ନୂଆଦିଲ୍ଲୀ : କରୋନା ଭାଇରସ ର ଡେ଼ଲ୍ଟା ଭାରୀଏଣ୍ଟ କୁ ନେଇ ଆଶ୍ଚର୍ଯ୍ୟ କଲାଭଳି ତଥ୍ୟ ସାମ୍ନାକୁ ଆସିଛି l ଆମେରିକାରେ ହୋଇଥିବା ଗୋଟିଏ ଗବେଷଣା ରେ ଖୁଲାସା ହୋଇଛି ଯେ କରୋନା ର ଏହି ଭାରୀଏଣ୍ଟ ଲୋକ ମାନଙ୍କୁ ଚିକେନ ପକ୍ସ ଭଳି ଲୋକ ମାନଙ୍କ ମଧ୍ୟରେ ବ୍ୟାପି ପାରେ l ଆମେରିକାର ରୋଗ ନିୟନ୍ତ୍ରକ କେନ୍ଦ୍ର ଏହି ଗବେଷଣା ରେ ନ୍ୟୁ ୟର୍କ ଟାଇମ୍ସ ରେ ଛପା ଯାଇଥିବା ଗୋଟିଏ ତଥ୍ୟ ଅନୁସାରେ କରୋନା ର ଦ୍ଵିତୀୟ ଭାରୀଏଣ୍ଟ ତୁଳନାରେ ଡେ଼ଲ୍ଟା ଭାରୀଏଣ୍ଟ ଅଧିକ ସଂକ୍ରାମକ ଅଟେ ଓ UK ରେ ଅଧିକ କେଶ କରୋନା ର ଡେ଼ଲ୍ଟା ଭାରୀଏଣ୍ଟ କାରଣରୁ ଆସିଛି l
ଏହି ଭୁତାଣୁ କୁ ନେଇ ହୋଇଥିବା ଗବେଷଣା ଅନୁସାରେ ଚିନ୍ତା ଜନକ କଥା ଏହା ଅଟେ ଯେ ଦୁଇଟି ଡୋଜ ଟୀକା ନେଇଥିବା ବ୍ୟକ୍ତି ଟୀକା ନ ନେଇଥିବା ମଧ୍ୟରେ ସମାନ ପରିମାଣରେ ଡେ଼ଲ୍ଟା ଭାରୀଏଣ୍ଟ ବ୍ୟାପୁଛି l CDC ର ନିର୍ଦେଶକ ଡ .ରୋସଲ ଵାଲେନ୍ସକି କହିଛନ୍ତି ଟୀକା କରଣ କରାଇଥିବା ବ୍ୟକ୍ତି ଙ୍କ ଗଳା ଓ ନାକରେ ସେତିକି ଭାଇରସ ରହିଥାଏ ଯେତିକି ଟୀକା ନେଇ ନଥିବା ବ୍ୟକ୍ତିଙ୍କ ନାକ ଓ ଗଳାରେ ଥାଏ l ଏହି ତଥ୍ୟ ରେ କୁହାଯାଇଛି ଯେ ଟୀକାର ଦୁଇଟି ଡୋଜ ନେଇଥିବା ବ୍ୟକ୍ତି ସୁରକ୍ଷିତ ଅଛନ୍ତି , ଏହା ସେମାନଙ୍କୁ ଗମ୍ଭୀର ଭାବରେ ସଂକ୍ରମଣ ହେବାରୁ ରକ୍ଷା କରୁଛି l ଲୋକମାନେ ସାମାଜିକ ଦୂରତା ଓ ମାସ୍କ ଆଦୌ ବ୍ୟବହାର କରୁ ନାହାନ୍ତି ତେଣୁ ଡେ଼ଲ୍ଟା ଭାରୀଏଣ୍ଟ ଦ୍ୱାରା ସଂକ୍ରମିତ ହେଉଛନ୍ତି l
ଏହି ତଥ୍ୟ ରେ କୁହାଯାଇଛି ଯେ ଡେ଼ଲ୍ଟା ଭାରୀଏଣ୍ଟ ପବନରେ ଯେତେ ଦ୍ରୁତ ଗତିରେ ବ୍ୟାପୁଛି , ତାହା ଆଲ୍ଫା ତୁଳନାରେ ୧୦ ଗୁଣ ଅଧିକ ଅଟେ l ଡେ଼ଲ୍ଟା ଦ୍ୱାରା ସଂକ୍ରମିତ ବ୍ୟକ୍ତି ରେ ଭାଇରସ ର ମାତ୍ରା ଭାଇରସର ମୂଳ ସଂକ୍ରମଣ ରୁ ସଂକ୍ରମିତ ଲୋକଙ୍କ ତୁଳନାରେ ଏକ ହଜାର ଗୁଣ ଅଧିକ ଅଟେ l ଏହି କାରଣରୁ କୁହାଯାଉଛି ଯେ ଡେ଼ଲ୍ଟା ଭାରୀଏଣ୍ଟ ରେ ଭାଇରସ ସଂଖ୍ୟା ହଜାର ଗୁଣ ଅଧିକ ଅଟେ l l ଡେ଼ଲ୍ଟା ଭାରୀଏଣ୍ଟ ର ପ୍ରଥମ ମାମଲା ଭାରତରେ ମିଳିଥିଲା l
Comments are closed.