁ ପୁଲିସ ମାରଣାସ୍ତ୍ର ଜବତ କରି ଆଜି କୋର୍ଟ ଚାଲାଣ କରିଛି।
