ଗୋଟିଏ ଘରର ମୁଖ୍ୟ ସ୍ଥାନ ହେଲା ରୋଷେଇ ଘର l ଯେଉଁଠି ସ୍ୱୟଂ ମା ଲକ୍ଷ୍ମୀ ବାସ କରିଥାଆନ୍ତି l ହିନ୍ଦୁ ଧର୍ମରେ ଏହି ସ୍ଥାନର ଗୋଟିଏ ବିଶେଷ ମହତ୍ୱ ରହିଛି , ଆମେ ରୋଷେଇଘରକୁ ମାତା ଲକ୍ଷ୍ମୀଙ୍କ ସ୍ଥାନ ବୋଲି କହିଥାଉ l କିନ୍ତୁ ରୋଷେଇଘର ସହିତ ଯୋଡି ହୋଇ ଥିବାରୁ ଧାର୍ମିକ ଭାବନା ଅକ୍ଷୟ ତୃତୀୟ ଦିନ ଏହିସବୁ କାର୍ଯ୍ୟକୁ କରିବା ଦ୍ୱାରା ମିଳିଥାଏ ଲକ୍ଷ୍ମୀଙ୍କ ଆଶୀର୍ବାଦ ଓ ଜୀବନରେ କେବେବି ଅସୁବିଧା ହୁଏ ନାହିଁ l
* ବାସ୍ତୁଶାସ୍ତ୍ର ଅନୁସାରେ ରୋଷେଇଘର ଆଗ୍ନେୟ କୋଣରେ ହେବା ଆବଶ୍ୟକ l ଯଦି ଏହି ସ୍ଥାନରେ ହୋଇ ନଥାଏ ତେବେ ସ୍ୱାସ୍ଥ୍ୟ ଉପରେ ଏହାର ଖରାପ ପ୍ରଭାବ ପଡିଥାଏ l
* ଅକ୍ଷୟ ତୃତୀୟ ଦିନ ମାତା ଲକ୍ଷ୍ମୀଙ୍କ ଫଟୋ ରୋଷେଇଘରେ ସ୍ଥାପନା କରନ୍ତୁ l
* ଏହିଦିନ ଗୋଟିଏ ଘଟ ରୋଷେଇଘରେ .ସ୍ଥାପନା କରନ୍ତୁ ଏବଂ ସେଠାରେ ଗୋଟିଏ ଦ୍ବୀପ ପ୍ରଜ୍ବଳନ କରନ୍ତୁ l
* ରୋଷେଇଘରେ ବିଶେଷ ଭାବରେ ଚିତା ପକାଇବା ଆବଶ୍ୟକ l
* ଅକ୍ଷୟ ତୃତୀୟ ଦିନ ଦୁବ ଘାସ ଓ ପାଚିଲା କଦଳୀ ଗାଈକୁ ଖାଇବାକୁ ଦେବା ଉଚିତ ଓ ଘରେ ହୋମ ମଧ୍ୟ କରିବା ଆବଶ୍ୟକ l
* ହିନ୍ଦୁ ଧର୍ମରେ ଅକ୍ଷୟ ତୃତୀୟାର ବିଶେଷ ମହତ୍ୱ ରହିଥିବା କାରଣରୁ ଅକ୍ଷୟ ଘଟ ସ୍ଥାପନା କରନ୍ତୁ l
Comments are closed.