Odisha news

୩ ଅନାଥ ପିଲାଙ୍କୁ ସହାୟତା : ପାଠ ପଢା ଖର୍ଚ୍ଚ ତୁଲାଇବ ଆଦର୍ଶ ସେବା ସଙ୍ଗଠନ

ତିହିଡ଼ି,୧୮ା୦୬ ତିହିଡ଼ି ବ୍ଲକ ଅଚକ ପଞ୍ଚାୟତ ଅନ୍ତର୍ଗତ ନନ୍ଦପୁର ଗାଁର ଅଟୋ ଚାଳକ ମନୋଜ ନାଥଙ୍କ ୩ ଅନାଥ ପିଲାଙ୍କୁ ଆଦର୍ଶ ସେବା ସଙ୍ଗଠନ ପକ୍ଷରୁ ସହାୟତା ପ୍ରଦାନ କରାଯାଇଛି । ସଙ୍ଗଠନର କର୍ମକର୍ତ୍ତା ମାନେ ନନ୍ଦପୁର ଗାଁକୁ ଯାଇ ସେହି ପିଲାଙ୍କୁ ଅର୍ଥିକ ସହାୟତା ସହିତ ଖାତ, କଲମ ପ୍ରଦାନ କରିଥିଲେ । ଏଥିସହ ପାଠ ପଢା ଖର୍ଚ୍ଚ ପାଇଁ ମାସିକ ୧ ହଜାର ଟଙ୍କା ଯୋଗାଇ ଦେବାକୁ ସଙ୍ଗଠନ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଛି ।

ସରକାରୀ ସହାୟତା ନ ମିଳିବା ଯାଏଁ ଏହି ସହାୟତା ଯୋଗାଇ ଦିଆଯିବ ବୋଲି ସଙ୍ଗଠନ ପକ୍ଷରୁ କୁହାଯାଇଛି । ସଙ୍ଗଠନର ସଭାପତି ବାପି ପାଣିଗ୍ରାହୀ, ଉପସଭାପତି ସୁଶାନ୍ତ ପଣ୍ଡା, ସଂପାଦକ କପିଳେନ୍ଦ୍ର ସାହୁ, ସାମାଜିକ ସଂଯୋଜକ ନାରାୟଣ ସାହୁ, ରମେଶ ପଣ୍ଡା, ପରାମର୍ଶ ଦାତା ଆଶୁତୋଷ ନାୟକ, ଶଶିକାନ୍ତ ପଣ୍ଡା, ନିର୍ମଳ ମହାନ୍ତି, ରମାକାନ୍ତ ସେଠୀ, ଜୟନ୍ତ ଦାସ ପ୍ରମୁଖ ସହାୟତା ପ୍ରଦାନ କରିଥିଲେ ।

ନନ୍ଦପୁର ଗାଁର ମନୋଜ କରୋନାରେ ଆକ୍ରାନ୍ତ ହୋଇ ମୃତୁ୍ୟମୁଖରେ ପଡିଥିଲେ । ଗତ ବର୍ଷ ମନୋଜଙ୍କ ପତ୍ନୀଙ୍କ ଦେହାନ୍ତ ହୋଇଯାଇଥିଲା । ଏକମାତ୍ର ରୋଜଗାରକ୍ଷମ ପୁଅକୁ ହରାଇ ବୃଦ୍ଧ ବାପାମାଆ ନିଃସହାୟ ହୋଇ ପଡିଥିବା ବେଳେ ମନୋଜଙ୍କ ୨ଝିଅ ଓ ଗୋଟିଏ ପୁଅ ଅନାଥ ହୋଇଯାଇଥିଲେ । ଏହି ପରିପ୍ରେକ୍ଷୀରେ ବିଭିନ୍ନ ସଙ୍ଗଠନ ପକ୍ଷରୁ ସେହି ପରିବାରକୁ ସହାୟତା ଯୋଗାଇ ଦିଆଯାଇଛି । ମାତ୍ର ଏଥିରେ ପରିବାର ଚଳିବା କଷ୍ଟସାଧ୍ୟ ହୋଇଥିବାରୁ ସରକାରୀ ସହାୟତା ଯୋଗାଇ ଦିଆଗଲେ ପରିବାର ସଦସ୍ୟଙ୍କ ଦୁଃଖ ଲାଘବ ହୋଇପାରନ୍ତା ବୋଲି ସାଧାରଣରେ ମତପ୍ରକାଶ ପାଇଛି ।

Comments are closed.