Odisha news

ଜେଏସପିଏଲ ଫାଉଣ୍ଡେସନ୍ ର ରାଷ୍ଟ୍ରିୟ ସ୍ଵୟଂସିଦ୍ଧ ସମ୍ମାନ ପାଇଁ ନାମାଙ୍କନର ଶେଷ ତାରିଖ ଅକ୍ଟୋବର ୨୦ ପର୍ଯ୍ୟନ୍ତ ବୃଦ୍ଧି

ଭୁବନେଶ୍ୱର : ଜେଏସପିଏଲ ଫାଉଣ୍ଡେସନ ଦ୍ଵାରା ପ୍ରତିଷ୍ଠିତ ରାଷ୍ଟ୍ରିୟ ସ୍ଵୟଂସିଦ୍ଧ ସମ୍ମାନ – ୨୦୨୧  ନିମନ୍ତେ ଆବେଦନ / ନାମାଙ୍କନର ଶେଷ ତାରିଖ ଅକ୍ଟୋବର ୨୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ପୂର୍ବ ତିନୋଟି ସଂସ୍କରଣ ପରି, ଏହି ବର୍ଷ ମଧ୍ୟ ଉଲ୍ଲେଖନୀୟ ସାମାଜିକ ଅବଦାନ ଏବଂ ସଫଳତା ପାଇଁ ଭାରତର ୨୦ଜଣଙ୍କୁ ସମ୍ମାନିତ କରାଯିବ I

ବର୍ତମାନ ସୁଧା ଏହି ସମ୍ମାନର ୪ର୍ଥ  ସଂସ୍କରଣ ପାଇଁ ୪୦୦ରୁ ଅଧିକ ଆବେଦନ / ନାମାଙ୍କନ ଆସିଛି । ଏହି ସର୍ବ ଭାରତୀୟ ପୁରସ୍କାର ପାଇଁ ଆହୁରି ଅଧିକ ଆବେଦନ / ନାମାଙ୍କନ ନିମନ୍ତେ ଜେଏସପିଏଲ ଫାଉଣ୍ଡେସନ ପକ୍ଷରୁ ବିଭିନ୍ନ  ବ୍ୟକ୍ତି ଏବଂ ସଂଗଠନମାନଙ୍କୁ ଅନୁରୋଧ କରାଯାଇଛି । ପୁରସ୍କାରର ବିବରଣୀ ସହିତ ଆବେଦନ ଏବଂ ନାମାଙ୍କନ ଫର୍ମ www.jsplfoundation.com ରେ ଉପଲବ୍ଧ | ଏକ ପୁରସ୍କାର ସମାରୋହରେ ପ୍ରତ୍ୟେକ ମନୋନୀତ ବିଜେତାଙ୍କୁ ସମ୍ମାନିତ କରାଯିବା ସହିତ ଏକ ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯିବ ।

ଏହି ସମ୍ମାନ ୧୦ଟି ବର୍ଗରେ ପ୍ରଦାନ କରାଯିବ, ସେଗୁଡିକ ହେଉଛି କୃଷି / ଗ୍ରାମୀଣ ବିକାଶ, କଳା ଏବଂ ସଂସ୍କୃତି, ଶିକ୍ଷା, ଉଦ୍ୟୋଗୀ ଏବଂ ଜୀବିକା, ପରିବେଶ, ସ୍ୱାସ୍ଥ୍ୟ, ଅଭିନବ / ପ୍ରଯୁକ୍ତିବିଦ୍ୟା, କ୍ରୀଡା, ଜନସେବା / ସାମାଜିକ ସେବା, ଏବଂ ମହିଳା ସଶକ୍ତିକରଣ | ଏଥିସହ, କୋଭିଡ-୧୯ ମହାମାରୀ ସମୟରେ ଉଲ୍ଲେଖନୀୟ ସାମାଜିକ କାର୍ଯ୍ଯ କରିଥିବା ବ୍ୟକ୍ତି ଏବଂ ସଂଗଠନଗୁଡିକ ମଧ୍ୟ ସ୍ୱତନ୍ତ୍ର ବର୍ଗରେ ସମ୍ମାନିତ କରାଯିବ |

