ତିଖାଲି ଜଳ ସେଚନ ପ୍ରକଳ୍ପରୁ ଚାଷ ଜମିକୁ ଜଳ ଯୋଗାଣ ନେଇ ଜିଲ୍ଲା କୃଷକ ଶକ୍ତି ସଂଗଠନର ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା
ନୂଆପଡା୧୬/୭ ସକାଳ ଖବର ( ସୁରେନ୍ଦ୍ର ପ୍ରସାଦ ତିୱାରି) ନୂଆପଡା ଜିଲ୍ଲା ଖାଡିଆଳ ଠାରେ ଚାଷ ଜମିକୁ ଜଳ ଯୋଗାଣ ନେଇ ବିଭାଗୀୟ ଅଧିକାରୀଙ୍କ ସହ କୃଷକ ଶକ୍ତି ସଂଗଠନର ଆଲୋଚନା ପରେ, ଜଳ ସେଚନ ପ୍ରକଳ୍ପ କେନାଲ ଡିଭିଜନ ନିର୍ବାହୀ ଯନ୍ତ୍ରୀ ବିବେକାନନ୍ଦ ସାହୁ ଖଡ଼ିଆଳ ଅଂଚଳର ଚାଷୀଙ୍କ ପାଇଁ ମାଇନର, ସବ ମାଇନର ଏବଂ କେନାଲରେ ଜଳ ଯୋଗାଣ ହେବ ବୋଲି ପ୍ରତିଶ୍ରୁତି ଦେଇଥିବା ବେଳେ କେନାଲରେ ଜଳ ଛାଡିଛନ୍ତି। ଆଲୋଚନାର ମାତ୍ର କେଇ ଘଣ୍ଟା ପରେ ଚାଷୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ଜଳ ଯୋଗାଣ ହୋଇଅଛି। ଯେଉଁ ଚାଷୀଙ୍କ ଜମିରେ ପାଣି ଉପଲବ୍ଧ ଥିଲା ସେମାନେ ବେଉଷଣ କାର୍ଯ୍ୟ ଆରମ୍ଭ କରିଥିବା ବେଳେ ପାଣି ନଥିବା ଜମି ମାଲିକ ମାନେ ଚିନ୍ତାରେ ଥିଲେ। କେନାଲ କର୍ତ୍ତୃପକ୍ଷଙ୍କ ପଦକ୍ଷେପ ପରେ, ବର୍ତ୍ତମାନ କେନାଲ ଜଳରେ ଚାଷୀ ନିଜ ଜମିକୁ ଉପଯୁକ୍ତ ସମୟରେ ବେଉଷଣା କରି ପାରିବେ। କୃଷକ ଶକ୍ତି ସଂଗଠନର ଦୂର ଦୃଷ୍ଟି ପାଇଁ ଆଜି ନଷ୍ଟ ହେବାକୁ ବସିଥିବା ଧାନ ଫସଲଙ୍କୁ ବଞ୍ଚି ଯିବ ବୋଲି କୃଷକ ମାନେ ଉତ୍ସାହର ସହ କୃଷକ ଶକ୍ତି ସଂଗଠନ ଆବାହକ ସଞ୍ଜୟ ତିୱାରିଙ୍କୁ ଧନ୍ୟବାଦ ଜଣାଇଛନ୍ତି।
Comments are closed.