Odisha news

ବ୍ରିଟେନ କୁ ନେଇ ଭାରତର କଠୋର ନିଷ୍ପତି : ଭାରତ ହକୀ ଦଳ ବର୍ମିଂହମ୍ କମନ୍ ୱେଲ୍ଥ ଗେମ୍ ୨୦୨୨ରୁ ଓହରିଲା

ନୂଆଦିଲ୍ଲୀ : ଭାରତରେ କରୋନା ମହାମାରୀ କୁ ନେଇ ଓ ଭାରତୀୟ ଯାତ୍ରୀ ମାନଙ୍କୁ ନେଇ ବ୍ରିଟେନ ସରକାରଙ୍କର ଭେଦଭାବ ପୂର୍ଣ୍ଣ କ୍ୱରେନଟିନ କୁ ନେଇ ଉପୁଜିଥିବା ବିବାଦ ଆଧାରରେ ଆସନ୍ତା ବର୍ଷ ବର୍ମିଂହମ ରେ ହେବାକୁ ଥିବା କମନ ୱେଲ୍ଥ ଗେମ୍ ର ହକି ଟୁର୍ଣ୍ଣାମେଣ୍ଟରୁ ଭାରତ ଓହରି ଯାଇଛି । ଇଂଲଣ୍ଡ ମଧ୍ୟ ଏହି କାରଣକୁ ଦର୍ଶାଇ ଭୁବନେଶ୍ୱର ରେ ହେବାକୁ ଥିବା ଜୁନିଅର ମେନ୍ସ ୱାଲ୍ଡ କପ୍ ରୁ ଓହରି ଯାଇଛି । ହକି ଇଣ୍ଡିଆ ର ପ୍ରେସିଡେଣ୍ଟ ଜ୍ଞାନେନ୍ଦ୍ର ନିଙ୍ଗୋମବାମ ଫେଡରେଶନ ର ନିଷ୍ପତି କୁ ନେଇ ଇଣ୍ଡିଆନ ଅଲମ୍ପିକ୍ସ ଆସୋସିଏସନ୍ ଅଧକ୍ଷ ନରିନ୍ଦର୍ ବାତ୍ରା ଙ୍କୁ ଅବଗତ କରାଇ ଦେଇଛନ୍ତି ।
ହକି ଇଣ୍ଡିଆ ପକ୍ଷରୁ କୁହାଯାଇଛି ଯେ ବାର୍ମିଂହମ୍ ରାଷ୍ଟ୍ର ମଣ୍ଡଳ ଖେଳ ଓ ହାଙ୍ଗ୍ୟୁ ଏସିଆଇ ଖେଳ ମଧ୍ୟରେ କେବଳ ୩୨ ଦିନର ଅନ୍ତର ରହିଛି ଓ ସେମାନେ ନିଜର ଖେଳାଳି ମାନଙ୍କୁ ବ୍ରିଟେନ ପଠାଇ ଅସୁବିଧାରେ ପଡ଼ିବାକୁ ଚାହୁଁ ନାହାନ୍ତି ଯାହା କରୋନା ମହାମାରୀ ଦେଶ ମାନଙ୍କ ମଧ୍ୟରେ ସାମିଲ ଅଛି ।
ହକି ଇଣ୍ଡିଆ ର ପ୍ରେସିଡେଣ୍ଟ କହିଛନ୍ତି ଯେ ଭାରତ କରୋନା ପ୍ରଭାବିତ ଦେଶକୁ ନିଜର ପୁରୁଷ ଓ ମହିଳା ହକି ଦଳକୁ ପଠାଇ କୌଣସି ଅସୁବିଧା ରେ ପଡ଼ିବାକୁ ଚାହୁଁ ନାହିଁ । ତେଣୁ ଭାରତ ପକ୍ଷରୁ ବର୍ମିଁ ହମ୍ ରାଷ୍ଟ୍ର ମଣ୍ଡଳ ଖେଳ କୁ ଉଭୟ ଭାରତୀୟ ହକି ଦଳ ଙ୍କୁ ଯିବାକୁ ବାରଣ କରାଯାଇଛି । ସମୟ ପୂର୍ବରୁ ଏହି ବିଷୟରେ ଆପଣଙ୍କୁ ସୂଚିତ କରାଯାଉଛି ।
ବ୍ରିଟେନ ନିକଟରେ ଭାରତକୁ କୋଭିଡ୍ ଭ୍ୟକ୍ସିନ ସାର୍ଟିଫିକେଟ ମାନ୍ୟତା ଦେବା ପାଇଁ ମନା କରିବାରୁ ଏପରି ଅପ୍ରୀତିକର ପରିସ୍ଥିତି ଉପୁଜି ଥିଲା । ବ୍ରିଟେନ ଭାରତୀୟ ନାଗରିକ ମାନଙ୍କୁ ନେଇ ଯେଉଁ କଠୋର ପଦକ୍ଷେପ ଉଠାଇଛି ତାର ପ୍ରତି ବଦଳରେ ଭାରତ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।
Shares