ଜେଏସପିଏଲ ଫାଉଣ୍ଡେସନର ଅଧ୍ୟକ୍ଷା ଶ୍ରୀମତୀ ଶାଲୁ ଜିନ୍ଦଲ କହିଛନ୍ତି ଯେ ଆମ ଦେଶରେ ଅନେକ ବ୍ୟକ୍ତି ଏବଂ ସଂସ୍ଥା ଅଛନ୍ତି ଯେଉଁମାନେ ଅଦମ୍ୟ ସାହସ, ଅସାଧାରଣ ଉଦ୍ୟମ ଏବଂ ଭିନ୍ନ ଧରଣର ଆବିଷ୍କାର ଦ୍ୱାରା ସାଧାରଣ ଲୋକଙ୍କ ଜୀବନରେ ସୁଧାର ଆଣି ପାରିଛନ୍ତି I  ଏଭଳି ବ୍ୟକ୍ତି ବିଶେଷ ମାନଙ୍କୁ ଚିହ୍ନଟ ତଥା ସମ୍ମାନିତ କରି ସେମାନଙ୍କ ସଫଳତାକୁ ଶ୍ରେୟ ଦେବା ହିଁ ରାଷ୍ଟ୍ରୀୟ ସ୍ୱୟଂସିଦ୍ଧ ସମ୍ମାନ ର ମୂଳ ଉଦ୍ଦେଶ୍ୟ I

ଗତ ୨୦୧୫ରେ ଜେଏସପିଏଲ ଫାଉଣ୍ଡେସନ ଦ୍ଵାରା ପ୍ରତିଷ୍ଠିତ ଏହି ରାଷ୍ଟ୍ରିୟ ସ୍ଵୟଂସିଦ୍ଧ ସମ୍ମାନ ଭାରତର ତୃଣମୂଳ ସ୍ତରରେ ସମାଜରେ ପରିବର୍ତନ ଏବଂ ଉନ୍ନତି ଆଣିବା ପାଇଁ କାର୍ଯ୍ୟ କରୁଥିବା ବିଭିନ୍ନ ବ୍ୟକ୍ତି ଏବଂ ସଂସ୍ଥାମାନଙ୍କୁ ଚିହ୍ନଟ କରି ସମ୍ମାନିତ କରିଥାଏ ।

ଓପି ଜିନ୍ଦଲ ଗ୍ଲୋବାଲ (ଡିମ୍ଡ଼ ୟୁନିଭର୍ସିଟି) ପୁରସ୍କାର ପାଇଁ ନଲେଜ ପାର୍ଟନର ଭାବରେ ସହାୟତା କରୁଛି । ଭାରତର ବିଭିନ୍ନ ଅଞ୍ଚଳରୁ ଆସିଥିବା ଆବେଦନ / ନାମାଙ୍କନ ଗୁଡିକୁ  ଆଞ୍ଚଳିକ ଜୁରୀ ସଦସ୍ୟ ମାନଙ୍କ ଦ୍ଵାରା ସର୍ଟଲିଷ୍ଟ କରାଯିବ । ପରବର୍ତୀ ପର୍ଯ୍ୟାୟରେ ପ୍ରତ୍ୟେକ ଜୋନ୍ ରୁ ସର୍ଟଲିଷ୍ଟ ହୋଇଥିବା ଆବେଦନ / ନାମାଙ୍କନ ଗୁଡିକୁ ଜାତୀୟ ସ୍ତରର ଜୁରୀ ସଦସ୍ୟ ମାନଙ୍କ ଦ୍ଵାରା ଚୟନ ପରେ ପୁରସ୍କାର ପାଇଁ ମନୋନୀତ କରାଯିବ ।

Nalco

Comments are closed.