Odisha news

ଦୀର୍ଘ ୬ ଘଣ୍ଟା ପର୍ଯ୍ୟନ୍ତ ସୋସିଆଲ୍ ମିଡିଆ ଫେସବୁକ୍, ହ୍ବାଟ୍‌ସଆପ୍ ଓ ଇନ‌ଷ୍ଟାଗ୍ରାମ୍ ସେବା ସେବା ଅଚଳ : ଭାରତୀୟ ମୁଦ୍ରାରେ ତାହା ୫ ଲକ୍ଷ ୧୮ ହଜାର କୋଟି ଟଙ୍କା କ୍ଷତି

ନୂଆଦିଲ୍ଲୀ: ସାରା ବିଶ୍ବରେ ବହୁଳ ଭାବେ ବ୍ୟବହାର ହେଉଥିବା ସୋସିଆଲ୍ ମିଡିଆ ଫେସବୁକ୍, ହ୍ବାଟ୍‌ସଆପ୍ ଓ ଇନ‌ଷ୍ଟାଗ୍ରାମ୍ ସେବାରେ ଗତକାଲି ବଡ଼ ଧରଣର ବିଭ୍ରାଟ ଦେଖାଦେଇଥିଲା। ଦୀର୍ଘ ୬ ଘଣ୍ଟା ପର୍ଯ୍ୟନ୍ତ ଏହି ତିନି ସଂସ୍ଥାର ସେବା ଅଚଳ ରହିଥିଲା। ଭାରତରେ ରାତି ୯ଟା ପରଠାରୁ ଏହି ବିଭ୍ରାଟ ଦେଖାଦେଇଥିଲା। ହ୍ବାଟସ୍‌ଆପ୍‌ରେ ଲୋକମାନେ ମେସେଜ୍‌ ପଠାଇ ପାରିନଥିଲେ ଓ ପାଇନଥିଲେ। ଫେସବୁକ୍ ‌ଖୋଲିଲେ ‘ଏରର୍‌ ପେଜ୍’ ବାର୍ତା ପ୍ରଦର୍ଶିତ ହେଉଥିଲା। ଇନଷ୍ଟାଗ୍ରାମ୍‌ ମଧ୍ୟ କାମ କରିନଥିଲା। ଏହି ବିଭ୍ରାଟ ପଛର କାରଣ ବିଷୟରେ ଯଦିଓ ଫେସବୁକ୍ ପକ୍ଷରୁ କୌଣସି ଆନୁଷ୍ଠାନିକ ସୂଚନା ଦିଆଯାଇନାହିଁ, କିନ୍ତୁ କୁହାଯାଉଛି ଯେ କଂପାନିର ଏକ ଆଭ୍ୟନ୍ତରୀଣ ରାଉଟର୍‌ ବଦଳାଇବା ସମୟରେ ଏହି ସମସ୍ୟା ଉପୁଜିଥିଲା। ସ୍ଥିତି ଉପରେ ନିୟନ୍ତ୍ରଣ ହାସଲ ଲାଗି ଫେସ୍‌ବୁକ୍‌ର ଇଞ୍ଜିନିୟରିଂ ଟିମ୍‌କୁ ବହୁ ପରିଶ୍ରମ କରିବାକୁ ପଡ଼ିଥିଲା। ଛଅ ଘଣ୍ଟା ପରେ ଧୀରେ ଧୀରେ ସ୍ଥିତି ସ୍ବାଭାବିକ ହୋଇଥିଲା।

ଏହି ବିଭ୍ରାଟ ଫେସ୍‌ବୁକ୍‌ର ସିଇଓ ମାର୍କ ଜୁକରବର୍ଗଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। କଂପାନିର ସେୟାର ମୂଲ୍ୟ ହ୍ରାସ ପାଇବାରୁ ସେ ୭୦୦ କୋଟି ଡଲାରର କ୍ଷତି ସହିଛନ୍ତି। ଭାରତୀୟ ମୁଦ୍ରାରେ ତାହା ୫ ଲକ୍ଷ ୧୮ ହଜାର କୋଟି ଟଙ୍କା ହେବ ବୋଲି ହିସାବ କରାଯାଇଛି। ସମ୍ପତ୍ତିରେ ହ୍ରାସ ଯୋଗୁଁ ସେ ବିଶ୍ବ ଧନୀ ତାଲିକାର ତୃତୀୟରୁ ପଞ୍ଚମ ସ୍ଥାନକୁ ଖସିଆସିଛନ୍ତି। ‌ଫେସବୁକ୍ ବିଜ୍ଞାପନ ବାବଦରେ ମଧ୍ୟ ବହୁ କ୍ଷତି ସହିଛି। ଦୀର୍ଘ ସମୟ ପର୍ଯ୍ୟନ୍ତ ସମସ୍ୟାର ସମାଧାନ ନହେବାରୁ ଅନେକ ବିଜ୍ଞାପନଦାତା ସେମାନଙ୍କ ବିଜ୍ଞାପନ ପ୍ରତ୍ୟାହାର କରିନେଇଥିଲେ। ତିନି କଂପାନି ସେବାରେ ଦେଖାଦେଇଥିବା ବିଭ୍ରାଟ ପାଇଁ ଜୁବରବର୍ଗ ଲୋକମାନଙ୍କୁ କ୍ଷମା ମାଗିଛନ୍ତି। ହ୍ବାଟସ୍‌ଆପ୍ ପକ୍ଷରୁ ମଧ୍ୟ ବ୍ୟବହାରକାରୀଙ୍କୁ କ୍ଷମା ପ୍ରାର୍ଥନା କରାଯାଇଛି। ସେବାରେ ବିଭ୍ରାଟ ଲାଗି ଫେସବୁକ୍‌ର ଇଞ୍ଜିନିୟରିଂ ଟିମ୍ ମଧ୍ୟ ବ୍ୟବହାରକାରୀମାନଙ୍କୁ କ୍ଷମା ମାଗିଛନ୍ତି।

Nalco

Comments are closed.