Odisha news

ନାଲକୋର ଅବସରପ୍ରାପ୍ତ କର୍ମଚାରୀମାନଙ୍କୁ ଅବସର ଗ୍ରହଣ ଦିନ କର୍ମଚାରୀ ଭବିଷ୍ୟନିଧି ସଂଗଠନ ଦ୍ୱାରା ପେନସନ୍ ଭୁଗତାନ ଆଦେଶ ପ୍ରଦାନ

ଭୁବନେଶ୍ୱର : କର୍ମଚାରୀ ଭବିଷ୍ୟନିଧି ସଂଗଠନ (ଇପିଏଫ୍ଓ) ର ଭୁବନେଶ୍ୱରସ୍ଥ ଆଞ୍ଚଳିକ ପ୍ରୋଭିଡେଣ୍ଟ୍ ଫଣ୍ଡ୍ କମିଶନର୍, ପେନ୍‌ସନ୍‌ ଭୂଗତାନ ଆଦେଶ (ପିପିଓ) କୁ ନାଲକୋ କର୍ପୋରେଟ ଅଫିସ୍ ର ଅବସର ଗ୍ରହଣ କରିଥିବା କର୍ମଚାରୀମାନଙ୍କୁ ଅବସର ଗ୍ରହଣ ଦିନ ଅର୍ଥାତ୍ ସେପ୍ଟେମ୍ବର ୩୦ ତାରିଖରେ ପ୍ରଦାନ କରିଥିଲେ।

ଉଲ୍ଲେଖଯୋଗ୍ୟ ଯେ ଭାରତ ସରକାରଙ୍କ ‘ପ୍ରୟାସ’ (ଚଜଇଣଇଇଝ) ପଦକ୍ଷେପ ଅନୁଯାୟୀ, ପିପିଓ ଅବସର ଗ୍ରହଣ ଦିନ ଅବସରପ୍ରାପ୍ତ କର୍ମଚାରୀଙ୍କୁ ହସ୍ତାନ୍ତର କରାଯାଉଅଛି । ପ୍ରୟାସ ସ୍କିମ୍ ଦ୍ୱାରା କର୍ମଚାରୀଙ୍କ ଅବସର ତାରିଖ ପୂର୍ବରୁ କାଗଜପତ୍ର ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ କରି ଦୀର୍ଘଦିନର ଅପେକ୍ଷାକୁ ଦୂର କରାଯାଇ ପାରିଛି ।

ଆଞ୍ଚଳିକ ପି.ଏଫ.ସି-ଓ ଶ୍ରୀ ସୁଦୀପ୍ତ ଘୋଷ, ନାଲକୋ ମୁଖ୍ୟ କାର୍ୟ୍ୟାଳୟର ଅବସରପ୍ରାପ୍ତ କର୍ମଚାରୀମାନଙ୍କୁ ନାଲକୋର ଅଧ୍ୟକ୍ଷ ଶ୍ରୀ ଶ୍ରୀଧର ପାତ୍ରଙ୍କ ଉପସ୍ଥିତିରେ ପି.ପି.ଓ ହସ୍ତାନ୍ତର କରିଥିଲେ । ନାଲକୋର ନିର୍ଦ୍ଦେଶକ (ମାନବ ସଂବଳ) ଶ୍ରୀ ରାଧାଶ୍ୟାମ ମହାପାତ୍ର, ନିର୍ଦ୍ଦେଶକ (ପି ଆଣ୍ଡ ଟି) ଏବଂ ନିର୍ଦ୍ଦେଶକ (ଅର୍ଥ) – ଅତିରିକ୍ତ ଦାୟିତ୍ୱ, ଶ୍ରୀ ମନସା ପ୍ରସାଦ ମିଶ୍ର, ଏବଂ ଇପିଏଫ୍ଓ ତରଫରୁ ଅତିରିକ୍ତ କେନ୍ଦ୍ରୀୟ ପିଏଫସି ଶ୍ରୀ ପି. ବୀରଭଦ୍ର ସ୍ୱାମୀ ଏବଂ ଏନଫୋର୍ସମେଣ୍ଟ ଅଧିକାରୀ ଶ୍ରୀ ସି.ଆର. ସ୍ୱାଇଁ, ଉପସ୍ଥିତ ଥିଲେ।

ଏହି ଅବସରରେ ଶ୍ରୀ ସୁଦୀପ୍ତ ଘୋଷ ଏବଂ ଶ୍ରୀ ପି. ବୀରଭଦ୍ର ସ୍ୱାମୀ, ସମୟସୀମା ମଧ୍ୟରେ କର୍ମଚାରୀମାନଙ୍କ ତଥ୍ୟକୁ ସଂପୂର୍ଣ୍ଣ କରାଯିବା ସହ ଆବଶ୍ୟକୀୟ କାଗଜପତ୍ର ଦାଖଲ କରା ଯାଇପାରିଥିବାରୁ ନାଲକୋର ଏନଇପିଏଫ ଟିମ୍ ର ଉଦ୍ୟମକୁ ମଧ୍ୟ ପ୍ରଶଂସା କରିଥିଲେ ।

Nalco

Comments are closed.