Odisha news

ଭାରତରେ ହୋଇଥିବା ଗବେଷଣା ରୁ ଖୁଲାସା : କରୋନା ଟୀକା ଦ୍ୱାରା ହୋଇଥିବା ଇମ୍ୟୁନିଟି କେତେଦିନ କେତେଦିନ ପର୍ଯ୍ୟନ୍ତ ପ୍ରଭାବଶାଳୀ ରହିଥାଏ

0

ବର୍ତମାନ ସାରା ବିଶ୍ୱରେ କରୋନା ଟୀକା କରଣ ଚାଲିଛି l ବୈଜ୍ଞାନିକ ମାନଙ୍କ ମତରେ ଏହି ଟୀକା ଦ୍ୱାରା ଆମ ଶରୀରର ଇମ୍ୟୁନିଟି ବୃଦ୍ଧି ହୋଇଥାଏ l କିନ୍ତୁ ଏହା କେତେଦିନ ପର୍ଯ୍ୟନ୍ତ ରହିଥାଏ ଆସନ୍ତୁ ସେହି ବିଷୟରେ କଣ କହୁଛି ଗବେଷଣା l ହାଇଦ୍ରାବାଦ ସ୍ଥିତ AIG ହସ୍ପିଟାଲ ଓ ଏସିଆନ ହେଲ୍ଥ କେୟାର ମିଳିତ ଭାବରେ ଟୀକାର ଇମ୍ୟୁନିଟି ପ୍ରଭାବ ବିଷୟରେ ଗବେଷଣା କରିଥଲେ l  ଏହି ଗବେଷଣା ରେ ୧ , ୬୩୭ ଜଣ ଲୋକ ସାମିଲ ହୋଇଥିଲେ l ଏମାନେ ସେହି ବ୍ୟକ୍ତି ଥିଲେ ଯେଉଁ ମାନଙ୍କୁ ଟୀକା ର ୨ଟି ଡୋଜ ଲାଗି ସାରିଛି l

AIG ହସ୍ପିଟାଲ ର କର୍ତୃପକ୍ଷ କହିଥିଲେ ଯେ ଏହି ଗବେଷଣା ର ଉଦେଶ୍ୟ ରହିଥିଲା ଟୀକା କାରଣ ପରେ ଇମ୍ୟୁନିଟି କୁ ଜାଣିବା l ଏହା ମଧ୍ୟ ଜାଣିବା ଆବଶ୍ୟକ ରହିଥିଲା ଯେ କେଉଁ ବୁଷ୍ଟର ଡୋଜ ର ଆବଶ୍ୟକତା ରହିଛି l ସେ ଆହୁରି ମଧ୍ୟ କହିଥିଲେ ଯେ କରୋନା ବିରୁଦ୍ଧରେ ଆଣ୍ଟି ବଡି ଲେବୁଲ ଯାଞ୍ଚ କରା ଯାଇଥିଲା l ଏହାର ଆର୍ଟ ଯେଉଁ ବ୍ୟକ୍ତି ମାନଙ୍କ ମଧ୍ୟରେ ଆଣ୍ଟି ବଡି ସ୍ତର ୧୫ AU/ml ରହିବ ଜାଣିବେ ଯେ ଏମାନଙ୍କ ଇମ୍ୟୁନିଟି କମି ଯାଇଛି l ଏହାଛଡା ଏହା ମଧ୍ୟ ଅନୁମାନ ଲଗା ଗଲା ଯେ ଯେଉଁ ବ୍ୟକ୍ତି ମାନଙ୍କର ଆଣ୍ଟିବଡ଼ି ସ୍ତର ୧୦୦ AU / ml ରହିବ ସେମାନଙ୍କର ବର୍ତମାନ ମଧ୍ୟ ଇମ୍ୟୁନିଟି ରହିଛି l

ଗବେଷକ ମାନଙ୍କ ମତରେ କରୋନା ବିରୁଦ୍ଧରେ ଆଣ୍ଟିବଡ଼ି ସ୍ତର ଅତି କମ ରେ ୧୦୦ ml ରହିବା ଆବଶ୍ୟକ l ଯଦି କାହାର ଏହାଠାରୁ କମ ରହୁଛି ତେବେ ସଂକ୍ରମିତ ହେବାର ବିପଦ ରହିଛି l

– ଏହି ଗବେଷଣାରେ ଜଣା ପଡିଲା ବୟସ୍କ ମାନଙ୍କ ତୁଳନାରେ ଯୁବକ ମାନଙ୍କର ଇମ୍ୟୁନିଟି ଷ୍ଟ୍ରଙ୍ଗ ଅଟେ l
– କିନ୍ତୁ ହାଇ ବିପି ଓ ମଧୁମେହ ରେ ପୀଡିତ ଥିବା ବ୍ୟକ୍ତି ମାନଙ୍କ ନିକଟରେ ଇମ୍ୟୁନିଟି କମ ରହିଥିଲା l
– ଏହି ଗବେଷଣା ଦ୍ୱାରା ଜଣା ପଡିଲା ଯେ ୬ମାସ ପରେ ମଧ୍ୟ ଇମ୍ୟୁନିଟି ଠିକ ରହିଥାଏ l କିନ୍ତୁ ୬ମାସ ପରେ ଆଣ୍ଟିବଡ଼ି ଦୁର୍ବଳ ହେଉଛି l

Nalco
Leave A Reply