Odisha news

ପ୍ରତିଦିନ ସକାଳୁ ଉଠି କରନ୍ତୁ ଏହି ଉପାୟ : ଦୁର ହୋଇଯିବ ପଇସାର ସମସ୍ୟା

ହିନ୍ଦୁ ଧର୍ମରେ ଆମେ ପ୍ରାୟ ସମସ୍ତେ ମାତା ଲକ୍ଷ୍ମୀଙ୍କୁ ସନ୍ତୁଷ୍ଟ କରିବା ପାଇଁ ପୂଜା କରିଥାଉ । ମାନ୍ୟତା ଅନୁସାରେ ମା ଲକ୍ଷ୍ମୀଙ୍କ ର ଯାହା ଉପରେ ଆଶୀର୍ବାଦ ରହିଥାଏ ତାର ଭାଗ୍ୟ ସମ୍ପୂର୍ଣ ବଦଳି ଯାଇଥାଏ । କିନ୍ତୁ ଯେଉଁ ବ୍ୟକ୍ତି ଉପରେ ମାତା ଲକ୍ଷ୍ମୀ ଅସନ୍ତୁଷ୍ଟ ରହି ଥାଆନ୍ତି ତାର ଭାଗ୍ୟ ଉଜୁଡ଼ି ଯାଇଥାଏ । ତେଣୁ ନିଜ ଜୀବନରୁ ସମସ୍ତ ଅସୁବିଧା ଦୁର କରିବା ପାଇଁ କିଛିଟା ଉପାୟ କରିବା ଉଚିତ୍ ।

* ସବୁଦିନ ସକାଳୁ ଉଠି ଗୁରୁଜନଙ୍କ ପ୍ରଣାମ କରନ୍ତୁ – ମାତା ପିତା ହେଉଛନ୍ତି ଚଳନ୍ତି ଠାକୁର ବୋଲି କୁହାଯାଏ । ପ୍ରତିଦିନ ସକାଳୁ ମାତା ପିତାଙ୍କ ପାଦ ସ୍ପର୍ଶ କରିବା ଦ୍ୱାରା ଜୀବନରେ ସମସ୍ତ କାର୍ଯ୍ୟରେ ସଫଳତା ମିଳିଥାଏ । ମାତା ପିତାଙ୍କୁ ପ୍ରଣାମ କଲେ ଘରକୁ ସକରାତ୍ମକ ଶକ୍ତି ଆସିଥାଏ । ଏହି ଆଶୀର୍ବାଦ ଆପଣଙ୍କୁ ପ୍ରଗତିର ମାର୍ଗରେ ନେଇଥାଏ ।

* ଏହି ମନ୍ତ୍ର ସହିତ ତୁଳସୀ ଙ୍କୁ ଅର୍ପଣ କରନ୍ତୁ ଜଳ – ଆମ ହିନ୍ଦୁ ପରିବାରରେ ପ୍ରାୟ ସବୁଦିନ ସକାଳୁ ସମସ୍ତେ ଗାଧୋଇ ତୁଳସୀ ଙ୍କୁ ଜଳ ଅର୍ପଣ କରି ଥାଆନ୍ତି । ମାନ୍ୟତା ରହିଛି ମା ବୃନ୍ଦା ବତୀ ଙ୍କୁ ଜଳ ଅର୍ପଣ କଲେ ସମସ୍ତ ଅସୁବିଧା ଦୂରେଇ ଯାଇଥାଏ । ତା ସହିତ ” ଓଁ ନମଃ ଭଗବତେ ବାସୁଦେବାୟ ” ମନ୍ତ୍ରଟିକୁ ନିୟମିତ ଉଚ୍ଚାରଣ କରନ୍ତୁ ।

* ଘରର ମୁଖ୍ୟ ଦ୍ଵାରରେ ଦ୍ଵୀପ ଜଳନ୍ତୁ – ସବୁଦିନ ସକାଳୁ ଗାଧୋଇ ପୂଜା ସାରିବା ପରେ ଘରର ମୁଖ୍ୟ ଦ୍ଵାରରେ ଗୋଟିଏ ଦ୍ଵିପ ଜଳାନ୍ତୁ । ଏହାଦ୍ବାରା ଘରକୁ ସୁଖ ସମୃଦ୍ଧି ଆସିଥାଏ ।

Comments are closed.