ବୋରିଗୁମ୍ମା(କେ.ସାକିଲି ଦୋରା)—ଗାଁ ଲୋକେ ସୁବିଧା ରେ ଯାତାୟାତ କରିବେ ବୋଲି ସରକାର ବିଭିନ୍ନ ଯୋଜନା ପ୍ରସ୍ତୁତ କରୁଛନ୍ତି କିନ୍ତୁ ଏହା ଉପାନ୍ତ ଅଞ୍ଚଳରେ ଜନ ହିତକର ଯୋଜନାପହଁଚି ପାରୁନଥିବା ଅଭିଯୋଗ ହୋଇଛି । ଗାଁ ରେ ମାଟି ରାସ୍ତା ଥିବା ବେଳେ ଏ ଯାଇଁ ବି ପକ୍କା ରାସ୍ତା ଟିଏ ହୋଇ ପାରିନାହିଁ ।ଏଭଳି ଏକ ଅଭିଯୋଗ ଆଣିଛନ୍ତି କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ବାଣ୍ଡିଗୁଡା ପଂଚାୟତ ବଡନାୟକଗୁଡା ଗ୍ରାମବାସୀ । ଲୋକଙ୍କ କହିବା ମତରେ ଗାଁର ମୁଖ୍ୟ ରାସ୍ତାର ଅବସ୍ଥା ବର୍ଷା ଦିନ ହୋଇଥିବାରୁ ଶୋଚନୀୟ ହୋଇ ପଡିଛି । ବଡନାୟକଗୁଡା ଗାଁରେ ପାଖା ପାଖି ଶହେ ପରିବାର ରହନ୍ତି । ଏହି କାଦୁଅ ରାସ୍ତା ହିଁ ଲୋକଙ୍କର ଲାଇଫ ଲାଇନ କହିଲେ ଚଳେ ।
ଏହି ରାସ୍ତା ଦେଇ ଗାଁ ଲୋକଙ୍କ ନୀତିଦିନିଆ ଚଳପ୍ରଚଳ ଲାଗିରହେ । ସେହିପରି ମୋଟର ସାଇକେଲ ତ ଦୂରର କଥା ସାଇକେଲ ରେ ମଧ୍ୟ ଏ ବାଟ ଦେଇ ଗଲେ କାଦୁଅ କୁ ଚକ ଖସି ଯିବାର ଭୟ ରହୁଛି ବୋଲି କହିଛନ୍ତି ଗ୍ରାମବାସୀ । ଗ୍ରାମବାସୀଙ୍କ ପକ୍ଷରୁ ସରପଞ୍ଚ ଠୁ ଆରମ୍ଭ କରି ପଂଚୟତ ଅଧିକାରୀ ଏବଂ ବ୍ଲକ ପ୍ରଶାସନକୁ ଜଣାଇଲେ ମଧ୍ୟ ରାସ୍ତାଟିଏ ଠିକରେ ହୋଇ ପାରିନାହିଁ ବୋଲି କହିଛନ୍ତି ଗ୍ରାମବାସୀ । ଗ୍ରାମବାସୀ ମାନେ ତୁରନ୍ତ ଏହି ରାସ୍ତା ଟିକୁ ମରାମତି କରିବା ପାଇଁ ଦାବି କରିଛନ୍ତି । ଗ୍ରାମର ୱାର୍ଡ ମେମ୍ବର ପର୍ଶୁରାମ ଭକ୍ତ, ଡମ୍ବୁରୁ ଗାଦବା,ସୁନାଧର ଗାଦବା,ପଦଲାମ ଗାଦବା, ଡମୁ ଗାଦବା,ଟଙ୍କଧର ଗାଦବା ,ସଦା ଗାଦବା,ଭାଗୀରଥି ସାନ୍ତା, ଧନ୍ଯର୍ଯ୍ୟୟ ସାନ୍ତା ,ଧନପତି ଗାଦବା,ଖନ୍ତ ଗାଦବା,ନିଳାମ୍ବର ଗାଦବା,ଲମ୍ବଦର ଗାଦବା, ଧନପତି ହରିଜନ,ଜଗନ୍ନାଥ ହରିଜନ ,ଲକ୍ଷ୍ମଣ ଗାଦବା ପ୍ରମୁଖ ତୁରନ୍ତ ଏହି ରାସ୍ତା ଟିକୁ ସମ୍ପୂର୍ଣ୍ଣ ମରାମତି କରିବା ପାଇଁ ଦାବି କରିଛନ୍ତି ।
Comments are closed.