Odisha news

ଗଡିଲା ଅଣସଂକ୍ରମଣ ସଚେତନତା ରଥ

0

ଛତ୍ରପୁର ୨୨/୦୧ : ସ୍ଥାନୀୟ ବ୍ଲକ ଅଧିନସ୍ଥ ମୁନିସିପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକ୍ଷକ ଡାକ୍ତର ସୁଦର୍ଶନ ସାହୁଙ୍କ ଦ୍ୱାରା ଉଦଘାଟିତ ହେଲା ଅଣ ସଂକ୍ରମଣ ସଚେତନତା ରଥ । ଏହି ରଥ ଆସନ୍ତା ୨ ଦିନ ଧରି ବ୍ଲକର ବିଭିନ୍ନ ଗ୍ରାମକୁ ଗ୍ରାମ ବୁଲି ଜନସାଧାରଣମାନଙ୍କୁ ସଚେତନତା କରାଇବ । ମଧୁମେହ, ଉଚ୍ଚ ରକ୍ତ ଚାପ, କର୍କଟ ଓ ହୃଦରୋଗ ସମେତ କୋଭିଡ୍ ମହାମାରୀରୁ କିପରି ଦୂରେଇ ରହିବ ସେଥି ପ୍ରତି ବିଶେଷ ଗୁରୁତ୍ୱ ଦିଆଯାଇଛି । ଏହି କାର୍ଯ୍ୟକ୍ରମରେ ଡାକ୍ତର ରାମାନୁଜ ପଟ୍ଟନାୟକ, କ୍ରିଷ୍ଣା ଚନ୍ଦ୍ର ଜେନା, ପ୍ରମୋଦ ସାହୁ, ସବିତା କୋଠିଆ, ସରିତା ବେହେରା, ଗୀତାଞ୍ଜଳି ଦାସ, ଲକ୍ଷ୍ମୀ ପ୍ରିୟା ପ୍ରଧାନ, ସନ୍ତୋଷିନୀ ପାଢୀଙ୍କ ସମେତ ଅନ୍ୟାନ୍ୟ ସ୍ୱାସ୍ଥ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ । ଜନସ୍ୱାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ବରୁଣ କୁମାର ପାଣିଗ୍ରାହୀ ସମସ୍ତ କାର୍ଯ୍ୟକ୍ରମକୁ ପ୍ରତ୍ୟେକ୍ଷ ଭାବେ ପରିଚାଳନା କରିଥିଲେ ।

Leave A Reply

Your email address will not be published.