Odisha news

ଚୀନର ଗୁଇନ୍ଦା ବିଭାଗ ମୁଖ୍ୟ ନିଖୋଜ : ଜିନ୍ ପିଙ୍ଗି ଦେଲେ ନେତା ମାନଙ୍କୁ ସଚ୍ଚୋଟତାର ଶପଥ

ନୂଆଦିଲ୍ଲୀ : ଚୀନର ଗୁଇନ୍ଦା ବିଭାଗ ମୁଖ୍ୟ ଡୋଙ୍ଗ ଜୀଙ୍ଗ ବେଇ ଆମେରିକାକୁ ଫେରାର ହେବାର ଖବର ମଧ୍ୟରେ ଚୀନ୍ ରାଷ୍ଟ୍ରପତିଙ୍କ ପକ୍ଷରୁ ବଡ ପଦକ୍ଷେପ ଉଠା ଯାଇଛି । ଚୀନର ଶକ୍ତିଶାଳୀ କମ୍ୟୁନିଷ୍ଟ ପାର୍ଟିର ସମାରୋହ ପୂର୍ବରୁ ଜିନ୍ ପୀଙ୍ଗ ନିଜ ଦଳର ନେତା ମାନଙ୍କୁ ସଚ୍ଚୋଟ ତାର ଶପଥ ଦିଆଇ ଛନ୍ତି । ଏହି ସମୟରେ ଶପଥ ସମାରୋହକୁ ସେଠାକାର ଟିଭି ଗଣମାଧ୍ୟମରେ ପ୍ରସାରିତ କରାଯାଇଥିଲା ।
ଗତ କିଛି ଦିନ ହେଲାଣି ଗଣମାଧ୍ୟମ ପକ୍ଷରୁ ଦାବି କରାଯାଇଛି ଯେ ଚୀନର ଗୁଇନ୍ଦା ବିଭାଗ ମୁଖ୍ୟ ଆମେରିକା ଫେରାର ହୋଇ ଯାଇଛନ୍ତି । କେବଳ ଏତିକି ନୁହେଁ ଏହା ମଧ୍ୟ୍ୟ ଦାବି କରାଯାଇଛି ଯେ ବୁହାନ ଲ୍ୟାବ୍ ବିଷୟରେ ଆମେରିକାକୁ ତଥ୍ୟ ପ୍ରଦାନ କରିଥିଲେ । ଏହି ସମୟ ମଧ୍ୟରେ ଚୀନ୍ ରାଷ୍ଟ୍ରପତି ନିଜ ଦଳର ବୟସ୍କ ନେତା ମାନଙ୍କୁ ଶପଥ ନେବା ପାଇଁ କହିଥିଲେ ।
 ଏହି ଶପଥ ସମାରୋହରେ ଦଳର ନେତା ମାନେ ନିଜ ଦଳର ନେତୃତ୍ବକୁ ମନିବେ ଓ ଦେଶ ପାଇଁ ସଂଘର୍ଷ କରିବେ ବୋଲି ସଂକଳ୍ପ ନେଇଥିଲେ । ଜିନ୍ ପିଙ୍ଗ ଗୁଇନ୍ଦା ବିଭାଗର ମୁଖ୍ୟଙ୍କ ଯିବା ପରେ ନିଜ ନେତା ମାନଙ୍କୁ ନେଇ ଚିନ୍ତାରେ ରହିଥିବା କାରଣରୁ ଏପରି ପଦକ୍ଷେପ ନେଇଛନ୍ତି ବୋଲି ସୂଚନା ମିଳିଛି । ସେ ଉକ୍ତ ବୟସ୍କ ନେତା ମାନଙ୍କୁ ଚୀନର ରାଜଧାନୀ ବେଜିଙ୍ଗରେ ଶପଥ ଗ୍ରହଣ କରାଇଥିଲେ। ଚୀନର ରାଷ୍ଟ୍ରପତି ଡିସେମ୍ବର ୨୦୧୨ ରେ ଦେଶର ଦାୟିତ୍ଵ ନେଇଥିଲେ । ଜିନ୍ ପିଙ୍ଗଙ୍କ ଦଳରେ ୯୦ ମିଲିୟନ ସଦସ୍ୟ ରହିଛନ୍ତି ।

Comments are closed.