Odisha news

ଭାରତର ଜାତୀୟ ପତାକାର ୨୬ ଜାନୁଆରୀ ୧୯୫୦ ବର୍ତମାନ ପର୍ଯ୍ୟନ୍ତ ଯାତ୍ରା

0

ଚଳିତ ବର୍ଷ ୨୬ ଜାନୁଆରୀ ଦିନ ଭାରତ ନିଜର ୭୩ତମ ଗଣତନ୍ତ୍ର ଦିବସ ପାଳନ କରିବାକୁ ଯାଉଛି l ଗଣତନ୍ତ୍ର ର ଅର୍ଥ ହେଲା ଗଣ ଅର୍ଥାତ ଜନତାଙ୍କ ଦ୍ୱାରା ବିକଶିତ ତନ୍ତ୍ର l ୨୬ ଜାନୁଆରୀ ୧୯୫୦ ରେ ଭାରତର ସମ୍ବିଧାନ କୁ ଲାଗୁ କରାଯାଇ ଥିଲା l ଯେଉଁ କାରଣରୁ ପ୍ରତିବର୍ଷ ୨୬ ଜାନୁଆରୀ ଦିନ ଗଣତନ୍ତ୍ର ଦିବସ ପାଳନ କରାଯାଇ ଥାଏ l ଏହିଦିନ ଭାରତର ରାଷ୍ଟ୍ରପତି ରାଷ୍ଟ୍ରୀୟ ଧ୍ବଜା ଅର୍ଥାତ ଜାତୀୟ ପତାକା ଉତ୍ତୋଳନ କରାଯାଇ ଥାଏ l ଏହାପରେ ଜାତୀୟ ପତାକା କୁ ସମ୍ମାନ ଜଣାଇ ଜାତୀୟ ସଂଗୀତ ଗାନ କରାଯାଇ ଥାଏ l

ଗଣତନ୍ତ୍ର ଦିବସ ଦିନ ଭାରତର ରାଜଧାନୀ ନୂଆଦିଲ୍ଲୀ ଠାରେ ପରେଡ ସହିତ ବିଶେଷ କାର୍ଯ୍ୟକ୍ରମ ର ଆୟୋଜନ କରାଯାଇ ଥାଏ l ତା ସହିତ ସମସ୍ତ ରାଜ୍ୟର ରାଜଧାନୀ ରେ ମଧ୍ୟ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇ ଥାଏ l ଏହିଦିନ ଆମ ଜାତୀୟ ପତାକା କୁ ଭାରତର ଗୌରବ ଭାବରେ ଉଡା ଯାଇଥାଏ l ବର୍ତମାନ ର ଜାତୀୟ ପତାକା କୁ ପିଙ୍ଗଳି ବେଙ୍କୟା ପ୍ରଥମେ ଡିଜାଇନ କରିଥିଲେ l ପୂର୍ବରୁ ଆମ ଜାତୀୟ ପତାକା ଅଲଗା ପ୍ରକାରର ଥିଲା l କୁହାଯାଏ ଯେ ଭାରତର ଜାତୀୟ ପତାକା କଲିକତାର ପାରସୀ ବାଗାନ ରେ ଅଗଷ୍ଟ ୭ତାରିଖ ୧୯୦୬ ରେ ଉଡା ଯାଇଥିଲା, ଯେଉଁ ସ୍ଥାନ ବର୍ତମାନ ଗ୍ରୀନ ପାର୍କ ନାମରେ ନାମିତ l ସେତେବେଳେ ପତାକା ନାଲି, ହଳଦିଆ, ସବୁଜ ରଙ୍ଗରେ କରାଯାଇ ଥିଲା l

ଏହା ପରେ ସେହି ବର୍ଷ ପତାକା ର ନୂଆ ଡିଜାଇନ କରାଯାଇ ଥିଲା l ଏଥିରେ ବୀର ସାବରକର ଓ ସ୍ୟାମାଜି କୃଷ୍ଣ ବର୍ମା ଆଗକୁ ଆସିଥିଲେ l ଏହି ପତାକା କୁ କାମା ଧ୍ବଜା ଭାବରେ ବିବେଚନା କରା ଯାଇଥିଲା l କୁହାଯାଏ ଯେ ଭାରତର ପ୍ରଥମ ରାଷ୍ଟ୍ରୀୟ ଧ୍ବଜା ଅଗଷ୍ଟ ୭ତାରିଖ, ୧୯୦୬ ରେ କଲିକତା ଠାରେ ଉତୋଳନ ହୋଇଥିଲା l ୧୯୨୧ ରେ ମହାତ୍ମା ଗାନ୍ଧୀ ବିଜୟୱାଡା ଗସ୍ତ କରି ଥିଲେ, ରାସ୍ତାରେ ତାଙ୍କର ଦେଖା ହୋଇଥିଲା ପିଙ୍ଗଳୀ ବେଙ୍କୟା ନାମକ ବ୍ୟକ୍ତି ଆଜି ର ଜାତୀୟ ପତାକାକୁ ପରିବର୍ତନ କରିଥିଲେ l ୨୨ ଜୁଲାଇ ୧୯୪୭ ସମ୍ବିଧାନ ସଭାରେ ଏହାକୁ ସ୍ୱତନ୍ତ୍ର ଭାରତରେ ଗୋଟିଏ ସ୍ୱତନ୍ତ୍ର ସ୍ଥାନ ଦିଆ ଯାଇଥିଲା l

Leave A Reply