Odisha news

ଶରୀରରେ ଅଧିକ କୋଲେଷ୍ଟ୍ରାଲ ଓ ତ୍ଵଚାର ସମସ୍ୟାକୁ କିପରି ନିୟନ୍ତ୍ରିତ କରିବେ : ଆସନ୍ତୁ ଜାଣିବା

ଆଜିକାଲି ଅଧିକାଂଶ ଲୋକ କୋଳେଷ୍ଟ୍ରାଲ ଦ୍ଵାରା ପ୍ରଭାବିତ ହେଉଛନ୍ତି । କୋଲଷ୍ଟ୍ରାଲ ଦୁଇ ପ୍ରକାରର । ଗୋଟିଏ ଗୁଡ କୋଳେଷ୍ଟ୍ରାଲ୍ ଓ ଅନ୍ୟଟି ବ୍ୟାଡ୍ କୋଲେଷ୍ଟ୍ରାଲ । ଗୁଡ଼ କୋଲେଷ୍ଟ୍ରାଲ କୁ HDL ଓ ବ୍ୟାଡ୍ କୋଲେଷ୍ଟ୍ରାଲ କୁ LDL କୁହାଯାଏ । ଏହି ଦୁଇଟି ସନ୍ତୁଳିତ ରହିବା ନିହାତି ଆବଶ୍ୟକ । ଗୁଡ କୋଲେଷ୍ଟ୍ରାଲ ଶରୀରରେ ହରମନ୍ ଓ ଭିଟାମିନ ଡି ର ନିର୍ମାଣ କରିଥାଏ । ଏହି କୋଲେଷ୍ଟ୍ରାଲ ଶରୀରର ସମସ୍ତ ଜରୁରୀ କାର୍ଯ୍ୟକୁ କରିଥାଏ । କିନ୍ତୁ ବ୍ୟାଡ୍ କୋଲେଷ୍ଟ୍ରାଲ ଆମ ଧମନୀ ରେ ଜମିବାକୁ ଲାଗିଥାଏ ଓ ଯେଉଁ କାରଣରୁ ବିଭିନ୍ନ ରୋଗ ଜନ୍ମ ନେଇଥାଏ , ଯେମିତି ହୃଦ୍ ରୋଗ , ରକ୍ତ ପ୍ରବାହ ଠିକ୍ ରେ ହୁଏ ନାହିଁ । ଶରୀରରେ ବ୍ୟାଡ୍ କୋଲେଷ୍ଟ୍ରାଲ ବୃଦ୍ଧି ପାଇବା ଦ୍ଵାରା ଏହାର ପ୍ରଭାବ ତ୍ୱଚା ଓ ଶରୀର ଉପରେ ପଡିଥାଏ ।
* ତ୍ୱଚା ରେ ଏହିସବୁ ଲକ୍ଷଣ ଦେଖାଦିଏ – ବ୍ୟାଡ୍ କୋଲେଷ୍ଟ୍ରାଲ ବୃଦ୍ଧି ପାଇଲେ ଶରୀରରେ ସାମାନ୍ୟ ହଳଦିଆ ରଙ୍ଗର ଦାଗ ଦେଖିବାକୁ ମିଳିଥାଏ , ତେଣୁ ଏହାକୁ ସମୟ ଥାଉ ଥାଉ ଏହାକୁ ଟେଷ୍ଟ କରି ଠିକ୍ ସମୟରେ ଡାକ୍ତର ଙ୍କୁ ପରାମର୍ଶ କରନ୍ତୁ । ନଚେତ୍ ଏହା ହୃଦ୍ ରୋଗ ର କାରଣ ମଧ୍ୟ ହୋଇପାରେ ।
* ଆଖି ଉପରେ ଚକଡା଼ ଚକଡା଼ ଦାଗ – ଯଦି ଆପଣଙ୍କ ଶରୀରରେ କୋଲେଷ୍ଟ୍ରାଲ ଅଧିକ ଦେଖାଦିଏ ତେବେ ଆଖିର ଉପରି ଭାଗରେ ଚକଡା଼ ଚକଡା଼ ହୋଇ ବାହାରି ଥାଏ , ଏହାକୁ ଅଣଦେଖା କରିବା ଉଚିତ୍ ନୁହେଁ ।
* ହାତ ଓ ପାଦ ରେ ଯନ୍ତ୍ରଣା ଅନୁଭବ କରିବା – ଅଧିକାଂଶ ସମୟରେ କୋଲେଷ୍ଟ୍ରାଲ ସ୍ତର ବୃଦ୍ଧି ହେବା ଦ୍ବାରା ହାତ ଓ ପାଦ ରେ ଯନ୍ତ୍ରଣା ଅନୁଭବ ହୋଇଥାଏ । ଠିକ୍ ଭାବରେ ଚଲବୁଲା ମଧ୍ୟ କରି ହୁଏନାହିଁ ।
ଏହିସବୁ କାରଣରୁ ବଢ଼ିଥାଏ କୋଲେଷ୍ଟ୍ରାଲ – ହୃଦରୋଗ , ମଧୁମେହ , କିଡନୀ ରୋଗ , ଶୋରିଆସିସ ଇତ୍ୟାଦି ।
କିପରି ନିୟନ୍ତ୍ରତ କରିବେ କୋଲେଷ୍ଟ୍ରାଲ ?
* ଶରୀରରେ କୋଲେଷ୍ଟ୍ରାଲ ସ୍ତର କୁ ନିୟନ୍ତ୍ରିତ ରଖିବା ପାଇଁ ଫାଷ୍ଟ ଫୁଡ୍ , ଜଙ୍କ ଫୁଡ୍ , ଫ୍ରାଏଡ ଫୁଡ୍ ଠାରୁ ଦୂରତା ରଖନ୍ତୁ ।
* ଲହୁଣୀ , ଚକୋଲେଟ୍ ଓ ଅଧିକ ଡାଏରୀ ପ୍ରଡକ୍ଟ ଖାଇବାରୁ ଦୁରେଇ ରୁହନ୍ତୁ ।
* ଓଜନ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରନ୍ତୁ ।
* ଧୁମ୍ରପାନ୍ , ନିଶା ଠାରୁ ଦୂରେଇ ରୁହନ୍ତୁ ।
Shares