Odisha news

ଆୟୁର୍ବେଦ ଅନୁସାରେ ବ୍ଲାକ୍ କଫିର ସ୍ଵାସ୍ଥ୍ୟଗତ ଲାଭ : ଓଜନ ହ୍ରାସ କରିବା ପାଇଁ ବ୍ଲାକ କଫି ଖୁବ୍ ହିତକର

ଆଜି ଆମେ ଆପଣଙ୍କ ପାଇଁ ନେଇକି ଆସିଚୁ ବ୍ଲାକ କଫି ପିଇବାର ଲାଭ ବିଷୟରେ । ବ୍ଲାକକଫି ର ସୁଗନ୍ଧ ମନକୁ ଠିକ୍ କରିବା ସହ ମାଇଣ୍ଡ କୁ ମଧ୍ୟ ରିଲାକ୍ସ କରିଥାଏ । କିନ୍ତୁ ବ୍ଲାକକଫି ର ସ୍ଵାସ୍ଥ୍ୟଗତ ଲାଭ ଅନେକ ରହିଛି । ମେମୋରି କୁ ବୁଷ୍ଟ୍ କରିବା ପାଇଁ ବ୍ଲାକକଫି ଖୁବ୍ ହିତକର ଓ ସବୁଠୁ ବଡ଼ କଥା ଟି ହେଲା ବ୍ଲାକକଫି ଓଜନ ହ୍ରାସ କରିବା ପାଇଁ ସାହାଯ୍ୟ କରିଥାଏ ।
ବ୍ଲାକକଫି ରେ ଥିବା ତତ୍ତ୍ଵ ଗୁଡ଼ିକ –
ବ୍ଲାକକଫି ରେ ମାଙ୍ଗାନିଜ , ପୋଟାସିୟମ , ମଗ୍ନେସୀୟମ , ଭିଟାମିନ ବି 5 , ଭିଟାମିନ ବି 3, ବ୍ୟତୀତ ବ୍ଲାକକଫି ରେ କାଫିନ ର ମାତ୍ରା ମଧ୍ୟ ରହିଥାଏ । ଯାହା ଶରୀର ପାଇଁ ଆବଶ୍ୟକ ।
* ଲିଭର କୁ ସୁସ୍ଥ ରଖିଥାଏ ବ୍ଲାକକଫି – ଆୟୁର୍ବେଦ ଅନୁସାରେ ଗବେଷକ ମାନେ ମତ ଦେଇଛନ୍ତି ଯେ ପ୍ରତିଦିନ ବ୍ଲାକକଫି ପିଇବା ଦ୍ଵାରା ଲିଭର୍ ସୁସ୍ଥ ରହିଥାଏ । ଯେଉଁ ଲୋକମାନେ ଦିନକୁ ୨-୩ କପ୍ ବ୍ଲାକକଫି ପିଇ ଥାଆନ୍ତି ସେମାନଙ୍କ ଲୀଭର ୮୦ ପ୍ରତିଶତ ପର୍ଯ୍ୟନ୍ତ ଠିକ୍ ରହିଥାଏ ।
* ମେମୋରୀ କୁ ବୁଷ୍ଟ କରିଥାଏ ବ୍ଲାକକଫି –
କଫି ରେ ଥିବା କାଫିନ ର ମାତ୍ରା ମସ୍ତିଷ୍କ କୁ ଠିକ୍ ରେ କାର୍ଯ୍ୟ କରିବା ପାଇଁ ସକ୍ଷମ କରିଥାଏ ଓ ମସ୍ତିସ୍କ ର କାର୍ଯ୍ୟ ଦକ୍ଷତା ବଢାଇ ଥାଏ ।
* କଫି ରେ ଥିବା ତତ୍ତ୍ଵ କାଫିନ ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ । ଏଥିରେ ଥିବା କାଫିନ ନାମକ ତତ୍ତ୍ଵ ମେଟାବୋଲିଯିମ ଭୋଜନ ରୁ ଶକ୍ତି ବଢୁଥିବା କ୍ରିୟା କୁ ସଂଶୋଧନ କରିଥାଏ । ଗୋଟିଏ ଗବେଷଣା ଅନୁସାରେ କାଫିନ ସେବନ ଉର୍ଜା କୁ ସନ୍ତୁଳିତ କରିଥାଏ ଓ ମୋଟାପଣ କୁ ନିୟନ୍ତ୍ରିତ କରିଥାଏ ।
Shares