Odisha news

ଦୁର୍ଗମ ଅଂଚଳ ରେ ମ୍ୟାଲେରିଆ ନିରାକାରଣ ଅଭିଯାନ।

ନୂଆପଡା-୧୬/୭ ସକାଳ ଖବର (ସୁରେନ୍ଦ୍ର ପ୍ରସାଦ ତିୱାରି) ବର୍ଷା ଚାରିମାସ ଜଙ୍ଗଳ ବହୁଳ ଅଂଚଳରେ ମେଲେରିଆ ପ୍ରଭାବ ବ୍ୟାପକ ରହିଥାଏ। ତେଣୁ ସ୍ବାସ୍ଥ୍ୟ ବିବଜଗ ପକ୍ଷରୁ ବିଶେଷ ଧ୍ୟାନ ଦେଇଥାନ୍ତି। ନୂଆପଡା ଜିଲ୍ଲାର ବୋଡେ଼ନ ବ୍ଲକ ଅଧିନସ୍ଥ ନାଗପଡା ପଞ୍ଚାୟତ। ଖୋଲିଭିତର ଗ୍ରାମ ଦୁର୍ଗମ ମାଓ ପାର୍ବଣ ଅଂଚଳ ଅଟେ। ଗ୍ରାମ ରେ ମ୍ୟାଲେରିଆ ନିରାକରଣ ପାଇଁ ଦମନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅଞ୍ଚଳ କୁ ଯିବା ପାଇଁ ହେଲେ ନଦୀ, ନାଳ ପାର ହୋଇ ଯିବାକୁ ପଡେ । ମ୍ୟାଲେରିଆ ନିରାକରଣ କାର୍ଯ୍ୟକ୍ରମ ରେ ବୋଡେ଼ନ ଗୋଷ୍ଠି ଚିକିତ୍ସା ଅଧିକାରୀ ଡା.ସଂଜୀବ କୁମାର ନାଏକ ଙ୍କ ତତ୍ୱାବଧାନ ରେ ଏମ.ଟି.ଏସ ଦିବ୍ୟରଞ୍ଜନ ନାଏକ ଏବଂ ପି.ଏଚ.ଇ.ଓ ଡାକ୍ତର ମାଝୀ ଙ୍କ ନେତୃତ୍ୱ ରେ ଖୋଲି ଭିତର ଯାଇ ୨୮୦ ଜଣ ଙ୍କ ରକ୍ତ ନମୁନା ସଂଗ୍ରହ କରିବା ସହ ମାଗଣା ଔଷଧ ବଣ୍ଟନ କରାଯାଇଥିଲା | ସ୍ଵାସ୍ଥ୍ୟ କର୍ମୀ ରାଜେଶ ଦଣ୍ଡସେନା, ରମେଶ ଶବର, ସୋଭାଗିନୀ ପଣ୍ଡା ଆଶା କର୍ମୀ ଅଙ୍ଗନବାଡି କର୍ମୀ ପ୍ରମୁଖ ଉପସ୍ଥିତ ହୋଇ ସହଯୋଗ କରିଥିଲେ | ଜିଲ୍ଲାକୁ ମ୍ୟାଲେରିଆ ମୁକ୍ତ ଜିଲ୍ଲା କରିବା ଏହି ତୃଣମୂଳସ୍ତର ଯୋଦ୍ଧାଙ୍କ ଉଦ୍ୟମ ପ୍ରଶଂସନୀୟ।

Comments are closed.