Odisha news

ପଞ୍ଜାବ କଂଗ୍ରେସରେ ନିଆଯାଇପାରେ ବଡ ନିଷ୍ପତି : ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କ ଘରେ ପହଁଚିଲେ

ନୂଆଦିଲ୍ଲୀ: ପଞ୍ଜାବରେ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ଏବଂ କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁଙ୍କ ମଧ୍ୟରେ ତିକ୍ତତା ଲାଗି ରହିଥିବା ବେଳେ ଆଜି ପଞ୍ଜାବର ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କ ଘରେ ପହଞ୍ଚିଛନ୍ତି | ଏହି ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ସବୁଠାରୁ ବଡ ପ୍ରତିଦ୍ୱନ୍ଦ୍ୱୀ ନବଜୋତ ସିଂ ସିଦ୍ଧୁଙ୍କୁ ନେଇ ବଡ଼ ଘୋଷଣା ହେବାର କଳ୍ପନାଜଳ୍ପନା ସୃଷ୍ଟି ହୋଇଛି। ଅମରିନ୍ଦର ସିଂ ଏକ ସ୍ୱତନ୍ତ୍ର ଚପର ଦ୍ୱାରା ଚଣ୍ଡିଗଡ଼ରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଥିବା ଜଣାପଡ଼ିଛି |

ନବଜୋତ ସିଂ ସିଦ୍ଧୁ ଦିଲ୍ଲୀରେ ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀଙ୍କୁ ଭେଟିବାର କିଛି ଦିନ ପରେ ଆଜି ସୋନିଆ ଗାନ୍ଧୀଙ୍କୁ ଭେଟିବା ପାଇଁ ସେ ଦିଲ୍ଲୀରେ ପହଞ୍ଚିଛନ୍ତି। ଗତ ସପ୍ତାହରେ ପଞ୍ଜାବ ବିବାଦର ସମାଧାନ ପାଇଁ ସୋନିଆ ଗାନ୍ଧୀଙ୍କ ଦ୍ୱାରା ନିଯୁକ୍ତ ତିନିଜଣିଆ ପ୍ୟାନେଲ ସହିତ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ଭେଟିଥିଲେ। ହେଲେ ସେ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ, ଏବଂ ପ୍ରିୟଙ୍କା ଗାନ୍ଧୀଙ୍କ ସହ ସାକ୍ଷାତ ନକରି ଫେରିଆସିଥିଲେ। ଆଜି ସେ ସ୍ୱତନ୍ତ୍ର ଭାବେ ସୋନିଆ ଗାନ୍ଧୀଙ୍କୁ ଭେଟିବାକୁ ଆସିଥିବା ବେଳେ ବୈଠକର ଫଳାଫଳ କ’ଣ ହେଉଛି, ତାହା ଦେଖିବାକୁ ବାକି ରହିଲା |

Comments are closed.