Odisha news

ଭାଲୁ ଆକ୍ରମଣରେ ଜଣେ ଗୁରୁତର

ନବରଙ୍ଗପୁର (କେ.ସାକିଲି ଦୋରା)—ନବରଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକ ଅନ୍ତର୍ଗତ  ଫୁପୁଗାଁ ପଞ୍ଚାୟତ ଅଧିନ ପଲସଗାଁ ଗ୍ରାମର  ରବି ଲହରା ,ବୟସ ୪୫ ବର୍ଷ ଶନିବାର ଭୋର ସମୟରେ ନିଜ ଗ୍ରାମର କିଛି  ଲୋକଙ୍କ ସହ  ଛତୁ ସଂଗ୍ରହ କରିବା ଲାଗି ଗ୍ରାମଠାରୁ ଦେଢ଼ କିମି ଦୂର ଜଙ୍ଗଲ କୁ ଯାଇ ଭାଲୁ ଆକ୍ରମଣର ଶିକାର ହୋଇଛନ୍ତି l ଖବର ମୁତାବକ ଶନିବାର ସକାଳ ସମୟରେ  ପଲସଗାଁ ଗ୍ରାମର କିଛି ଲୋକ ଗାଁ ଠାରୁ ଦୁଇକିମି ଦୂର ଶାଗୁଆନ ଜଙ୍ଗଲ କୁ ବଡା ଛତୁ ସଂଗ୍ରହ କରିବା ଲାଗି ଯାଇଥିଲେ ତେବେ ରବି ଲୋହରା ଜଙ୍ଗଲ ରେ ଲୁଚି ରହିଥିବା  ଏକ ଭାଲୁ ହାବୁଡ଼ରେ ପଡିଯାଇଥିଲେ  l ଭାଲୁଟି  ରବି ଉପରକୁ ଝାମ୍ପ ଦେଇଥିବା ବେଳେ ରବିର ପାଟି ଶୁଣି ଅନ୍ୟ ମାନେ ଘଟଣା ସ୍ଥଳରେ ପହଂଚି ପାଟି ତୁଣ୍ଡ କରିଥିଲେ l  ଫଳରେ ଭାଲୁଟି ଛାଡ଼ି ପଳେଇ ଥିଲା l ତେବେ ଭାଲୁ ଆକ୍ରମଣରେ ରବିର ଡାହାଣ ହାତ ଟି କ୍ଷତବିଖ୍ୟତ ହୋଇଯାଇଥିଲା l ଘଟଣା ସ୍ଥଳରୁ ରବିକୁ ଗ୍ରାମକୁ ଅଣାଯିବା ପରେ ୧୦୮ ଜରିଆରେ ଝରୀଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା l ବର୍ତ୍ତମାନ ଆହତ ବ୍ୟକ୍ତି ଜଣକ ସୁସ୍ଥ ଥିବl ନେଇ ଡ଼. ସନ୍ତୋଷ ପ୍ରଧାନ କହିଛନ୍ତି lଆଜି ସୁଦ୍ଧା କେହି ବନ କର୍ମଚାରୀ ଆହତ ରବିଙ୍କ ନିକଟରେ ପହଂଚି ନଥିବା ଜଣା ପଡିଛି l

Comments are closed.