Odisha news

ପୂଜା ସମୟରେ ପୂର୍ବତଟ ରେଳପଥ ପକ୍ଷରୁ ଅତିରିକ୍ତ ବିଶେଷ ଟ୍ରେନ

ଯାତ୍ରୀମାନଙ୍କ ସୁବିଧା ପାଇଁ ଏବଂ ଆଗାମୀ ପର୍ବପର୍ବାଣିରେ ଯାତ୍ରୀମାନଙ୍କ ଅତିରିକ୍ତ ପ୍ରତିକ୍ଷ୍ୟା ସୂଚୀକୁ ଏଡ଼ାଇବାପାଇଁ ପୂର୍ବ ତଟ ରେଳପଥ ପକ୍ଷରୁ ବିଭିନ୍ନ ଗନ୍ତବ୍ୟ ସ୍ଥାନକୁ କିଛି ଅତିରିକ୍ତ ସ୍ୱତନ୍ତ୍ର ଟ୍ରେନ୍ ଚଳାଇବା ପାଇଁ ବ୍ୟବସ୍ଥା କରାଯାଇଅଛି |

ପୁରୀ-ପାଟନା-ପୁରୀ ସ୍ପେଶାଲ୍ (ଟ୍ରେନ୍ ନଂ 08439/08440): ଏହି ଟ୍ରେନ୍ 16 ଅକ୍ଟୋବର 2021 ରୁ 31 ଅକ୍ଟୋବର 2021 ମଧ୍ୟରେ ପ୍ରତି ଶନିବାର ଦିନ ପୁରୀରୁ ଅପରାହ୍ନ ୨ଘ.୫୫ମି.ରେ ଛାଡିବ ଏବଂ ଫେରିବା ଦିଗରେ, ଏହା ପ୍ରତ୍ୟେକ ରବିବାର ଦିନ ଅପରାହ୍ନ ୧ଘ.୪୫ମି.ରେ ପାଟନାରୁ ଛାଡିବ | ଏହି ଟ୍ରେନରେ ଏସି-୨ ଟାୟାର, ଏସି-୩ ଟାୟାର, ସ୍ଲିପର୍ ଏବଂ ଜେନେରାଲ୍ କ୍ଲାସ୍ (ଦ୍ୱିତୀୟ ଶ୍ରେଣୀ ସିଟିଂ) କୋଚ୍ ଉପଲବ୍ଧ ଅଛି |

ବିଶାଖାପାଟନମ୍-ସିକନ୍ଦରାବାଦ-ବିଶାଖାପାଟନମ୍ ସ୍ପେଶାଲ୍ (ଟ୍ରେନ୍ ନଂ 08579/08580): ଏହି ଟ୍ରେନ୍ 13 ଅକ୍ଟୋବର 2021 ରୁ 28 ଅକ୍ଟୋବର 2021 ମଧ୍ୟରେ ପ୍ରତି ବୁଧବାର ଦିନ ବିଶାଖାପାଟନମ୍ ଠାରୁ ସନ୍ଧ୍ୟା ୭ ଘଟିକାରେ ଛାଡିବ ଏବଂ ଫେରିବା ମାର୍ଗରେ ଏହା ସିକନ୍ଦରାବାଦ ଠାରୁ ପ୍ରତି ଗୁରୁବାର ଦିନ ସନ୍ଧ୍ୟା ୭ଘଣ୍ଟା ୪୦ମି.ରେ ଛାଡିବ |  ଏହି ଟ୍ରେନରେ ଏସି-୩ ଟାୟାର, ସ୍ଲିପର୍ ଏବଂ ଜେନେରାଲ୍ କ୍ଲାସ୍ (ଦ୍ୱିତୀୟ ଶ୍ରେଣୀ ସିଟିଂ) କୋଚ୍ ଉପଲବ୍ଧ ଅଛି |

