ବୈଶିଙ୍ଗା –୨୨/୦୧– ଆଜିଠାରୁ ପଦ୍ମପୁର ଠାରେ ନବନିର୍ମିତ ଶ୍ରୀଶ୍ରୀ ଜଗନ୍ନାଥ ମନ୍ଦିରର ପ୍ରତିଷ୍ଠା ଉତ୍ସବ ଉପଲକ୍ଷେ ଆଖପାଖ ଅଞ୍ଚଳ ଉତ୍ସବ ମୁଖରିତ ହେବାରେ ଲାଗିଛି। ପଦ୍ମପୁର ଗ୍ରାମବାସୀ ଙ୍କ ଅକୁଣ୍ଠ ସହଯୋଗ ସହିତ କିଛି ଧର୍ମ ପ୍ରାଣ ବ୍ୟକ୍ତିଙ୍କ ମହତ ଦାନ ତଥା ରାଜନୈତିକ ଲୋକ ପ୍ରତିନିଧି ଙ୍କ ଆର୍ଥିକ ସହଯୋଗ ଏବଂ ବଦାନ୍ୟ ବ୍ୟକ୍ତି ୰ଯୋଗେଶ୍ଵର ପତି ଙ୍କ ଜମି ଦାନ ପାଇଁ ନିର୍ମାଣ ହୋଇଥିବା ଏହି ଭବ୍ୟ ଶ୍ରୀଶ୍ରୀ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ପାଇଁ ମନ୍ଦିର କମିଟୀର ସଦସ୍ୟ ବୃନ୍ଦ ତଥା ଶ୍ରଦ୍ଧାଳୁମାନେ ତତ୍ପର ଥିବା ଜଣାଯାଇଛି। ଆସନ୍ତାକାଲି ୨୩ତାରିଖ ଏକ କଳସ ଶୋଭାଯାତ୍ରା ବୁଢ଼ାବଳଙ୍ଗ ନଦୀର ପ୍ରତିମାଦେଇ ପୁର ଘାଟରୁ ଉତ୍ତୋଳନ କରାଯାଇ ମନ୍ଦିର ର ଯଜ୍ଞସ୍ଥଳ କୁ ଅଣାଯାଇ ସ୍ଥାପନା କରାଯିବା ସହିତ ଘୃତଯଜ୍ଞ, ନାମଯଜ୍ଞ, ଜ୍ଞାନଯଜ୍ଞ ଓ ଅନ୍ନ ଯଜ୍ଞ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ୨୦୦୭ ମସିହାରେ ଏଠାରେ ଏହି ମନ୍ଦିର ନିର୍ମାଣ କରାଯିବାର ଯେଉଁ ପରିକଳ୍ପନା ସୃଷ୍ଟି ହୋଇଥିଲା ତାର ମୁଖ୍ୟ ପୁରୋଧା ଥିଲେ ପୂର୍ବତନ ସରପଞ୍ଚ କାର୍ତ୍ତିକ ଚନ୍ଦ୍ର ପାଳ ଏବଂ ପରବର୍ତ୍ତୀ ସମୟରେ ସୁଧାଂଶୁ ଶେଖର ଦାସ ମଙ୍ଗରାଜ, ସୁଧାଂଶୁ ଶେଖର ପତି,ବାସନ୍ତୀ ରଣା, ରତିକାନ୍ତି ସାହୁ, ସନିଆ ସିଂ, ଲୋକନାଥ ବେହେରା, ରଙ୍ଗିଆ ନାଥ , ଶରତ କର, ସଞ୍ଜୟ ସାହୁ, ଅଭିଳାଷ ଦଣ୍ଡପାଟ ,ପିତାମ୍ବର ପରିଡା, ଶ୍ରୀଧର ପଣ୍ଡିତ ପ୍ରମୁଖ ସହଯୋଗ କରିଥିଲେ। ଏଠାରେ ପ୍ରତିଷ୍ଠା ହେବାକୁ ଥିବା ଚତୁର୍ଦ୍ଧାମୂର୍ତ୍ତୀ ଙ୍କ ବିଗ୍ରହ ଶ୍ରୀକ୍ଷେତ୍ର ପୁରୀ ରୁ ଅଣାଯାଇଥିଲା। ପୁରୀ ମନ୍ଦିରର ସେବକ ଙ୍କ ଦ୍ଵାରା ସ୍ଥାପିତ ହେବାକୁ ଏହି ମନ୍ଦିରକୁ ଚାରି ବେଦର ବ୍ରାହ୍ମଣଙ୍କ ଦ୍ଵାରା ଯଜ୍ଞାଦି କାର୍ଯ୍ୟ ସମାପନ ହେବାର ସ୍ଥିର ହୋଇଥିବାର ସୂତ୍ରରୁ ଜଣାଯାଇଛି।