Odisha news

ମେଧାବୀ ପରୀକ୍ଷା ରେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ସଫଳତା

0

(ହିଞ୍ଜିଳିକାଟୁ-୨୨/ଜାନୁୟାରୀ/୨୦୨୨) ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ପ୍ରତିବର୍ଷ ଭଳି ୨୦-୨୧ ଶିକ୍ଷାବର୍ଷ ରେ ସଫଳତା ହାସଲ କରିଛି। ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଶ୍ରେଷ୍ଠ ବିଦ୍ୟାଳୟ ଭାବେ ଘୋଷିତ କରାଯାଇଛି। ଶୁଭ୍ରାଂଶୁ ଦାସ, ସିୟା ମହାପାତ୍ର, ସ୍ଵର୍ଣ୍ଣ ବୈଶାଖୀ ନାୟକ, ଅନାଦି ପାଢ଼ୀ, ବିଶ୍ଵରୂପା ପ୍ରିୟଦର୍ଶିନୀ, ଶୁଭସ୍ମିତା ପାଢ଼ୀ, ରୋଶନୀ ମହାରଣା ଓ ସ୍ଵଂୟ ପ୍ରିୟା ବିଷୋୟୀ ପ୍ରମୂଖ ଛାତ୍ର ଛାତ୍ରୀ ମେଧାବୃତ୍ତି ପାଇଁ ଯୋଗ୍ୟ ବିବେଚିତ ହୋଇଥିବା ବେଳେ ପଠାଣି ସାମନ୍ତ ଗଣିତ ମେଧାବୃତ୍ତି ପାଇଁ ଷଷ୍ଠ ଶ୍ରେଣୀର ଦେବାଶିଷ ପ୍ରହରାଜ, ରୁଦ୍ର ପ୍ରସାଦ ଦାସ, ଅଭୀପ୍ସା ସାହୁ, ଅନୁଷ୍କା ସାହୁ, ଅମିତା ପଟ୍ଟନାୟକ, ସୁରଜ ସେନାପତି, ସ୍ୱାତି ସୁମନ ମହାରଣା, ନବମ ଶ୍ରେଣୀର ଶୁଭସ୍ମିତା ନାହାକ, ଏ. ଅବିନାଶ, ଅବିନାଶ ମହାରଣା, ଶୁଭମ୍ ପାଢ଼ୀ, ସୁମିତ କୁମାର ପଣ୍ଡା, ଓମ୍ ଆନନ୍ଦ ବେହେରା ଯୋଗ୍ୟ ବିବେଚିତ ହୋଇ ଏହି ଶିକ୍ଷାନୁଷ୍ଠାନର ଗର୍ବ ଓ ଗୌରବ ବଢ଼ାଇଛନ୍ତି। ଏହି ସଫଳତା ପାଇଁ ପ୍ରଧାନଆଚାର୍ଯ୍ୟ ରାଜେନ୍ଦ୍ର ପାଢ଼ୀ, ଆଚାର୍ଯ୍ୟ ଓ ଅଚର୍ଯ୍ୟା ଓ ପରିଚାଳନା ସମିତି ସଦସ୍ୟ ମାନେ ଶୁଭେଛା ଜଣାଇଛନ୍ତି।

Ad2
Leave A Reply