ବିଶାଖାପାଟନମ୍-ତିରୁପତି-ବିଶାଖାପାଟନମ୍ ସ୍ଵତନ୍ତ୍ର (ଟ୍ରେନ୍ ନଂ 08583/08584): ଏହି ଟ୍ରେନ୍ 18 ଅକ୍ଟୋବର 2021 ରୁ 2 ନଭେମ୍ବର 2021 ମଧ୍ୟରେ ପ୍ରତି ସୋମବାର ଦିନ ବିଶାଖାପାଟନମ୍ ଠାରୁ ସନ୍ଧ୍ୟା ୭ଘଣ୍ଟା ୧୫ମି.ରେ ଛାଡିବ ଏବଂ ଫେରିବା ମାର୍ଗରେ ଏହା  ତିରୁପତି ଠାରୁ ପ୍ରତି ମଙ୍ଗଳ ବାର ଦିନ ରାତ୍ରି ୯ଘ.୫୫ମି.ରେ ଛାଡିବ | ଏହି ଟ୍ରେନରେ ଏସି-୨ ଟାୟାର, ଏସି-୩ ଟାୟାର, ସ୍ଲିପର୍ ଏବଂ ଜେନେରାଲ୍ କ୍ଲାସ୍ (ଦ୍ୱିତୀୟ ଶ୍ରେଣୀ ସିଟିଂ) କୋଚ୍ ଉପଲବ୍ଧ ଅଛି |

ବିଶାଖାପାଟନମ୍-ସିକନ୍ଦରାବାଦ-ବିଶାଖାପାଟନମ୍ ସ୍ପେଶାଲ୍ (ଟ୍ରେନ୍ ନଂ 08585/085806): ଏହି ଟ୍ରେନ୍ 19 ଅକ୍ଟୋବର 2021 ରୁ 3 ନଭେମ୍ବର 2021 ମଧ୍ୟରେ ପ୍ରତି ମଙ୍ଗଳବାର ଦିନ ବିଶାଖାପାଟନମ୍ ରୁ ସନ୍ଧ୍ୟା ୫ଘ.୩୫ମି.ରେ ଛାଡିବ ଏବଂ ଫେରିବା ମାର୍ଗରେ ଏହା ସିକନ୍ଦରାବାଦ ଠାରୁ ପ୍ରତି ବୁଧବାର ଦିନ ରାତ୍ରି ୯ଘ.୦୫ମି.ରେ ଛାଡିବ | ଏହି ଟ୍ରେନରେ ଏସି-୨ ଟାୟାର, ଏସି-୩ ଟାୟାର, ସ୍ଲିପର୍ ଏବଂ ଜେନେରାଲ୍ କ୍ଲାସ୍ (ଦ୍ୱିତୀୟ ଶ୍ରେଣୀ ସିଟିଂ) କୋଚ୍ ଉପଲବ୍ଧ ଅଛି |

ହାଓଡ଼ା-ପୁରୀ – ହାଓଡ଼ା ସ୍ପେଶାଲ୍ (ଟ୍ରେନ୍ ନଂ 08179/08180): ଏହି ଟ୍ରେନ୍ 09 ଅକ୍ଟୋବର 2021 ରୁ 7 ନଭେମ୍ବର 2021 ମଧ୍ୟରେ ପ୍ରତ୍ୟେକ ଶନିବାର ଦିନ ହାଓଡ଼ା ଠାରୁ ରାତ୍ରି ୮ଘ.୩୫ମି.ରେ ଛାଡିବ ଏବଂ ଫେରିବା ମାର୍ଗରେ ଏହା ପୁରୀ ଠାରୁ ପ୍ରତି ରବିବାର ଦିନ ସନ୍ଧ୍ୟା ୭ଘଣ୍ଟା ୨୦ମି.ରେ ଛାଡିବ | ଏହି ଟ୍ରେନରେ ସ୍ଲିପର୍ ଏବଂ ଜେନେରାଲ୍ କ୍ଲାସ୍ (ଦ୍ୱିତୀୟ ଶ୍ରେଣୀ ସିଟିଂ) କୋଚ୍ ଉପଲବ୍ଧ ଅଛି |

Comments are closed.